ପ୍ରଶାନ୍ତ ପରି ନରମା ପିଲା ସିନେମା ଦେଖିଯିବା ପାଇଁ ଜିଦ୍ କରିବ ସେ କଥା ବିଶ୍ବାସ କରିପାରୁନଥିଲେ ସରିତା ଦେବୀ, ପ୍ରଶାନ୍ତର ମାଆ ଗୃହକର୍ମ ଜଞ୍ଜାଳରେ ବ୍ୟସ୍ତ ରହି, କେଇ ଦିନ ତଳେ କ’ଣ ଗୋଟେ ଖବର କହି କହି ଯାଉଥିବା ଡାକବାଜି ଯନ୍ତ୍ରଟିକୁ ସେ ଠିକ୍ ରୂପେ ଶୁଣି ପାରିନଥିଲେ ହୁଏ ତ ଏଇ ସିନେମା କଥା ହେଇଥିବ ପରା!!
ଘରେ ଶାଶୁଶ୍ବଶୁରଙ୍କ ସହ ଦେଢ଼ଶୁର ଯାଆ, ତେଣେ ପୁଣି ଗାଁରେ ଥିବା ଭାଇ ବନ୍ଧୁ କୁଟୁମ୍ବ ସହିତ ଅନ୍ୟମାନଙ୍କର ଗହଳି ଲାଗି ରହିଥାଏ ସବୁବେଳେ ଆଜି କୋଉଠି କାହାର ପାଠପଢ଼ା ପାଇଁ କଲେଜ, କାହାର ଦେହ ପା ହେଲାଣି ତ ଡାକ୍ତରଖାନା, କୋଉଠି ବାହାଘର ସାହାଘର ହେଲେ ବଡ଼ ଦୋକାନରୁ କିଣାକିଣି କାମ, ଏ ସବୁ ପାଇଁ ରହଣି ଏଇଠି
“ଆମ ଟୁକୁନା ଘର ଅଛି ପରା, ବାହାରେ ଖାଇଲେ କି ରହିଲେ ସେ ଖରାପ ଭାବିବ ନାହିଁ??” ଟୁକୁନା ଓରଫ୍ ସର୍ବେଶ୍ବର ବାବୁ ସରିତା ଦେବୀଙ୍କ ସ୍ବାମୀ ସହର ମଝିରେ ଘର ଖଣ୍ଡେ କରି ନାହାନ୍ତି ତ, ସର୍ବସାଧାରଣ ଧର୍ମଶାଳା ଟିଏ ଖୋଲି ଦେଇଛନ୍ତି ଆଉ ସରିତା ଦେବୀଙ୍କୁ ସେବିକା ଶାଶୁଶଶୁର ବି ବିରକ୍ତ ହୋଇଗଲେଣି, କିନ୍ତୁ ସର୍ବେଶ୍ବର କାହାକୁ କିଛି କହି ପାରନ୍ତିନି ବର୍ତ୍ତମାଣର ସମୟରେ ଲୋକେ ଆପେ ଆଏ ବୁଝି ଯିବାକଥା ଲୋକାଚାର ଦୃଷ୍ଟିରୁ “ଅସୁବିଧା ହେଲେ ଚାଲିଆସିବେ” କହିବାଟା ଖୁବ୍ ବିପଜ୍ଜନକ ହୋଇପଡୁଛି ଧିରେ ଧିରେ ସରିତା ଦେବୀଙ୍କ ଦେହ ଖରାପ ହେବାପରେ ପରେ ଗହଳି ଟିକେ କମିଛି, କିନ୍ତୁ ଯୌଥ ପରିବାର ଦାୟିତ୍ବ କମିନି
ପୁଅ ଝିଅ, ପୁତୁରା ଝିଆରୀ, ଝିଅ ଜ୍ବାଇଁ, ଇତ୍ୟାଦିଙ୍କ ବନ୍ଧୁଚର୍ଚ୍ଚାରେ ସବୁବେଳେ ଘାଣ୍ଟି ହେଉଥାନ୍ତି ସେ ବଡ଼ ଯାଆ କେବେ ତାଙ୍କ ଝିଅ ପାଖରେ ତ କେବେ ପୁଅ ପାଖରେ ରହନ୍ତି ଦେଢ଼ଶୁର ହିଁ ରହନ୍ତି ସବୁବେଳେ ତେଣୁ ଅଧିକାଂଶ ସମୟ ତାଙ୍କର ବିତେ ରୋଷେଇ ଘରେ ସେଇଥିପାଇଁ ଅନେକ ବାହାର ଖବର ରଖିପାରନ୍ତି ନି ସେ ହେଲେ ଆଜି ପ୍ରଶାନ୍ତର ସିନେମା ଯିବାପାଇଁ ପଇସା ମାଗିବା କେମିତି ଅଲଗା ଅଲଗା ଲାଗିଲା ତାଙ୍କୁ ଗୃହସ୍ଥୀର ସବୁ କର୍ତ୍ତବ୍ୟ ମୁଣ୍ଡାଇ ଥିଲେ ବି ଅର୍ଥ ବିଭାଗଟିକୁ ସେ ବିଲକୁଲ ଆପଣେଇ ପାରିନାହାନ୍ତି ସେଇଟି ସର୍ବେଶ୍ବର ବାବୁଙ୍କ ପାଖରେ ହିଁ ନ୍ୟସ୍ତ ଅଛି ସରିତା ଦେବୀଙ୍କୁ ସେ ଦିଗରେ ଅପାରଗ ଜାଣି ସାଧାରଣ ହାତଖର୍ଚ୍ଚ ବ୍ୟତୀତ ସର୍ବେଶ୍ବର ବାବୁ ତାଙ୍କୁ ସେ ଦାୟିତ୍ବ ସମର୍ପି ନାହାନ୍ତି ପୁଅ ଝିଅଙ୍କର ସମସ୍ତ ଆବଶ୍ୟକତା ସର୍ବେଶ୍ବର ବାବୁ ବିଧିବଦ୍ଧ ବୁଝିକରି ପୂରଣ କରନ୍ତି ତେବେ ସେମାନେ କଲେଜ ଗଲେ ସେମାନଙ୍କ ହାତରେ ଦଶ କି କୋଡ଼ିଏ ଟଙ୍କା ଦେଇଥାନ୍ତି ରାସ୍ତାଘାଟ କଥା ଭାବି, କେତେବେଳେ ସୁବିଧା ଅସୁବିଧା ଥାଏ ତେଣୁ ପ୍ରଶାନ୍ତ ପରି ଧିର ନମ୍ର ପିଲା ତାଙ୍କୁ ଆଜି ସିନେମା ପାଇଁ ଟଙ୍କା ମାଗିବା ବଡ଼ ଅଡୁଆ ଲାଗୁଛି “ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା? ଏତିକି ଟଙ୍କାରେ କଣ ହେବ?” ପ୍ରଶାନ୍ତ ଅଭିଯୋଗ କରି କହିଲା “ଟିକେଟ୍ ଦାମ୍ କେତେ ଜାଣିଛୁ ନା? ଆଉ ସାଙ୍ଗମାନେ ଥିବେ ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ?” ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା, “ବୋଉ ମୋର ଟାଇମ୍ ହେଲାଣି ଟଙ୍କା ଦେ” ରୋଷେଇଘରୁ ବୋଉ କହିଲେ, “ମୋ ପାଖରେ କିଛି ନାହିଁ, ତୁ ବାପାଙ୍କୁ ମାଗି ନେଇଯା”
ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହେଉଥିବା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ବନୀ ଶୁଣି ନିରବ ହୋଇଗଲା ସର୍ବେଶ୍ବର ବାବୁଙ୍କ ଆସିବା ଦେଖି ସରିତା ଦେବୀ ସେଇ ରୋଷେଇ ଘରେ ଥାଇ କହିଲେ, “ହେଇଟି ଶୁଣୁଶ, ପ୍ରଶାନ୍ତ କଣ କହୁଛି... ତା’ କଥା ବୁଝ” ସର୍ବେଶ୍ବର ବାବୁ ପ୍ରଶାନ୍ତଙ୍କୁ ତାର କେତେ ଟଙ୍କା ଦରକାର ବୋଲି ପଚାରିବାରୁ କୁନ୍ଥୁ କୁନ୍ଥୁ ହୋଇ ପ୍ରଶାନ୍ତ ଯାହା କହିଲା ତାକୁ ସେତିକି ଦେଲେ ଏବଂ ସିନେମାଟିକୁ ଭଲ କରି ବୁଝି ଘଟଣା ଗୁଡ଼ିକୁ ହୃଦୟଙ୍ଗମ କରିବା ପାଇଁ ମଧ୍ୟ ଉପଦେଶ ଦେଇ ତାଙ୍କ ରୁମକୁ ଚାଲିଗଲେ
ପ୍ରଶାନ୍ତ ଚାଲି ଯାଉଥିଲା ସମୟରେ ବନାନୀ, ତା ସାନ ଭଉଣୀକୁ ସେପଟରୁ ଆସୁଥିବା ଦେଖି କ୍ଷୀପ୍ର ଗତିରେ ବାହାରିଯିବାପାଇଁ ବଡ଼ ବଡ଼ ପାହୁଣ୍ଡ ପକାଇ ମନେ ମନେ କହି ହେଉଥାଏ, “ଓକିଲିଆଣି ଆସିଲାଣି... କେତେ କଥା ବାହାର କରିବ ଏଇନା ଶୀଘ୍ର ପଳେଇଲେ ରକ୍ଷା”
ବନାନୀ ତାକୁ ଦେଖି ସରିତା ଦେବୀଙ୍କ ଉଦ୍ଦେଶ୍ୟରେ କହିଲା, “ବୋଉ, ତୋ ପୁଅ ଏଥର ଗଲା...”
ସରିତା ଦେବୀ ସର୍ବେଶ୍ବର ବାବୁଙ୍କ ବ୍ୟବହାରରେ ତ ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ, ଝିଅ କଥା ଶୁଣି ତତୋଧିକ ଆଶ୍ଚର୍ଯ୍ୟ ହେଲେ ଆଶ୍ଚର୍ଯ୍ୟଜନକ ମୁଖମଣ୍ଡଳରେ ଅସଂଖ୍ୟ ପ୍ରଶ୍ନଚିହ୍ନକୁ ଦେଖି ବନାନୀ କହିଲା, “ତୁ ଘରେ ସମାଜ ସେବୀ ପାଲଟି ଯାଇଛୁ, ଆଉ ତୋ ପୁଅ ବାହାରେ” କହି ଖିଲି ଖିଲି ହୋଇ ହସି ଉଠିଲା ପୁଣି ଗେଲ ହୋଇ କହିଲା, “ଏ ବୋଉ, ଦେ କଣ ଦି’ଟା ଖାଇବି, ଭୋକ ହେଲାଣି ବଡ଼” ସରିତା ଦେବୀ ତାକୁ ଖାଇବାକୁ ବାଢ଼ିଦେଇ ପାଖରେ ବସି ପଚାରିଲେ, “ଏମିତି କଣ କହୁଛି? ସେ ପରା ତୋ ବଡ଼ ଭାଇ?” ଖାଉ ଖାଉ ବନାନୀ କହିଲା, “ହଁ... ମୁଁ କେତେବେଳେ ମନା କଲି କି?”
- କଣ ହେଇଛି ଟିକେ ଭଲ କରି କହୁନୁ?
- ମୋ ସାଙ୍ଗ ରଶ୍ମୀ... ହେଇ ସେଇ ଯେଉଁ ବାଙ୍କ ପାଖରେ ଘରଟା... ମୁଣ୍ଡ ହଲେଇ ଆଙ୍ଗୁଳି ଦେଖାଇ ଦେଖାଇ କହୁଥିଲା ବନାନୀ ତା ଭାଇ ବି ଭାଇର ସାଙ୍ଗ ସେମାନେ ସବୁ ମିଶି ଗୋଟେ କଣ କ୍ଲବ୍ ଘର କରିଛନ୍ତି ସେଇ କ୍ଲବ୍ ଘର ତରଫରୁ କିଛି ଅନାଥ ପିଲାଙ୍କୁ ସିନେମା ଦେଖେଇ ନେବେ... ବୁଝିଲୁ
- କି ସିନେମା କି ଲୋ, ତୁ ଜାଣିନୁ?
- ଏତେ କଥା ଜାଣିଲି ଯେତେବେଳେ ଆଉ ସେଇଟା ଜାଣିବିନି କେମିତି ଯେ? ଓକିଲାତି ପଢୁଛି ପରା, ତୁ ବି ବୋଉ... ସେମାନେ ଗାନ୍ଧୀ ସିନେମା ଦେଖିବାକୁ ଯିବା କଥା ମୁଁ ଶୁଣିଛି
- ଗାନ୍ଧୀ?
- ଆରେ ବାବା, ତୁ ବି ନା ସବୁ ଭୁଲି ଯାଉଛୁ ସେଇ ରୋଷେଇଘରେ କାମ ଆଉ ଲୋକଙ୍କ ସେବା କରି କରି ତୋ ମଥାରେ ଆଉ କିଛି ପଶୁନି ଆମ ଦେଶ ସ୍ବାଧୀନ ହେବାର କାହାଣୀ, ସେଇ ମହାନ ଜନନାୟକ ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର କଥା ଦେଶ କେମିତି ଇଂରେଜ ମାନଙ୍କ ପାଖରୁ ମୁକ୍ତିଲାଭ କଲା ସେଇ ସିନେମା ତୋ ପୁଅ ୟା ଭିତରେ ମହାନ ଦେଶପ୍ରେମୀ ବନି ଯାଇଛି ବୁଝିଲୁ...!!! ତା’ର ଏଇଟା ବିଏସ୍ସି ଫାଇନାଲ୍ ନା? ପଢ଼ା ଛାଡ଼ିଦେଇ କେମିତି ଜନସେବାରେ ଲାଗିଛି ଦେଖ ଏ ବୋଉ କହନା, ବାପା ଭାଇକୁ କେତେ ପଇସା ଦେଲେ? ତା ସମ୍ମାନ ରହିବ ତ? ଆମ କଲେଜରେ ବି ତ ଆନୁଆଲ୍ ଫଙ୍କ୍ସନ୍ ହେବ ମୁଁ ଏଥର ପ୍ରୋଗ୍ରାମରେ ମିଶିଛି ମୋ ପାଇଁ ଡ୍ରେସ୍ କିଣିଦେବୁ ବାପାଙ୍କୁ କହିକି, ଦେଖ୍ ଆଗରୁ କହି ରଖୁଛି ଆଉ ପନ୍ଦର ଦିନ ରହିଲା
ସନ୍ଧ୍ୟା ହେବା ଉପରେ ସେପଟୁ ସର୍ବେଶ୍ବର ବାବୁ ଆସୁଥିଲା ବନାନୀ କଥା ଗୁଡ଼ିକ ଶୁଣା ଯାଉଥିଲା ତାଙ୍କୁ “କଣ ହେଉଛି ବନି?” ଗମ୍ଭୀର କଥା ଶୁଣି ବନାନୀ ନିରବୀ ଗଲା ସରିତା ଦେବୀ ବନାନୀକୁ ଠାକୁର ଘରେ ସନ୍ଧ୍ୟା ଦୀପ ଦେବାପାଇଁ ପଠାଇ ଦେଇ ସ୍ବାମୀଙ୍କୁ ଚା’ କପଟିଏ ବଢ଼ାଇ ଦେଉ ଦେଉ କହିଲେ, “ବନି କଣ କହୁଥିଲା ଶୁଣିଲ ତ?”
ସର୍ବେଶ୍ବର ସରିତାଙ୍କୁ ସମ୍ପୂର୍ଣ୍ଣ କଥା ବୁଝାଇ ଦେଲେ ଆଜି ସକାଳେ ମୋର ଅନାଥାଶ୍ରମ ମ୍ୟାନେଜରଙ୍କ ସହ ଦେଖା ହୋଇଥିଲା ସେ ମୋତେ ଆନନ୍ଦରେ କୁଣ୍ଢାଇ ପକାଇଲେ ହଠାତ୍ ମୁଁ କିଛି ବୁଝିପାରିଲି ନାହିଁ ପରେ ପରେ ଜାଣିଲି ଯେ ଆମ ପ୍ରଶାନ୍ତ ଏବଂ ତା’ର କିଛି ସାଙ୍ଗ ମିଶି ଏକ ଯୁବକ ସଂଘ ଗଠନ କରିଛନ୍ତି ଆଉ ପ୍ରଶାନ୍ତର ନେତୃତ୍ବରେ ସେମାନେ ମିଶି ଅନାଥାଶ୍ରମର ପିଲାମାନଙ୍କୁ ଗାନ୍ଧୀ ଚଳଚ୍ଚିତ୍ର ଦେଖାଇ ଆଣିବାକୁ ସ୍ଥିର କରିଛନ୍ତି ସେ ବାବଦରେ ମ୍ୟାନେଜର ଏବଂ ପିଲାମାନେ ସିନେମା ହଲର ପରିଚାଳକଙ୍କ ସହିତ ପରାମର୍ଶ ମଧ୍ୟ କରିଥିଲେ କାଳେ ମୁଁ ରାଗିବି ବୋଲି ସବୁ ସତ କଥା କହି ପାରିନି
- ଆଉ ତା ପାଠ ପଢ଼ା?
- ଆରେ ସେ କଣ ସବୁଦିନ ସିନେମା ଯିବ ନା କଣ ? ମୁଁ ପରା ସେଇଥିପାଇଁ ତା ଟ୍ୟୁସନ୍ ସାରଙ୍କୁ ସବୁବେଳେ ଆଉ କଲେଜର ସାର ମାନଙ୍କୁ ମଝିରେ ମଝିରେ ତା ପାଠପଢ଼ା ବିଷୟରେ ବୁଝାବୁଝି କରୁଛି ସେ ତ ଭଲ ପଢୁଛି ବୋଲି ସବୁ କହୁଛନ୍ତି, ଆଉ କଣ ଦରକାର?
ଯା ହେଉ ସରିତା ପ୍ରଶାନ୍ତ ପାଇଁ ମୁଁ ବହୁତ ଆନନ୍ଦିତ କାରଣ ଏଇ ବୟସର ପିଲାମାନେ କେତେକଣ ଖରାପ କାମ କରି ପକାଉଛନ୍ତି କିନ୍ତୁ ଆମ ପୁଅ ସେମିତି ନୁହଁ ଆରେ ତୁମେ ପିଲାବେଳେ ଗାନ୍ଧୀ ସିନେମା ଦେଖିଛ ନା ନାହିଁ?
- ହଁ... ଦେଖିଥିବି ବୋଧହୁଏ ଆଉ କଣ ମନେ ଅଛି?
- ଜାଣିଛ ଏ ଚଳଚ୍ଚିତ୍ରରେ ସବୁଠାରୁ ମଜା କଥାଟି ହେଉଛି, ଯେଉଁ ଭାରତୀୟମାନେ ଇଂରେଜ ବିରୁଦ୍ଧରେ ମୁକ୍ତି ସଂଗ୍ରାମ ଚଳାଇ ଦେଶ ସ୍ବାଧୀନ କଲେ ସେଇ ଭାରତୀୟ ମାଣଙ୍କ ମଧ୍ୟରେ ଗାନ୍ଧୀ ଚରିତ୍ର ପାଇଁ ଅଭିନେତାଟିଏ ମିଳିଲେ ନାହିଁ ଶେଷରେ ଇଂରେଜ ଅଭିନେତାଙ୍କ ଦ୍ବାରା ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଲା କିନ୍ତୁ ଭାବିଲେ ଦୁଃଖ ଲାଗେ, ଯେଉଁ ସୁନାର ଭାରତ ଦେଖିବାପାଇଁ ସେମାନେ ସ୍ବପ୍ନ ଦେଖୁଥିଲେ ଇୟେ କଣ ସେଇ ସ୍ବର୍ଣ୍ଣପ୍ରସୂ ଭାରତ ଭୂଇଁ? ନିଜକୁ ଧିକ୍କାର ଲାଗୁଛି କହିବାକୁ ଆମେ ସେଇ ମହାନ ସଂଗ୍ରାମୀଙ୍କ ଦାୟାଦ ବୋଲି ଚାରିଆଡ଼େ ଅରାଜକତା... କେତେ ଖବର ପଢ଼ିବ ଆଉ ଶୁଣିବ ମଣିଷ... ସରକାର ତ ନିଷ୍କ୍ରିୟ ଆଉ ନିହାତି ଅପାରଗ ହୁଁ...
ଏହି ସମୟରେ ଫୋନ୍ ରିଂ ହେବାରୁ ସେ ବାହାରକୁ ଚାଲିଗଲେ
ସରିତା ଦେବୀଙ୍କୁ ଏଇ ଦୀର୍ଘ ପଚିଶି ବର୍ଷର ଗୃହସ୍ଥ ଜୀବନରେ ସ୍ବାମୀଙ୍କୁ ଯେମିତି ଆହୁରି ଜାଣିବା ବାକି ରହିଯାଇଛି ପରି ଲାଗୁଥିଲା
ବନାନୀ ଦାଣ୍ଡଘରୁ କହୁଥିଲା, “ବୋଉ ତୋ କାମ ସରିଲାନି ଏ ଯାଏଁ? ବନ୍ଦାପନା ଥାଳୀଟା ସଜାଡ଼ି ରଖିଥା, ତୋ ପୁଅ ଆସିବା ବେଳ ହେଲାଣି ପରା...!!”
- ଓହଃ, ତୋ ଜିଭଟାକୁ ଟିକେ ଲଗାମ ଦେ, କଣ ମନେ ପକାଇବା ଦେବାକୁ ହେବ ଯେ ସେ ତୋ ବଡ଼ ଭାଇ ବୋଲି....
ସେତିକି ବେଳେ ପ୍ରଶାନ୍ତ ଆସି ପହଞ୍ଚିଲା
- ଭାଇ ଏତେ ଡେରୀ ଯେ ... ମ୍ୟାଟିନି ସୋ ତ କେତେବେଳୁ ସରିବଣି
- ତୋର ସବୁ କଥାରେ ଜେରା ନା... ଜା ହଉ ଭଲ ଓକିଲିଆଣୀଟେ ହେବୁ ଆରେ ବାବା ସେ ସୋ ସରିଲା ସିନା ହେଲେ ପିଲାମାନଙ୍କୁ ନେଇ ସେମାନଙ୍କ ସ୍ଥାନରେ ପହଞ୍ଚାଇବାକୁ ପଡ଼ିବ ନା ତା’ପୂର୍ବରୁ ସେମାନଙ୍କ ସହିତ ତ୍ରିରଙ୍ଗାର ଫଟୋ ନିଆଗଲା ସେଥିପାଇଁ ଟିକେ ସମୟ ଲାଗିଗଲା
- ଫଟୋ କଣ ହେବ? ସରିତା ଦେବୀଙ୍କ ପ୍ରଶ୍ନର ଉତ୍ତରରେ ବନାନୀ ଚଟାପଟ୍ କହି ପକାଇଲା, ଆଲୋ ବୋଉ ତୁ ଜାଣିନୁ, ଆଜିକାଲି ବିନା ଫଟୋରେ କିଛି କାମ ନାହିଁ କାଲିର ଖବର କାଗଜରେ କେମିତି ପଢ଼ିବୁ ଯେ ତ୍ରିରଙ୍ଗା କ୍ଲବର ସମାଜ ସେବା ଖବର ବିନା ଛବିରେ? ହୁଁ... ଏଥର ପଢ଼ାପଢ଼ି କରିବାକୁ ଦେ ବୋଉ... ନହେଲେ ବାପା ବିଶ୍ବରୂପ ଦେଖେଇବେ ତା’ପାଇଁ ମୁଁ ବି ଗାଳି ଖାଇବି
ସେହି ସମୟରେ ସର୍ବେଶ୍ବର ବାବୁ ତାଙ୍କ ବଡ଼ଭାଇ ବ୍ରଜେଶ୍ବର ବାବୁ ଓ ଅଧ୍ୟାପକ ବିଜୟ ବାବୁ ଆସି ଉପସ୍ଥିତ ହେଲେ ସରିତା ଦେବୀ ଯଥାମାନ୍ୟ କରି ରୋଷେଇଘରକୁ ଚାଲିଗଲେ ପ୍ରଶାନ୍ତର ଖୁବ୍ ପ୍ରଶଂସା କରିବା ସହିତ ସେମାନେ ବର୍ତ୍ତମାନ ପଢ଼ାପଢ଼ିରେ ମନୋନିବେଶ କରିବାକୁ ଉପଦେଶ ହେଲେ
ରାତିରେ ଖାଇବା ଟେବୁଲରେ ବାପା ବୁଝାଇଲେ, “ଜୀବନର ପ୍ରକୃତ ଲକ୍ଷ୍ୟ ଓ ଦାୟିତ୍ବ ମଧ୍ୟରେ ସନ୍ତୁଳନ ରଖିବା ଶିଖ ପ୍ରତ୍ୟେକ ଘଟଣା ସହିତ ଜଡ଼ିତ ରହ ତାକୁ ତୁଲେଇ ନେଇ ଯିଏ ଆଗେଇ ନ ପାରେ ସେ ହାରିଯାଏ ପଛରେ ରହିଯାଏ କିନ୍ତୁ ଯିଏ ପାରେ ସେ ସଫଳତାର ଶିଡ଼ି ଚଢ଼ି ଚଢ଼ି ଆଗକୁ ଆଗକୁ ବଢ଼ିଯାଏ ସବୁ ଭଲକାମ ଭିତରେ ବି ତୁ ଏକ ବହୁତ ବଡ଼ ଭୁଲ କାମ ଟିଏ କରିଛୁ, ଆମକୁ କୌଣସି କଥା ନ ଜଣାଇ ମୁଁ ବାହାରୁ ସେ କଥା ଶୁଣିବାଟା କେତେଦୂର ଠିକ୍ ହେଲା ଓ ସୁନ୍ଦର ହେଲା ସେ କଥା ନିଜେ ଚିନ୍ତା କରି ଦେଖ... ତୋ ଭିତରେ ପ୍ରକୃତ ମଣିଷର ଭାବନା ନିହିତ ଥିବାର ଗୁଣକୁ ମୁଁ ପ୍ରତିହତ କରିବାକୁ ଚାହେଁନାହିଁ କିନ୍ତୁ ସମୟ ଓ ସୁବିଧା ସୁଯୋଗର ଉଚିତ ସନ୍ତୁଳନ ରକ୍ଷା କରିବା ନିହାତି ଜରୂରୀ କଣ ବୁଝିଲୁ?
ପ୍ରଶାନ୍ତ ଧିର ଓ ନମ୍ର ସ୍ବରରେ ହଁ ବାପା କହି ମନେ ମନେ କୃତଜ୍ଞ ହେଉଥିଲା, ଏଇ ପ୍ରଥମ କରି ବାପା ତା’ପତି ଅନେକ ସାହାସ ଓ ସଦିଚ୍ଛା ଦେଖାଇଥିବାରୁ ଆଉ ମଧ୍ୟ ସେଥି ସହିତ ବାପା, ମାଆ, ଘର ପରିବାର ଓ ସମଗ୍ର ଯୁବପୀଢ଼ିଙ୍କ ପ୍ରତି ଯେଉଁ ଦାୟିତ୍ବ ଅଛି ତାକୁ କେବେ ବି କ୍ଷୁର୍ଣ୍ଣ ହେବାକୁ ନ ଦେବାର ସଂକଳ୍ପଟିଏ ଉଠି ଆସୁଥିଲା ଛାତି ଭିତରୁ...
Go Back to Previous Page
ହେ କେଶବ
କାର୍ତ୍ତିକ ପାଣିଗ୍ରାହୀ
Read Article
ସ୍ବପ୍ନ
ବୈଚନ୍ଦ୍ର ମଲ୍ଲିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ