ମୋ ଆବେଗର ଅମିମାଂସିତ
ଅଧ୍ୟାୟ ଗୁଡିକ ଆଜି
ଅଣୁକୈନ୍ଦ୍ରିକ ବାସ୍ତବତାରେ
ପ୍ଲୁତ ଓ ପ୍ଲାବିତ
ସମ୍ମୋହନର ଯାଦୁରେ
ବିମୋହିତ ମୋ କାରୁଣ୍ଯର
ଉଦ୍ଭ୍ରାନ୍ତ ଚେତନ ଶକ୍ତି
ପ୍ରାଣର ପୟୋଧିରେ
ପରିବାହ ସାଜି ଜୀବନକୁ ଦିଏ ଏଠି
ନୂଆରଙ୍ଗ ନୂଆ ସମ୍ଭାବନା!
ସବୁ ହରାଇବାର ଦୁଃଖ କିଛି ପାଇବା
ଭିତରେ ଲୁଚିଗଲା ପରେ
ପୂର୍ଣ୍ଣତାର ପ୍ରଶ୍ନ ଉଙ୍କିମାରେ ଜୀବନର ଚଲାବାଟେ ଶ୍ରାବଣରୁ ଫଗୁଣ ଯାଏଁ
ବେଦନାଶିକ୍ତ ଅନୁଭବର ପ୍ରତି ପୃଷ୍ଠା,ପ୍ରତି ପଙ୍କ୍ତି,ପ୍ରତି ପ୍ରବାଦରେ!
ତଥାପି ଜୀବନ ତ ବଞ୍ଚିବାକୁ ହେବ
ଜାତନାର ଜତୁଗୃହେ
ରବର କଣ୍ଡେଇର ଅନୁର୍ଦ୍ଧେଶ
କାହା ଇଶାରାରେ
ମୃତ ଶବ୍ଦ ମାନଙ୍କୁ ଲେଖିବାକୁ ହେବ
ମିଥ,ରୁପକଳ୍ପ,ବ୍ୟଞ୍ଜନା,ବକ୍ରୋକ୍ତି
ଆଉ ଗାଇବାକୁ ହେବପୁଣି
ସୁରହୀନ ତାଳହୀନ
କେତେ କେତେ ବେସୁରା ମେଲୋଡି!
ଏଇତ ଜୀବନ
ମୃତ୍ୟୁର କାଳକଳ୍ପେ
ଜୀବନର ସ୍ଥିରତା ଖୋଜିବା
ପୁଣି ପୁଣି ବଞ୍ଚିବା ମରିବା
ଆଉ ମରିବା ବଞ୍ଚିବା!
Go Back to Previous Page
ପ୍ରେମିକା
ଶୁଭକାନ୍ତ ସାହୁ
Read Article
ହେ କେଶବ
କାର୍ତ୍ତିକ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ