ପ୍ରଶାନ୍ତ ସବୁଦିନ ପରି ନିଜ ଅଫିସକୁ ବାହାରିପଡିଲା କେତେବେଳୁ ଡ୍ରାଇଭର ଗାଡି ଆଣି ଘରସାମନାରେ ଠିଆ କରିଥିଲା ଯେତେ ଶୀଘ୍ର ଉଠିଲେ ମଧ୍ୟ କେମିତି କେଜାଣି ସବୁ ସମୟ ନିଅଣ୍ଟ ପଡେ ସକାଳୁ ସକାଳୁ ଗୁଡାଏ ଫୋନ କଲ ଆଟେଣ୍ଡ କଲା ଆସ୍ଥା ଚ୍ୟାନେଲର ଯୋଗ ପ୍ରାଣାୟାମ ତ ସିଏ ଛାଡ଼ିପାରିବ ନାହିଁ ତେଣୁ ସେଥିପାଇଁ ଘଣ୍ଟେ ସମୟ ସବୁଦିନ ଦିଏ ପଛପଟରୁ ଘରଣୀ ସିପ୍ରା କାନେ କାନେ କହିଦେଉଥିଲେ, ”ମନେ ରହିଲା ଟି! ଫେରିଲା ବେଳକୁ ଗୋଟେ ଦଶ କେଜିଆ ବାସୁମତି ଚାଉଳ ପ୍ୟାକେଟ ଧରି ଆସିବ, ଭୁଲିବନି ଆଜି ପୁରୁଣା ଚାଉଳ ବସ୍ତାରେ ଅଳ୍ପ ଅଛି ଦିନେ କି ଦି ଦିନ ଯିବ ମୁଁ ଆଉ କାହା ହାତରେ ମଗେଇ ପାରିବିନି, ବୁଝିଲ?”
“ହଉ ହଉ , ଆଣିବି କେତେ ଥର ସେଇ କଥା କହୁଛ |”
“ତୁମେ ଯେଉଁ ଭୋଳା ଲୋକ , ଏବେ କଥା ଆଉଟିକେ କୁ ମନେ ନଥିବ ପରା ?”
ଘରଣୀଙ୍କ କଥାକୁ ଶୁଣୁ ଶୁଣୁ ଗାଡି ଷ୍ଟାର୍ଟ ହେଇଯାଇଥିଲା ଗାଡି ଗଡିଚାଲିଲା କଲେକ୍ଟରଙ୍କ ଅଫିସ ଆଡେ ପ୍ରଶାନ୍ତ ହେଲା କଲେକ୍ଟର | ପୂର୍ବରୁ ମାଲକାନଗିରିରେ ଥିଲା ଏବେ ବଦଳିହୋଇ ଆସିଛି ସମ୍ବଲପୁରକୁ ଏଇ କେତେଦିନ ହେଲା ବହୁତ କାମ ତାକୁ ଅଥୟ କରି ଦଉଛି ନିଜ ଘରକଥା ସବୁ ଭୁଲିଯାଉଛି ସରକାରଙ୍କ ନୂଆ ଦରମା ପାଇବା ପାଇଁ ସବୁ ଅଫିସ ପରି ତା ଅଫିସ ରେ ମଧ୍ୟ କାମ ଉପରେ କାମ ସମସ୍ତେ ଖାଲି ଡହଳ ବିକଳ କେବେ ନୂଆ ବଢା ଦରମା ପାଇବେ ଦିନ ରାତି ଚବିଶ ଘଣ୍ଟା କେବଳ ସେଇ ଗୋଟିଏ କଥା ଆଲୋଚନା କାହାର କେତେ ଦରମା ବଢିବ କିଏ କେତେ ଅଧିକ ପାଇବ |
ଏସବୁ କଥା ଶୁଣି ଶୁଣି ପ୍ରଶାନ୍ତ ମନେ ମନେ ଭାବେ ଯେ, ସବୁ ଚାକିରିଆ ଭାବନ୍ତି ଦରମା ବଢିଗଲେ ଦୁଃଖ ଯିବ କିନ୍ତୁ ସତରେ କଣ ସେୟା ହୁଏ? ଯଦି ସେମିତି ହେଉଥାନ୍ତା, ତା ଚାକିରି ଆରମ୍ଭରୁ ଏ ପର୍ଯ୍ୟନ୍ତ କେତେଥର ଦରମା ବଢିଛି କିନ୍ତୁ କାଇଁ ତା ଜୀବନରେ ସେମିତି କିଛି ବିରାଟ ପରିବର୍ତନ ଆସିନି ତ? ୟାଡେ ଦରମା ବଢୁ ବଢୁ ସାଙ୍ଗେ ସାଙ୍ଗେ ଜିନିଷପତ୍ରର ଦାମ ବଢିଯାଏ ତେଣୁ ବଢିଲା ଦରମାଟି ପୁଣି ବ୍ୟବସାୟୀଙ୍କ ମାଧ୍ୟମରେ ପୁଞ୍ଜିପତିଙ୍କ ପାଖକୁ ଚାଲିଯାଏ ଚାକିରିଆ ଯେମିତିକୁ ସେମିତି କିଛି ଆଖିଦୃଶିଆ ପରିବର୍ତନ ହୁଏନି ସେମାନଙ୍କ ଜୀବନରେ
ଅଫିସରେ ପହଞ୍ଚି ଫାଇଲ ଭିତରେ ନିଜକୁ ନିଯୋଜିତ କଲା ପ୍ରଶାନ୍ତ ଫାଇଲ ପରେ ଫାଇଲ ଖେଳେଇ ଚାଲିଥିଲାଦସ୍ତଖତ କରିବାକୁ ପକେଟରୁ କଲମଟି କାଢିଲା ଏଇ ସେଇ କଲମ, ତାକୁ ତା ବାପା ବହୁତ ଦିନ ପୂର୍ବରୁ ଦେଇଥିଲେ ଆଜିଯାଏ ସିଏ ସେଇ କଲମଟିକୁ ବହୁତ ଭଲପାଏ ସବୁବେଳେ ନିଜ ପାଖରେ ରଖିଥାଏ ଆଜି ବାପା ବୋଉ ତା ପାଖରେ ନାହାନ୍ତି କିନ୍ତୁ ତାଙ୍କ ସ୍ମୃତିର ସନ୍ତକ କିଛି କିଛି ଅଛି ସେ ଭିତରୁ ଏ କଲମଟି ଅନ୍ୟତମ କାମ କରୁ କରୁ ହଜିଯାଉଥିଲା ସେ, ପୁରୁଣା କଥା ସବୁ ମନେ ପଡିଯାଉଥିଲା ........
ବାପା ଦୀନବନ୍ଧୁ ବିଶ୍ବାଳ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ବୋଉ କନକଳତା ଦେବୀ, ସୁଗୃହିଣୀ ତାଙ୍କର ଏକମାତ୍ର ସନ୍ତାନ ପ୍ରଶାନ୍ତ ବହୁତ ଗେଲବସରରେ ପିଲାଦିନ କଟିଥିଲା ପ୍ରଶାନ୍ତର ତା ପାଟିରୁ କଥା ନ ସରୁଣୁ , ସବୁ ଫର୍ମାଇସ ପୂରଣ କରିଦେଉଥିଲେ ତା ବୋଉ ବହୁତ ଭଲ ପାଉଥିଲେ ବାପା ଟିକେ କଡା ମିଜାଜର ଥିଲେ ସବୁବେଳେ ପାଠ ପଢା କଥା ତାଗିଦ କରୁଥିଲେ ପିଲା ବେଳେ ପ୍ରଶାନ୍ତ ଭାବୁଥିଲା ପାଠ ପଢି କଣ ସ୍ଵର୍ଗକୁ ଯିବ କି ? ସବୁବେଳେ ପାଠ ପାଠ କଣ ? ମଝିରେ ମଝିରେ ଶାଠ ବି ଦରକାର କିନ୍ତୁ ବାପା ଙ୍କୁ କିଛି କହିପାରେନି ତାଙ୍କ ଗମ୍ଭୀର ମୁହଁ କୁ ଆଖି ଉଠେଇ ଚାହିଁ ବି ପାରେନି ସିଏ ଯାହା କୁହନ୍ତି ଶୁଣେ କିନ୍ତୁ ସବୁବେଳେ ସବୁକଥା ମାନି ପାରେନି ବେଳେ ବେଳେ ତା ବାପା ତାକୁ ପାଖରେ ବସେଇ ବହୁତ କଥା ବୁଝାନ୍ତି କେମିତି ତାଙ୍କ ପଢିଲା ବେଳେ ତାଙ୍କ ଗାଁ ରେ ସ୍କୁଲ ନଥିଲା କେତେ କଷ୍ଟ ରେ ଦଶ କିଲୋମିଟର ଚାଲିଚାଲି ଅନ୍ୟ ଗାଁ ରେ ଥିବା ସ୍କୁଲ କୁ ତା’ ବାପା ପଢିବାକୁ ଯାଉଥିଲେ ଘରୁ ଲୁଣ ଲଙ୍କା ସହିତ ବାସି ତୋରାଣି ପିଇ ଦିନ ସାରା ରହିବାକୁ ପଡୁଥିଲା ଯେତେ କଷ୍ଟ ପଡୁ ପଛେ ପାଠ କୁ କିଏ ଆଗ ବୁଝି ଅବଧାନ (ଗାଁ ଚାଟଶାଳୀ ର ଶିକ୍ଷକ )ଙ୍କୁ ଠିକ ଠିକ ଉତ୍ତର କହିବ , ସେଇଥିରେ ପ୍ରତିଯୋଗିତା ହେଉଥିଲା ପଣକିଆ, ଜ୍ୟାମିତି ସୂତ୍ର , ଗଣିତ ର ସୂତ୍ର ସବୁ ମୁଖସ୍ଥ ଥିଲା
ସବୁ ଶୁଣି ପ୍ରଶାନ୍ତ ଭାବୁଥିଲା , କାହିଁକି ଏତେ କଷ୍ଟ କରୁଥିଲେ କେଜାଣି ? ଏତେ ପରିଶ୍ରମ କରି ମଧ୍ୟ ଶିକ୍ଷକ ହେଲେ ତା ସାଙ୍ଗ ମାନେ ଯେତେବେଳେ ନିଜ ନିଜ ବାପା ଆଉ ମା ଙ୍କ ଚାକିରି କଥା କୁହନ୍ତି ସେତେବେଳେ ତାକୁ ବହୁତ ଲାଜ ମାଡେ କାହା ବାପା ବ୍ୟାଙ୍କ ମ୍ୟାନେଜର ତ କାହା ମା କଲେଜ ପ୍ରିନ୍ସିପ୍ଯାଲ ସେଇ ସାଙ୍ଗ ମାନେ ମଉଜ ମଜଲିସ କଲାବେଳେ ସେ ନିଜକୁ ତାଙ୍କଠୁ ଅଲଗା ଭାବେ ତାକୁ ସେମାନେ କେତେଥର ନିଜ ଖର୍ଚ୍ଚ ରେ ବଡ ବଡ ହୋଟେଲ ରେ କେତେ କଥା ଖୁଆଇଛନ୍ତି କିନ୍ତୁ ସିଏ କେବେ ବି କିଛି କରି ପାରିନଥିଲା ସେଦିନ ଯେତେବେଳେ ସିଏ ମନକରି ପରୀକ୍ଷା ସରିଲା ପରେ ସମସ୍ତଙ୍କ ସହ ସିନେମା ଦେଖିଯିବା କୁ ବାହାରିଥିଲା ,ଆଉ ବୋଉ କୁ ସେଥିପାଇଁ ପଇସା ମାଗିଥିଲା , ତା’ ବୋଉ ପଚାଶ ଟଙ୍କା ବଢେଇଦେଇଥିଲେ , ଖାଇବା ବେଳେ
"ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କା ରେ କଣ ହେବ ?"ପ୍ରଶାନ୍ତ ଅଭିଯୋଗ କରି କହିଲା I "ଟିକେଟ କେତେ ଦାମ ଜାଣିଛୁ ନା ? ଆଉ ସାଙ୍ଗମାନେ ଥିବେ ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ ?" ଖାଇବା ଟେବୁଲ ରେ ବସିଥିବାବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା , "ବୋଉ ମୋର ଟାଇମ ହେଲାଣି ଟଙ୍କା ଦେ |" ରୋଷେଇଘରୁ ବୋଉ କହିଲେ, "ମୋ ପାଖରେ କିଛି ନାହିଁ , ତୁ ବାପାଙ୍କୁ ମାଗି ନେଇଯା |"
ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପା ଙ୍କ ପଦଧ୍ୱନି ଶୁଣି ନିରବ ହୋଇଗଲା |
ଭିତରକୁ ଆସି ଚପଲ କୁ ଚପଲଥାକ ରେ ରଖି ବାପା ତା ଆଡକୁ ଚାହିଁ ପଚାରିଥିଲେ , “ କଣ ହେଇଛି ? କୁଆଡେ ଯିବ ସିଏ ?”
ବୋଉ କହିଥିଲା , “ପରୀକ୍ଷା ସରିଛି ତ , ସବୁ ସାଙ୍ଗ ମାନେ ମିଶି ସିନେମା ଦେଖିଯିବେ ଯାଉ ପିଲାଟା , ମୋ ପାଖରେ ଯାହା ଥିଲା ଦେଇଛି ସିଏ କହୁଛି ହବନି ବୋଲି ତା କଥା ଟିକେ ବୁଝିଲ !”
ବାପା ପାଖକୁ ଆସି ମୁଣ୍ଡ ରେ ହାତ ବୁଲେଇ ଦେଇଥିଲେ ଆଉ ପଚାରିଥିଲେ “ କେତେ ଟଙ୍କା ହେଲେ ହବ କିରେ ? “
ପ୍ରଶାନ୍ତ କୁ ସେ ଦିନଟି ବହୁତ ମନେ ପଡେ , ବାପାଙ୍କ ହାତ ତା ମୁଣ୍ଡଉପରେ ବୁଲେଇନେଲା ପରେ ତାକୁ ସ୍ଵର୍ଗ ସୁଖ ମିଳିଯାଇଥିଲା ସେଦିନ ବାପା ବି ତା ସାଙ୍ଗରେ ସିନେମା ଦେଖି ବାହାରିଥିଲେ ତା’ର ସବୁ ସାଙ୍ଗ, ତାକୁ ଆଉ ତା ବାପା ଙ୍କୁ ଏକାଠି ଦେଖି ବହୁତ ଆଶ୍ଚର୍ଯ୍ୟ ହେଇଯାଇଥିଲେ କିନ୍ତୁ ତା ବାପା ସବୁ ଠାରୁ ଅଧିକ ସେ ଦିନ ତାକୁ ଖୁସି କରେଇଥିଲେ ତା ସାଙ୍ଗ ମାନଙ୍କ ପାଖରେ ତା ସମ୍ମାନ ବହୁତ ବଢେଇ ଦେଇଥିଲେ ସିଏ ନିଜକୁ ବହୁତ ଗର୍ବିତ ମନେକରୁଥିଲା |ସିନେମା ଦେଖି ଫେରିବା ବାଟରେ ତା ପାଇଁ କଲମ ଟିଏ କିଣି ଦେଇଥିଲେ ଆଉ ତାକୁ କହିଥିଲେ ମୁଁ ଜାଣିଛି ତୋର ସ୍ମରଣ ଶକ୍ତି ବହୁତ ପ୍ରଖର ତୁ ଯାହା ଚାହିଁବୁ ତାହା ହାସଲ କରିପାରିବୁ , ମୁଁ ଚାହେଁ ତୁ ଗୋଟେ ଦକ୍ଷ ପ୍ରଶାସନିକ ଅଫିସର ହୋ |ସମାଜର ମଙ୍ଗଲ କର ଲୋକେ ତୋ କାମକୁ ମନେ ରଖନ୍ତୁ ତା ପରଠାରୁ ସେ ସଂକଳ୍ପ କରିନେଇଥିଲା ବାପାଙ୍କ ସ୍ଵପ୍ନ କୁ ସାର୍ଥକ କରିବ ପାଠ ପଢା ରେ ସିଏ ବି ଆଗରୁ ଭଲ ଥିଲା କିନ୍ତୁ ନିଜ ଶ୍ରେଣୀ ରେ ୨ୟ ହେଉଥିଲା କେବେ ବି ୧ମ ସ୍ଥାନ ଅଧିକାର କରି ପାରିନଥିଲା ସେ ଘଟଣ ପରଠାରୁ ତାକୁ ନିଜ ଜୀବନ ର ଲକ୍ଷ ମିଳିଯାଇଥିଲା ତା ପାଇଁ ସ୍ଵପ୍ନ ଦେଖୁଥିବା ବାପା ଓ ବୋଉ ଙ୍କ ସ୍ଵପ୍ନ ରେ ସିଏ ନିଜକୁ ଆବିଷ୍କାର କରିଥିଲା ତାକୁ ଆଉ କେହି କେବେ ୨ୟ ହେବାର ଦେଖିନାହାନ୍ତି
ବାପା ବୋଉଙ୍କ କଥା ମାନି ପ୍ରଶାସନିକ ଅଫିସର ହେବାକୁ ମାନପ୍ରାଣ ଦେଇ ଲାଗିପଡିଲା କିନ୍ତୁ ଭଗବାନ ଙ୍କ ଖେଳ ବିଚିତ୍ର , ତା’ ର ପ୍ରଶାସନିକ ଅଫିସର ହେବାର ଦିନକେଇଟା ଭିତରେ ବାପା ଓ ବୋଉ ଡକା ହକା ହେଇ ଆରପାରିକୁ ଚାଲିଗଲେ ନାତି ନାତୁଣୀ ର ମୁହଁ ଦେଖି ପାରିଲେ ନଥିଲେ ଅବଶ୍ୟ ସିପ୍ରା କୁ ବାପା ବୋଉ ହିଁ ପସନ୍ଦ କରି ଆଣି ତା ସହିତ ବିଭା ଦେଇଥିଲେ ସିପ୍ରା ବି ବହୁତ ମନ ଦୁଃଖ କରେ ଯେ , ନାତି ନାତୁଣୀ ଙ୍କ ସୁଖ ପାଇପାରିଲେନି ବାପା ବୋଉ ପ୍ରଶାନ୍ତ ଓ ସିପ୍ରା ଙ୍କର ଝିଅ ଟିଏ ନା ଟି ତା’ ର ସୀମା ସିଏ ବି ଛୁଆଦିନୁ ନିଜ ଜେଜେବାପା , ଜେଜେମା ଙ୍କୁ କେବଳ ଫଟ ରେ ଦେଖିଛି ବେଳେ ବେଳେ ସୀମା କୁ ପ୍ରଶାନ୍ତ ତା ନିଜ ଛୋଟ ବେଳ ର କଥା ସବୁ କୁହେ କିନ୍ତୁ ବ୍ୟସ୍ତ ଜୀବନରେ ତା ପାଇଁ ସମୟ ଦେଇପାରେନି ତାକୁ କୁଆଡେ ବୁଲେଇ ନେଇ ପାରେନି ସେଥି ପାଇଁ ସୀମା ଆଉ ସିପ୍ରା ଦୁହେଁ ମୁହଁ ଫୁଲାଇ ବସନ୍ତି ସବୁବେଳେ କୁହନ୍ତି କି କଲେକ୍ଟର ହେଲ କେଜାଣି , ପରିବାର ବୋଲି କିଛି ନାହିଁ ?
ଏତିକିବେଳେ ଫୋନ ବାଜିଉଠିଲା ....... ପ୍ରଶାନ୍ତ ପ୍ରକୂତିସ୍ଥ ହେଲା ତା ଅଜାଣତରେ ଲୁହ ଟୋପେ ଗଡିଆସିଥିଲା ତା ଗାଲ ଉପରକୁ ଚାରି ଆଡକୁ ଚାହିଁଲା ନାଁ ସିଏ ଏକୁଟିଆ ତା କେବିନ ଭିତରେ ଲୁହ ପୋଛିଲା ସିପ୍ରା ଙ୍କ ଫୋନ ଆସିଥିଲା ସେପଟ ରୁ ସିପ୍ରା କହୁଥିଲେ ....
“ଶୁଣୁଛ ! ଆମ ଝିଅ ଆଜି multiplex କୁ ସିନେମା ଦେଖିଯିବ କହୁଛି ତା ସାଙ୍ଗ ମାନ ଙ୍କ ସହିତ , କଣ କହୁଛ ?”
ତର ତର ହେଇ ପ୍ରଶାନ୍ତ କହିଲା ,
“ମୁଁ ବି ଜିବି ! ତୁମେ ବି ବାହାରୁନ ......ସମସ୍ତେ ଯିବା ତାକୁ କୁହ ନେଟ ରେ ଆମପାଇଁ ବି ଟିକେଟ ବୁକ କରିଦେଉ ଆଉ ତୁମ ଚାଉଳ ବସ୍ତା ମଧ୍ୟ ନେଇକି ଯିବି ... ଭୁଲିବିନି |”
ସିପ୍ରା ହସୁଥିଲେ ....
ମୋବାଇଲ : ୭୦୦୮୬୬୭୭୮୫
www.molekhaa.wordpress.com
Go Back to Previous Page
ଜାଗ୍ରତ ପ୍ରହରୀ
ଜୀତେନ୍ଦ୍ର କୁମାର କହଁର
Read Article
ବାପା
ରାଧାକାନ୍ତ ଦାଶ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ