ଅନେକ ପଢ଼ିଛି ତୁମ ବିଷୟରେ
ଅନେକ ଶୁଣିଛି ତୁମ ବିପକ୍ଷରେ
କିଛି କଥା କିଛି ବ୍ୟଥା
କିଛି ଆଖ୍ୟାନ କିଛି ଉପାଖ୍ୟାନ
ମା ର ପ୍ରେମରେ ତୁମେ
ଭାଇର ଶାସନରେ ତୁମେ
ସଖାର ହୃଦୟରେ ତୁମେ
ସଖିର ବେଦନାରେ ତୁମେ
ରାଧାର ପ୍ରେମରେ ତୁମେ
ଅଷ୍ଟମହିଷିଙ୍କ ପ୍ରଣୟରେ ତୁମେ
ମହାଭାରତର ଆରମ୍ଭରେ ତୁମେ
ମହାପ୍ରଳୟର ଅନ୍ତ ବି ତୁମେ
ସବୁଥିରେ ତୁମ ନିଷ୍ଠୁରପଣିଆର ବଖାଣ
ହେ କୃଷ୍ଣ, ସତ କୁହ ତ
ସତରେ କଣ ତୁମେ ???
କେବେ କଣ ତୁମ ମନ ଖୋଜିନି
ମା ର ମମତା.... ?
କେବେ କଣ ତୁମ ହାତ ଲୋଡ଼ିନି
ବନ୍ଧୁର ବାହୁର ବନ୍ଧନ.... ?
କେବେ କଣ ତୁମ ଦେହ ମାଗିନି
ପ୍ରାଣୟର ଉଷ୍ମ ଆଲିଙ୍ଗନ...?
କେବେ କଣ ତୁମ ହୃଦୟ ବୀଣାରେ
ଝଙ୍କୃତ ହୋଇନି ରାଧାରାଣୀର କଥା...?
ହେ କେଶବ...
ଏତିକି ତ କହିଦିଅ...
ଭଲ ପାଇବା ଓ ପ୍ରେମ କରିବାର ଦୋଛକିରେ
ତୁମେ ଦେଇଛ କଣ ଆଉ ପାଇଛ କଣ...?
ଏତିକି ତ କହିଦିଅ
ସମସ୍ତଙ୍କର ଲୁହକୁ ସାଉଁଟି
କେମିତି ଲୁଚାଇଛ ଆଖିର କୋଣରେ,
ସମସ୍ତଙ୍କର ଦୀର୍ଘଶ୍ବାସରେ
କେମିତି ଜଳୁଛ ତିଳ ତିଳ ହୋଇ,
ଏତିକି ତ କହିଦିଅ....
ସବୁରି କଳଙ୍କକୁ ନିଜ ଦେହରେ ବୋଳି
ତୁମେ ଆଜି କଳା ହୋଇଯାଇଛ ବୋଲି...!!
Go Back to Previous Page
ଅନ୍ତର୍ଦାହ
ଉଦୟନାଥ ଗୌଡ଼
Read Article
ଦାୟିତ୍ବ
ସିପ୍ରା ନାମତା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ