ବୋଉ , ସିନେମା ଦେଖି ଯିବି ପରା ? ଏତିକି ଟଙ୍କାରେ କଣ ହେବ ? ପ୍ରଶାନ୍ତ ଅଭିଯୋଗ କରି କହିଲା ଟିକେଟ ଦାମ କେତେ ଜାଣିଛୁ ? ଆଉ ସାଙ୍ଗ ମାନେ ଥିବେ, ମୁଁ ଏତେ କମ ଟଙ୍କାରେ କଣ ଧରି କେମିତି ଯିବି ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ ? ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନୀରବ ହୋଇଗଲା ପରେ ପୁଣି କହିଲା, “ବୋଉ ମୋର ଟାଇମ ହେଲାଣି ଟଙ୍କା ଦେ” ରୋଷେଇ ଘରୁ ବୋଉ କହିଲେ, ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା ପ୍ରଶାନ୍ତ ଗର ଗର ହେଉଥିଲାବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ବନି ଶୁଣି ନୀରବ ହୋଇଗଲା
ମା ତା ପସନ୍ଦର ଶାଗ, ବଡି ଭଜା ,ସୋରିଷ ଦିଆ ମାଛ ତରକାରୀ କରିଛନ୍ତି ବହୁତ ଦିନ ପରେ ମା ହାତ ରନ୍ଧା ସୁସ୍ବାଦୁ ଖାଦ୍ୟ ମିଳିଛି, ଅତି ଖୁସିରେ ଖାଇସାରି ହାତ ଧୋଇଲା ପ୍ରଶାନ୍ତ ବାପାଙ୍କୁ ଭାରି ଡର ତାର ସାଙ୍ଗମାନଙ୍କ ସହ ମିଶି ସିନେମା ଯିବାର କାର୍ଯ୍ୟକ୍ରମ କରିଥିଲା ସେ କିନ୍ତୁ ବାପାଙ୍କୁ ସିନେମା ପାଇଁ ଟଙ୍କା ମାଗିବାକୁ ସାହସ ଯୁଟେଇ ପାରେନି ଭଲ ପାଠ ପଢେ ବୋଲି ବାପା ତାର କିଛି ଦୃଷ୍ଟାମିକୁ ଅଣଦେଖା କରନ୍ତି ସତ କିନ୍ତୁ ବାପାଙ୍କର ଗେଲ୍ହା ପୁଅ ହେବାର ସୌଭାଗ୍ୟ ପାଇଲାନି ପ୍ରଶାନ୍ତ ତାର ନିଜ ଔଦ୍ଧାତମୀ ପାଇଁ ନିରାକାର ବାବୁଙ୍କ ବଡ ପୁଅ ପ୍ରଶାନ୍ତ ଗାଁ ସ୍କୁଲ ରେ ଶିକ୍ଷକତା କରନ୍ତି ନିରାକାର ବାବୁବହୁତ ସଛୋଟ ଓ ନିଷ୍ଠାପର ଲୋକ ସେ, ଗାଁ ରେ ବହୁତ ଖାତିର ତାଙ୍କର ସମସ୍ତ ଅଭିଭାବକ, ଯେତେ ଛାତ୍ର ଛାତ୍ରୀ ଏମିତି କି ସ୍କୁଲ ର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ନିରାକାର ବାବୁଙ୍କ ଶିକ୍ଷକତା, ଛାତ୍ର ମାନଙ୍କ ପ୍ରତି ସ୍ନେହ ପ୍ରେମ, ଦାୟିତ୍ଵ, ସମୟାନୁବର୍ତୀତା, ନିଷ୍ଠାପରତା ଆଦି ଗୁଣ ର ଭୁଇୟସୀ ପ୍ରଶଂସା କରନ୍ତି କିନ୍ତୁ ନିରାକାର ବାବୁଙ୍କର ଦୁଃଶ୍ଚିନ୍ତା ଥିଲା ତାଙ୍କର ବଡ ପୁଅ ପ୍ରଶାନ୍ତ ର ଉଦ୍ଧତାମି ଓ ସାନ ପୁଅର ସ୍ମୃତି |ରେଭେନ୍ସା କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ବର୍ଷ ପରୀକ୍ଷା ଦେଇ ସାରି କାଲି ଘରକୁ ଆସିଛି ଦୀର୍ଘ ଛ ମାସ ପରେ ପ୍ରଶାନ୍ତ ମଦ୍ୟପାନ କରେ ଆଉ ଝିଅ ମାନଙ୍କୁ କମେନ୍ଟ ବି କରେ, ସେଥିପାଇଁ କେତେଥର ନିରାକାର ବାବୁଙ୍କ ମୁଣ୍ଡ ତଳକୁ ହେଇଛି ପ୍ରଶାନ୍ତକୁ ଯେମିତି ବାପଙ୍କର ମାନ ସମ୍ମାନ ର କିଛି ଫରକ ପଡେନିତାର ଏଇ ଦାୟିତ୍ଵହିନତା ପାଇଁ ପରିବାରକୁ କେତେ କଷ୍ଟ ସେ ନଦେଇଛି ଗାଁ ନଇରେ ପହଁରିବାରେ ତାର ବହୁତ ଖୁସିପିଲା ଦିନ ସାଙ୍ଗ ମାନଙ୍କ ମେଳ ରେ ଏ ନେଇ କେତେ ପ୍ରତିଯୋଗୀତା ହୁଏ, ବଢି ନଇ ପାଣି ରେ ଏକୁଳ ରୁ ସେକୁଳ ରୁ କିଏ କେତେ କମ ସମୟ ମଧ୍ୟରେ ପାର ହେଇ ପାରିବ ଆଓ ପ୍ରଶାନ୍ତ ସେଥିରେ ସବୁବେଳେ ପ୍ରଥମ |
କାଲି ପୁଣି ଦୁଇ ବରଷ ବିତି ଗଲାଣି, ସେଦିନ ପ୍ରଥମ ରଜ ଥାଏ |କାଉଂଳିଆ ପାଗ,ସୁଲୁସୁଲିଆ ପବନ ବହୁଥାଏ, ଆକାଶରେ ବଦଳ ମାଳ ମାଳ ନାନା ରକମର ପିଠା ପଣା ହୋଇଥାଏ ଘରେ |ପ୍ରଶାନ୍ତ ର ମ୍ୟାଟିର୍କ ପରୀକ୍ଷା ଫଳ ବାହାରିଥାଏ ପୂର୍ବଦିନ, ପ୍ରଥମ ଶ୍ରେଣୀରେ ଅଶି ପ୍ରତିଶତ ନମ୍ବର ରଖୀ ପାସ ହେଇଥାଏ ପ୍ରଶାନ୍ତ |ସେଥିପାଇଁ ନିରାକାର ବାବୁ ସ୍କୁଲ ପିଲା ମାନଙ୍କୁ ମିଠା ବାଣ୍ଟିଲେ|ପ୍ରଥମ ରଜ, ବହୁତ ଆନନ୍ଦ ଓଲ୍ଲାସ ର ଦିନ ନୂଆ ଲୁଗା , ରଜ ପାନ , ନଇ କୂଳେ ଲାଗି ଥିବା ଦୋଳିରେ କୁନି କୁନି ପିଲା ଓ ଝିଅ ବୋହୁ ମାନଙ୍କ ଦୋଳି ଖେଳ, ଗାଁ ମୁଣ୍ଡ ବରଗଛ ମୂଳେ ତାସ ଖେଳ ଇତ୍ୟାଦିରେ ଦିନ ସରି ସନ୍ଧ୍ୟା ହେଲା ସାନଭାଇ ଓ ସାଙ୍ଗ ମାନଙ୍କ ଗହଣରେ ଦିନ କେମିତି କଟିଗଲା ଯେ ପ୍ରଶାନ୍ତ କୁ ଜନପଡିଲାନି |ସନ୍ଧ୍ୟାଠୁଁ ଆରମ୍ଭ ହେଲା ବର୍ଷାସକାଳ ଭିତରେ ଗାଁ ନଇରେ ବନ୍ୟା ପାଣି ଆସିଯାଇଥାଏ |ଉଚ୍ଚ୍ହୁଳା ନଇର ପାଇଁ ଏକୁଳ ସେକୁଳ ଖାଉଥାଏ |ସକାଳୁ ନଇ କୁଳ ଆଡେ ବୁଲି ଆସିଲାପରେ ପ୍ରଶାନ୍ତର ଖୁସି କହିଲେ ନସରେ |ଆଜି ନଇ ପହଁରା ହେବ, ରାଜା ପାଗକୁ ପରୀକ୍ଷା ଫଳର ଖୁସି, ତାକୁ ଯେମିତି ଆକାଶରେ ଉଡିଲା ପରି ଲାଗୁଥାଏ ନଇ ପହଁରିବା କଥା ଶୁଣିଲେ ବାପାଙ୍କଠୁ ଗାଳି ଶୁଣିବାକୁ ମିଳେ ସେଥିପାଇଁ ସକାଳୁ ସକାଳୁ ରଜ ପିଠା ଖାଇ, ସାଙ୍ଗ ମାନଙ୍କୁ ନେଇ ବାହାରିଲା ନଇ କୁଳକୁ ଦୋଳି ରେ ଝୁଲିବା ବାହାନା କରି |ସାନ ଭାଇ ବି ଜିଦ ଧରିଲା ମୋତେ ବି ନେଇଚାଲ ଦୋଳି ଝୁଲେଇ ଦେବୁ ସଣଭୟ କୁନାକୁ ନେଇ ଦୋଳି ଖେଳି ଆସୁଛି ବୋଲି ମା କୁ କହି ପ୍ରଶାନ୍ତ ଆସି ପହଞ୍ଚିଲା ନଇ କୂଳରେ |
କୁନାକୁ ଦଶ ମିନିଟ ଦୋଳି ଖେଳେଇ ଦେଇ ପ୍ରଶାନ୍ତ କହିଲା ତୁ ଏଇଠି ଖେଳୁଥା, କୁଆଡେ ଯିବୁନି ,ମୁଁ ପାଞ୍ଚ ମିନିଟରେ ଯାଇ ଆସୁଛି ନଇକୁଳ ଆଡୁଏତିକି କହି ସାଙ୍ଗ ମାନଙ୍କ ସହ ମିଶି ନଇକୁଳ ଆଡକୁ ଛୁ ମନ୍ତର ହେଇଗଲା ପ୍ରଶାନ୍ତ କୁନାକୁ ଏକୁଟିଆ କିଛି ଭଲ ଲାଗିଲାନି ବଡଭାଇ କୁ ଖୋଜି ସେ ବି ହାଜର ହେଇଗଲା ନଇକୁଳରେ |ସେତେବେଳେ ପ୍ରଶାନ୍ତ ଆଉ ତାର ସାଙ୍ଗ ମାନେ ନଇ ପହଁରା ରେ ବ୍ୟସ୍ତ ଥାନ୍ତି |କୁନା ଭାଇ ଭାଇ ଡାକି ଡାକି, ଯାଇ ନଇ କୂଳରେ ବସି ପାଣି ରେ ଚବ ଚବ ହେଉଥାଏ ବଢି ପାଣିର ସୁଅ ଏକୁଳ ସେକୁଳ ଖାଉଥାଏ, ଏମିତି ପାଣି ସହ ଖେଳୁ ଖେଳୁ ଗୋଡ ଖସିଗଲା କୁନାର |ଅଥଳ ପାଣିରେ ଉବୁଟୁବୁ ହେଉଥାଏ କୁନା,କଣ ହୋଟେ ପାଣିରେ ପଡିଗଲା ବୋଲି ପ୍ରଶାନ୍ତ ଆଉ ଟାରେ ସାଙ୍ଗ ମାନେ ଫେରି ଚାହିନବାରୁ ଦେଖିଲେ କୁନାକୁ ବଢିପାଣିର ସୁଅ ଭସେଇ ନେଇଯାଉଛିପ୍ରାଣବିକଳରେ ଡାକ ଛାଡିଲେ ସମସ୍ତେ,ଗାଁ ଲୋକ ଯିଏ ଯୁଆଡେ ଥିଲେ ସବୁ ନାଇକୂଳେ ହାଜର ହେଲେ |କାହା ହାତରେ ଦଉଡି ତ କାହା ହାତରେ କାତ ବାଡି, ନାଉରି ବି ନା ନେଇ ହାଜର ହେଲା କିନ୍ତୁ ବଢି ପାଣିର ସୁଅ ଏତେ ପ୍ରଖର ଥିଲା ଯେ ପାଞ୍ଚ ମିନିଟ ରେ କୁନା କୁ ଭସେଇ ନେଲା ଆଖି ନପାଇବା ଦୂରତାକୁଦୀର୍ଘ ଏକ ଘଣ୍ଟାର ପରିଶ୍ରମ ପରେ କୁନାର ମୃତଦେହ ମିଳିଲା କିଛି ଦୂରରେନିରାକାର ବାବୁ, ତାଙ୍କ ସ୍ତ୍ରୀ ଭାଗ୍ୟବତୀ କାନ୍ଦି କାନ୍ଦି ଧରାଶାୟୀ ହୋଇଯାଉଥିଲେ |ସାନଭାଇର ମୃତ୍ୟୁକୁ ବିଶ୍ବାସ କରି ପାରୁନଥାଏ ପ୍ରଶାନ୍ତ ,ତାର ଦାୟିତ୍ଵହିନତା ଯୋଗୁଁ ତାରି ଆଖି ଆଗରେ ନିଜର ଭାଇକୁ ହରେଇଲା ପ୍ରଶାନ୍ତ |ଶବଦାହ କରି ସମସ୍ତେ ଘରକୁ ଫେରିଲେ |ନିର୍ଦ୍ଧାରିତ ତାରିଖ ଓ ସମୟରେ ଶୁଦ୍ଧିକ୍ରିୟା ସମ୍ପନ୍ନ ହେଲା |
ନିରାକାର ବାବୁ ଯେମିତି ପୂରାପୂରି ଭାଙ୍ଗି ପଡିଥିଲେ, ସବୁବେଳେ ଅନ୍ୟମନ୍ସସ୍କ ରୁହନ୍ତି ପ୍ରଶାନ୍ତର କଲେଜ ଏଡମିଶନ କଥା କିଛି ଚିନ୍ତା କରୁନଥିଲେ ନିରାକାର ବାବୁ କିନ୍ତୁ ପ୍ରଶାନ୍ତକୁ ଆଉ ଗାଁ ରେ ରହିବାକୁ ଇଚ୍ଛା ନଥାଏସନଭାଇ ର ସେ ନିରୀହ ଚେହରା ଟି ସବୁବେଳେ ତା ଆଖିଆଗରେ ନାଚି ଯାଉଥାଏ |ତାର ମୃତ ଦେହକୁ ଧରିଥିବାର ସ୍ମୃତିକୁ ସେ ଭୁଲେଇ ପାରୁନଥାଏ ପଶ୍ଚ୍ୟତାପରେ ତା ହୃଦୟ ତା ସବୁଦିନ କାନ୍ଦି ଉଠେ, ରାତି ରାତି ନିଦ ହୁଏନା |ହୁଏତ ବାପା ମନକ ଠାରୁ ବେଶୀ କଷ୍ଟ ହେଉଥାଏ ତାକୁ |ଆଉ ନଇକୂଳକୁ କେବେବି ଯିବନି ବୋଲି ଶପଥ ନିଏ |
ଇତି ମଧ୍ୟରେ ରେଭେନ୍ସା କଲେଜରେ ନାମଲେଖାଇ ଛାତ୍ରାବାସରେ ରହି ପଢିବା ପାଇଁ ମାକୁ ବହୁତ ଅନୁରୋଧ କରେ ପ୍ରଶାନ୍ତ |ସାନପୁଅ ଗଲା ପରେ , ଗୋଟିଏ ବୋଲି ପିଲା ପ୍ରଶାନ୍ତକୁ ଛାତ୍ରାବାସରେ ରଖୀ ପାଠ ପଢାଇବାକୁ ଇଚ୍ଛା ନଥାଏ ନିରାକାର ବାବୁ କିମ୍ବା ତାଙ୍କ ସ୍ତ୍ରୀ ଭାଗ୍ୟବତୀର କିନ୍ତୁ ପ୍ରଶାନ୍ତର ଭବିଷ୍ୟତ ପାଇଁ ସେମାନେ ବାଧ୍ୟ ହେଲେ ଶେଷରେ ନିରାକାର ବାବୁ ପ୍ରଶାନ୍ତକୁ ନେଇ ଛାଡି ଆସିଲେ ରେଭେନ୍ସା କଲେଜ ଛାତ୍ରାବାସରେ |
ଛାତ୍ରାବାସରୁ ଆରମ୍ଭ ହେଲେ ପ୍ରଶାନ୍ତର କୂଅଭ୍ୟାସ ସବୁ |ସାନଭାଇ ମୃତ୍ୟୁର ଦୁଃଖ ଓ ଅନୁତାପକୁ ଏଡାଇବା ପାଇଁ ମଦ୍ୟପାନ ଆରମ୍ଭ କରେ କିଛି ସାଙ୍ଗ ମାନଙ୍କ ସହ ମିଶି |ସାଙ୍ଗ ମାନଙ୍କ ସହ ମିଶି କଲେଜ ରେ ଝିଅ ମାନଙ୍କୁ ଅଶ୍ଳୀଳ ମନ୍ତବ୍ୟ ବି ଦିଏ |ଏସବୁ କଥା ନିରାକାର ବାବୁଙ୍କ କଣରେ ପଡେ |ନିରାକାର ବାବୁ ଆହୁରି ଭାଙ୍ଗି ପଡିଥିଲେ
ଆଜି ପ୍ରଶାନ୍ତ କୁ କୁଆଡେ ଯିବାର ପ୍ରସ୍ତୁତି ଦେଖି ଭାଗ୍ୟବତିକୁ ପଚାରିଲେ ନିରାକାର ବାବୁ, ପୁଅ କୁଆଡେ ବାହାରିଛି କି ?କଲେଜ ତ ଏବେ ବନ୍ଦ, କାଲି ହିଁ ଆସିଛି ଘରକୁ |ଆଉ ଏତେ ଖରାରେ କୁଆଡେ ଯିବା କଣ ଦରକାର କି ? ପୁଅର ସିନେମା କଥା ଲୁଚିଇ ବାକୁ ଯାଇ ଭାଗ୍ୟବତି କହିଲେ ସେ ତାର ସାଙ୍ଗ ଘରକୁ ଯାଉଛି ,ବେଳଉଳିକୁ ଫେରି ଆସିବନିକି ! ଭାଗ୍ୟବତୀ ପ୍ରଶାନ୍ତର କୌଣସି କଥାକୁ ମନା କରନ୍ତିନୀ ,କୁନା ଗଲାପରେ ପ୍ରଶାନ୍ତ ହିଁ ସାହା ଭରସା ବୃଦ୍ଧକାଳକୁ |
ପ୍ରଶାନ୍ତ ଫେରିବା ବାଟକୁ ଚାହିଁ ରହିଥାଏ ଭାଗ୍ୟବତୀ... ||
ମୋବାଇଲ : 9739591816
ବିନାୟକ ନଗର ଏ ବ୍ଲକ , ବାଙ୍ଗାଲୋର, ୫୬୦୦୧୭
ଇମେଲ : bijaykumar.mail@gmail.com
Go Back to Previous Page
ସ୍ବପ୍ନ
ବୈଚନ୍ଦ୍ର ମଲ୍ଲିକ
Read Article
ଗୋଲାମଗିରି
ଦୀପକ ଷଡ଼ଙ୍ଗୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ