ସେଦିନ ରବିବାର ଥିଲା ହୋଟେଲରୁ ଘରକୁ ଫେରୁ ଫେରୁ ଦେବାନନ୍ଦଙ୍କର ରାତି ସାଢ଼େବାର ରବିବାର ଥିବାରୁ ହୋଟେଲରେ ଟିକେ ଗହଳି ତେଣୁ ହୋଟେଲ୍ ମାଲିକ ଆଗତୁରା କହିଦେଲେ ଯେ ଆଜି ଟିକେ ଦୋକାନ ବନ୍ଦ କରିବାକୁ ଲେଟ୍ ହେବ ତେଣୁ ସେହି କଥାକୁ ସମର୍ଥନ କରିବାକୁ ଯାଇ ଦେବାନନ୍ଦ ଆଉ କିଛି ବ୍ୟସ୍ତ ହେଲେ ନାହିଁ କିନ୍ତୁ ପୁଅ ପ୍ରଶାନ୍ତ କଥା ମନେ ପକାଇ ପୁଣି ବ୍ୟସ୍ତ ଏବଂ ବିରକ୍ତ ହେଲେ ପୁଅ ବାରମ୍ବାର କହିଥିଲା, “ବାପା, ମୋ ପାଇଁ ତମ ହୋଟେଲରୁ ନାନ୍ ରୁଟି ଆଉ ଚିଲ୍ଲିଚିକେନ୍ ଆଣିଦେବ” ହୋଟେଲ୍ ଗହଳି ଥିବାରୁ ସେଦିନ ମଧ୍ୟ ଚିଲ୍ଲି ଚିକେନ୍ ସରିଗଲା ତେଣୁ ଦେବାନନ୍ଦ ବାବୁ ତା’ ପୁଅପାଇଁ ତ ହୋଟେଲ୍ ମାଲିକଙ୍କୁ କହି ଆଉ ଚିକେନ୍ ମଗାଇନଥାନ୍ତେ! ତେଣୁ ନିଜ ମନକୁ ବୁଝାଇ ଦେଲେ ହେଲେ ବି ନିଜକୁ ଦୋଷୀ ଭଳି ଅନୁଭବ କରୁଥାନ୍ତି ପୁଅର ଅନେକ ଇଚ୍ଛାକୁ ସେ ପୂରଣ କରିଛନ୍ତି ଆଗରୁ ସେ ଅନେକ ଥର ପୁଅ ପାଇଁ ଚିଲ୍ଲି ଚିକେନ୍ ଓ ନାନ୍ ରୁଟି ନେଇଛନ୍ତି କିନ୍ତୁ ପୁଅ ଆଜି ବଡ଼ ହୋଇ ଯାଇଥିବାରୁ ତା’କଥାକୁ ଅଣଦେଖା କରିବା ମଧ୍ୟ ନିଜକୁ ଠିକ୍ ମନେ କରୁନାହାନ୍ତି ତଥାପି ମଧ୍ୟ ବଳିଥିବା କେଟୋଟି ନାନ୍ ରୁଟି ଆଉ କିଛି ସାଧା ତରକାରୀ ଧରି ଘରେ ପହଞ୍ଚିଲେ ସେ
ଘରେ ପହଞ୍ଚି କବାଟ ଠକ୍ ଠକ୍ କରୁ କରୁ ପ୍ରଶାନ୍ତ ମା’ ବୀଣାଦେବୀ ଆସି କବାଟ ଖୋଲିଲେ ଅବଶ୍ୟ ଅନ୍ୟଦିନ ଅପେକ୍ଷା ସେ ଦିନ ଟିକେ ବିଳମ୍ବ ହେଲା କବାଟ ଖୋଲିବାରେ ଅବଶ୍ୟ ସାରା ଦିନର କର୍ମବ୍ୟସ୍ତତାରେ ସେ ବି ଥକି ପଡ଼ି ଟିକେ ଢୁଳେଇ ପଡିଥିବେ ବୋଲି ଚିନ୍ତା କଲେ ଦେବାନନ୍ଦ ବୀଣାଦେବୀଙ୍କ ପ୍ରଶ୍ନିଳ ନୟନର ଉତ୍ତର ସାଙ୍ଗେ ସାଙ୍ଗେ ଦେଇପକେଇଲେ ସେ, “ଏଇ ଜାନୁଆରୀ ମାସଟା ଟିକେ ଅଧିକ ଗହଳି ରହିବ, ତେଣୁ ଏମିତି ବିଳମ୍ବ ହେବ ହିଁ ହେବ ଆଉ ରବିବାର ଦିନମାନଙ୍କରେ ଗହଳି ବଢ଼ିବ ମଧ୍ୟ”
ଘର ଭିତରେ ପଶୁ ପଶୁ ଦେଖେ ତ ଖଟ ଉପରେ ଘୁଙ୍ଗୁଡ଼ିମାରି ଶୋଇଛି ଆଇଁଷ ରଙ୍କୁଣା ପୁଅ ପ୍ରଶାନ୍ତ ଏବଂ କାନ୍ଥପାଖକୁ ତକିଆ ଧରି ଶୋଇଛି ଗେହ୍ଲି ଝିଅ ପ୍ରିୟା ତେଣୁ ସେ ପୁଅ ପ୍ରଶାନ୍ତର ପ୍ରଶ୍ନକୁ ଆଉ ସାମ୍ନା କଲେନାହିଁ ହୋଟେଲରୁ ଆଣିଥିବା ବ୍ୟାଗଟିକୁ ପ୍ରଶାନ୍ତ ବୋଉକୁ ଦେଉ ଦେଉ ଜଣାଇଦେଲେ, “ଆଜି ଏତେ ଭିଡ଼ ଥିଲା ଯେ ଚିଲ୍ଲି ଚିକେନ୍ ପ୍ଲେଟଟିଏ ବି ବଞ୍ଚିଲାନି ପ୍ରଶାନ୍ତ କହିଥିଲା...” ପ୍ରଶାନ୍ତ ବୋଉ ବ୍ୟାଗକୁ ନେଇ କହିଲା, “ସେ ତ ଶୋଇଲାଣି ଆଣିଥିଲେ ବି କୋଉ ଖାଇଥାନ୍ତା ଏବେ? ଆର ରବିବାରକୁ କିନ୍ତୁ ମନେ ପକେଇ ଆଣିଦେବ ତମ ଭଉଣୀ ଆଉ ତା ମାଉସୀପୁଅ ଅମରକୁ ବି ଡାକିଦେବ ସେ ଦିନ ବେଗେ ବେଗେ ସେ ରୋଷେଇଘରେ ପଶିଯାଇ ଖାଇବା ଜିନିଷ ଆଣି ଟେବୁଲ ଉପରେ ଥୋଇଲେ ଦେବାନନ୍ଦ ସଫାସୁତରା ହୋଇ ବସିଲେ ଏଇ କିଛି ସମୟ ତ ମିଳେ ଭଲମନ୍ଦ କଥା ହେବାପାଇଁ ଘରର ସଉଦା, ଭଲ, ମନ୍ଦ, ସୁଖ ଦୁଃଖ ଇତ୍ୟାଦି ଇତ୍ୟାଦି
ସକାଳୁ କଥା ହେବାପାଇଁ ବେଳ କାହିଁ? ଦେବାନନ୍ଦ ବାବୁ ଟିକେ ବିଳମ୍ବ ଯାଏଁ ଶୋଇବେ ଆଉ ବୀଣାଦେବୀ ସକାଳୁ ସକାଳୁ ଉଠି ପିଲାମାନଙ୍କ ପାଇଁ ରୋଷେଇରେ ଲାଗିଯିବେ ରାତିରେ ବି ସବୁଦିନ କଥା ହେବା ସମ୍ଭବ ହୁଏନି ଯେଉଁଦିନ ଦେବାନନ୍ଦ ବାବୁ ମଦଟିକେ ପକେଇ ଦେଇ ଆସନ୍ତି ସେ ଦିନ ଘରେ ନିରବତା ଲାଗିରହେ ତେଣୁ ସେ ହୋଟେଲରେ ଖାଇଦେଇ ଆସନ୍ତି ଅବଶ୍ୟ ହୋଟେଲ୍ ମାଲିକ ସବୁଦିନ ହୋଟେଲରେ ଖାଇବାକୁ କହନ୍ତି, କିନ୍ତୁ ଦେବାନନ୍ଦ ବାବୁ ଖାଆନ୍ତି ନାହିଁ ଦେବାନନ୍ଦ ବାବୁଙ୍କ ଛୋଟିଆ ପରିବାର, ସ୍ବାମୀସ୍ତ୍ରୀ ଓ ଦୁଇ ପିଲା ଅବଶ୍ୟ ଗାଁରେ ବାପାମା ସହିତ ସାନଭାଇ ଓ ତା ପରିବାର ରହନ୍ତି କିନ୍ତୁ ସେମାନେ ଗାଁ ଛାଡ଼ି ଫୁଲବାଣୀ ସହର ଆସି ରହିବାର ବାଇଶି ବର୍ଷ ହୋଇଗଲାଣି
ନୂଆ ନୂଆ ବାହା ହେବାପରେ ଗାଁରେ ରହୁଥିବା ସମୟର କଥା, ଦିନେ ବୀଣାଦେବୀ କାକୁତିମିନତି ହୋଇ କହିଲେ, “ତମେ ଯଦି ପ୍ରକୃତରେ ମୋର ଭଲ ଚାହୁଁଥାଅ, ତେବେ ମୋତେ ଏ ଘରଠାରୁ ଦୂରକୁ ନେଇଯାଅ, ମୁଁ ଏ ଘରେ ଗୋଟିଏ ମୁହୂର୍ତ୍ତ ରହିବାକୁ ଚାହୁଁନାହିଁ” ଏହିପ୍ରକାର କଥା ଶୁଣି ଦେବାନନ୍ଦ ହତ୍ଚକିତ ହୋଇ ଯାଇଥିଲେ ସତେକି ଆକାଶଟା ମୁଣ୍ଡ ଉପରେ ଛିଣ୍ଡି ପଡ଼ିଥିଲା ବାପାମା’ଙ୍କୁ ସବୁବେଳେ ଖୁସିରେ ରଖିବାର ସ୍ବପ୍ନ ସେ ସବୁବେଳେ ଦେଖୁଥିଲେ ଘରର ବଡ଼ପୁଅ ହେବାର ଦାୟିତ୍ବ ! ହେଲେ ଏମିତି କହିବାର କାରଣ ବିଷୟରେ ପଚାରିବା ପରେ ଅଶ୍ରୁପୂର୍ଣ୍ଣ ନୟନରେ ବୀଣାଦେବୀ ଜଣେଇଲେ ଯେ, ସେ କାଳେ ଜଣେ ବନ୍ଧ୍ୟା ସ୍ତ୍ରୀ ଲୋକ ଆଉ ତାଙ୍କୁ ଦେଖି ଶାଶୁଙ୍କର ଅଶୁଭ ହେଉଛି ବୋଲି ବାରମ୍ବାର କହୁଛନ୍ତି ତେଣୁ ସେ ଏଠାରୁ ଦୂରକୁ ଯିବାକୁ ଚାହୁଁଛନ୍ତି ସେହିଦିନ ରାତିରେ ହିଁ ନିଷ୍ପତ୍ତି ନେଇଥିଲେ ଦେବାନନ୍ଦ ଆଉ ପରଦିନ ଫୁଲବାଣୀ ସହରରେ ପାଦ ଦେଇଥିଲେ
ଆଜି ବୀଣାଦେବୀ ଆଉ ବନ୍ଧ୍ୟା ନୁହନ୍ତି ଦୁଇ ଦୁଇଟି ସନ୍ତାନର ଜନନୀ ଫୁଲବାଣୀ ସହରରେ ନୂଆ ନୂଆ ଆସି ରହିଥିବା ସମୟରେ ଭବିଷ୍ୟତରେ ନିଜ ପାଇଁ ଘରଖଣ୍ଡେ କରିବା ଆଶାରେ ଦେବାନନ୍ଦ ବାବୁ ଜାଗାଖଣ୍ଡେ କିଣିଥିଲେ, ଯେନତେନ ପ୍ରକାରେ ଏବେ ଘର ଖଣ୍ଡେ ଟେକିଲେଣି ଫୁଲବାଣୀ ଆସିବାର ବର୍ଷେ ପରେ ପ୍ରଶାନ୍ତ ଆଉ ତା ଦୁଇ ବର୍ଷପରେ ଝିଅ ପ୍ରିୟା ଜନ୍ମ ହୋଇଥିଲେ ଉଣାଅଧିକେ ସବୁ ସ୍ବପ୍ନ ପୂରଣ ହୋଇଯାଇଥିଲା ସେମାନଙ୍କର
ଫୁଲବାଣୀ ଆସିବା ବେଳେ ହୋଟେଲରେ ହେଲ୍ପର୍ ହୋଇଥିଲେ ସେ ଅଳ୍ପ ପଇସା ଅର୍ଜୁଥିଲେ ହେଲେ ହାତଗୁଣ ଦିନକୁ ଦିନ ବ୍ୟାପୀଲା ଆଉ ଏବେ ସେ ନାମୀ ଖାନସମା ବଡ଼ ବଡ଼ ଭୋଜିଭାତର ଆୟୋଜନକୁ ସେ ଏକା ଏକା କରି ଦେଇ ପାରୁଛନ୍ତି ମାସକୁ ଦଶହଜାର ଆୟ କରୁଛନ୍ତି ମୋଟା ମୋଟି ଭାବରେ ତାଙ୍କ ସଂସାର ଭଲରେ ଚାଲିଛି ପୁଅ ପ୍ରଶାନ୍ତ ଉପରେ ଅନେକ ଆଶା ତାଙ୍କର କିନ୍ତୁ ଟୋକାଟା ଚଗଲା ମାଡୁଆଟାଏ ବି ହୋଇଛି ଅନେକ ଥର ମାଡ଼ ଖାଏ ତେଣୁ ବାପା କହିଲେ ତାର ଟିକେ ଭୟ ସବୁ କଥା ସେ ବୋଉକୁ କହେ
ପ୍ରଶାନ୍ତ ଯେବେ ଦଶମ ପାସ କରିଥିଲା ସେଦିନ ଦେବାନନ୍ଦ ବହୁତ ଖୁସି ହୋଇଥିଲେ ହୋଟେଲ ମାଲିକଙ୍କୁ ମିଠା ଖୁଆଇ କହିଥିଲା, “ଆପଣଙ୍କ ପୁଅପରି ମୋ ପୁଅକୁ ବ୍ୟାଙ୍କ୍ ମେନେଜର୍ କରିବି ବୋଲି ଭାବିଛି ଆଜ୍ଞା” ମାଲିକ ବହୁତ ଖୁସି ହୋଇଥିଲେ ତାଙ୍କ ପାଇଁ ବ୍ୟାଙ୍କ ମେନେଜର୍ ଚାକିରୀ ଏକ ବହୁତ ଭଲ ଚାକିରୀ ଥିଲା ତେଣୁ ତାଙ୍କ ଉପଦେଶମାନି ପ୍ରଶାନ୍ତକୁ କମର୍ସ୍ ରେ ନାମ ଲେଖାଇଥିଲେ ସେ ସେହିବର୍ଷ ଭଉଣୀର ପୁଅ ଅମର ମଧ୍ୟ ଆସି ଫୁଲବାଣୀରେ ପହଞ୍ଚି ଥିଲା ଅଧିକ ପଢ଼ିବାପାଇଁ ସେ ଆଉ ପ୍ରଶାନ୍ତ ଏକାଠି ପଢୁଥିଲେ ଅମର ବିଜ୍ଞାନରେ ଛାତ୍ର ଥିଲା ଆଉ ଖୁବ୍ ମେଧାବୀ ମଧ୍ୟ ଥିଲା ସେ ଦୁଇବର୍ଷ ଦେବାନନ୍ଦଙ୍କ ଘରେ ରହି ପଢ଼ିଲା ପ୍ରିୟା ନବମ ଶ୍ରେଣୀରେ ପଢୁଥିଲା ତାର କିନ୍ତୁ ପାଠପଢ଼ାରେ ଏତେ ମନ ନାହିଁ ସବୁବେଳେ ନାଚଗୀତରେ ମନ ଗାୟିକା ହେବ କହି ଘର ଫଟାଇ ଗୀତ ଗାଏ ହେଲେ ଘରେ ହିଁ ରହିଯାଏ
ଅମର ଦୁଇବର୍ଷ ବଡ଼ମା’ ଘରେ ରହିବାପରେ ଏବେ ନିଜ ମା ସହ ଅଲଗା ରହୁଛି ବେଳେ ବେଳେ ଘରକୁ ବୁଲି ଆସେ କିନ୍ତୁ ଯୁକ୍ତ ଦୁଇପରୀକ୍ଷା ଫଳ ଆସିବାପରେ ହଠାତ ବୀଣାଦେବୀ ନିଜେ ଫୋନ କରି ଅମରର ମା’ଙ୍କୁ ଜଣାଇ ଦେଇଥିଲେ ପୁଅକୁ ନେଇ ଯିବାପାଇଁ ସେ କାହିଁକି ଏମିତି କଲେ କେହି ବୁଝିପାରିଲେ ନାହିଁ ପ୍ରିୟା ମନ ଉଣା କରିଥିଲା କାନ୍ଦିଲା ମଧ୍ୟ, କିନ୍ତୁ ବୀଣାଦେବୀ ବୁଝେଇଦେଲେ ସେମାନେ ଏହି ସହରରେ ହିଁ ରହିବେ ଏବଂ ବେଳେ ବେଳେ ଯିବା ଆସିବା କରିବେ
ଅତୀତ କଥାକୁ ମନେ ପକାଇ ଦେବାନନ୍ଦ ବାବୁ ବେଳେ ବେଳେ ଲୁହ ଗଡ଼ାନ୍ତି ଫୁଲବାଣୀରେ ରହୁଥିବା ସମୟରେ ସେ ପ୍ରଥମେ ଯେତେବେଳେ ଢାବା ହୋଟେଲରେ କାମ କରୁଥିଲେ ସେଇ ସମୟରେ ସେ ନିଶା ସେବନର ଶିକାର ହୋଇଗଲେ ଢାବା ହୋଟେଲରେ ଗ୍ରାହକ ମାନଙ୍କୁ ମଦ ଦେଉ ଦେଉ ନିଜେ ନିଶାରେ ପଡ଼ିଗଲେ ଅବସ୍ଥା ଏମିତି ହେଲା ଯେ ବିନା ମଦରେ ଦିନ ରାତି ବିତିଲାନି ଘରେ ଅନେକ ଅଶାନ୍ତି ହେଲା କିନ୍ତୁ ସେ ସୁଧୁରିଲେନାହିଁ ଦିନ ଆସିଲା ସେ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇଗଲେ ଡାକ୍ତରୀ ପରାମର୍ଶରେ ସମ୍ପୂର୍ଣ୍ଣ ଭାବେ ମଦ୍ୟପାନ ତ୍ୟାଗ କରିବାକୁ ପରାମର୍ଶ ଦିଆଗଲା ଏବଂ କିଛି ଅଂଶରେ ସେ ସୁସ୍ଥ ହୋଇଗଲେ ସୁଦ୍ଧା ଅତ୍ୟଧିକ ମଦ୍ୟପାନ ହେତୁ କିଡ଼ନୀରେ ରୋଗ ହୋଇଗଲା ଯାହା ରହି ରହି ଅନେକ ସମୟରେ ଅସୁବିଧା ସୃଷ୍ଟି କରୁଛି ଏଥିପାଇଁ ଅନେକ ଅର୍ଥ ଶ୍ରାଦ୍ଧ ହେଲାଣି ସେହି ଚିନ୍ତାରେ ବେଳେ ବେଳେ ସେ ଭାବେ ଯଦି ତା’ର କିଛି ହୋଇଯାଏ ତ ପିଲାମାନଙ୍କର କଣ ହେବ? ସେଥିପାଇଁ ସେ ନିଜକୁ ଦୋଷୀ ମନେକରେ ପ୍ରଶାନ୍ତ ବି ପାଠପଢ଼ାରେ ଆଦୌ ମନ ଦେଉନାହିଁ ସେ ନିଜେ ଘରେ ରହୁନାହାନ୍ତି ଅମର ଥିବା ବେଳେ ଅନ୍ତତଃ ଏକାଠି ବସୁଥିଲା ବହିଧରି ଏବେ ସେ ସବୁ ବି ନାହିଁ
ଗତ ଶନିବାର କଥା ପ୍ରଶାନ୍ତ ତା’ ବୋଉକୁ କହିଲା, “ବୋଉ, ମୋତେ ଫିଲ୍ମ୍ ଦେଖିଯିବାପାଇଁ ପଇସା ଦେ” ଗୋଟେ ଐତିହାସିକ ଫିଲ୍ମ୍ ପଡ଼ିଛି ହଲରେ, ‘ପଦ୍ମାବତ୍’ ପ୍ରଶାନ୍ତ କଲେଜ ଯିବାପୂର୍ବରୁ ଏହା ଜଣାଇଦେଇ ଚାଲିଯାଇଥିଲା କଲେଜରୁ ଫେରି ଖାଇବା ପାଇଁ ବସିଥିବା ବେଳେ ବୋଉ ଟେବୁଲ୍ ଉପରେ ଆଣି କିଛି ଟଙ୍କା ଦେଇ ବଢ଼ାବଢ଼ିରେ ଲାଗିଥିବା ବେଳେ ପ୍ରଶାନ୍ତ ତା’ ବୋଉକୁ କହିଲା, “ମୁଁ ସିନେମା ଦେଖିବାକୁ ଯିବି ପରା, ଏତିକି ଟଙ୍କାରେ କଣ ହେବ? ପ୍ରଶାନ୍ତ ଅଭିଯୋଗ କରି କହିଲା, ଟିକେଟ୍ ଦାମ କେତେ ଜାଣିଛୁନା? ଆଉ ସାଙ୍ଗମାନେ ଥିବେ, ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ? ମୋର ମାନ ସମ୍ମାନ କିଛି ଅଛି କି ନାହିଁ? ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଯିବାପରେ ପୁଣି କହିଲା, ବୋଲି ମୋର ଟାଇମ୍ ହେଇଗଲାଣି, ଟଙ୍କା ଦେ ରୋଷେଇ ଘରୁ ବୋଉ କହିଲେ, ମୋ ପାଖରେ କିଛି ନାହିଁ ତୁ ବାପାଙ୍କୁ ମାଗି ନେଇଯା ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହେଉଥିବା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ବନୀ ଶୁଣି ନିରବ ହୋଇଗଲା ଏବଂ ସେତକ ଟଙ୍କା ଧରି ସେ ସିନେମା ଗଲା
ଏଠି ଗୋଟିଏ ଘରେ ରହିଲେ ମଧ୍ୟ ସମସ୍ତଙ୍କ ସ୍ବପ୍ନ ଅଲଗା ତେଣୁ ବୀଣାଦେବୀଙ୍କ ସ୍ବପ୍ନ ମଧ୍ୟ ଟିକେ ଅଲଗା ସେ ଯେଉଁଦିନ ତା ଭଉଣୀକୁ ଅମରକୁ ତାଙ୍କ ଘରକୁ ନେଇ ଯିବାପାଇଁ କହିଲେ ତାର ପନ୍ଦର ଦିନ ପୂର୍ବର ଘଟଣା, ସେଦିନ ନିଘୋଡ଼ ନିଦରେ ଶୋଇଥିଲେ ବୀଣାଦେବୀ ଏକ ଅଜବ ସ୍ବପ୍ନ ଦେଖିଲେ ସେହି ସ୍ବପ୍ନରେ ଥିଲା ଯେ କାଳେ ତୁଳସୀ ଚଉଁରାରେ ଥିବା ଗଛ ମଉଳି ଯାଇଥିବା ବେଳେ ପାଖରେ ଥିବା ଗେଣ୍ଡୂଫୁଲ ଗଛ ଦାଉ ଦାଉ ଦିଶୁଛି ସ୍ବପ୍ନ ଭାଙ୍ଗିବାପରେ ସେ ଯାଇ ଦେଖନ୍ତି ତ ସତରେ ସେମିତି ହିଁ ଦେଖାଯାଉଥିଲା ଏହାକୁ ନିଜ ପରିବାର ସହ ଯୋଡ଼ି ସେ ଦେଖୁଥିଲା, ଅମରର ପ୍ରଭାବରେ ପ୍ରଶାନ୍ତ ମାନ୍ଦା ପଡ଼ି ଯାଉନି ତ? ତେଣୁ ସେ ତୁଳସୀ ଓ ଗେଣ୍ଡୁ ଫୁଲ ଗଛକୁ ଅଲଗା ଅଲଗା ଯାଗାରେ ପୋତିବା ପରେ ସୁଫଳ ଦେଖି ନିଷ୍ପତ୍ତି ନେଇଥିଲେ ଏବଂ ଅମରକୁ ଅଲଗା ରହିବାକୁ କହିଥିଲେ ଦେଖାଯାଉ କାହାର ସ୍ବପ୍ନ ସାକାର ହେଉଛି ଏ କଥା ସମୟ କହିବ
ରାସୁଡ଼ି, ଫୁଲବାଣୀ
ଭ୍ରାମ୍ୟଭାଷ : ୮୭୬୩୭୬୮୯୨୬
Go Back to Previous Page
ଦାୟିତ୍ବ
ସିପ୍ରା ନାମତା
Read Article
ପଶ୍ଚାତାପ
ବିଜୟ କୁମାର ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ