ତୁମକୁ ମୁଁ ନିତି ଖୋଜେ ମୋମନ କାନନେ
ପାଇଲେ ସାଇତି ଦେବି ହୃଦୟ କଦମ୍ବ ବନେ।
ଜାଣେନା କାହିଁକି ଝୂରେ ଏକାନ୍ତ ଗୋପନେ
ତୁମ ସ୍ବର-ସ୍ଵନ ସଦା ଗୁଞ୍ଜିତ ମୋ କାନେ।
ହୁଏତ ତୁମେ ମୋ ମନର ମାନସୀ
ଜୀବନ ଫଗୁଣେ ସ୍ବପ୍ନର ପ୍ରେୟସୀ।
ତୁମେ ମୋ ପ୍ରେମର ପ୍ରକୃତ ପ୍ରେମିକା
ଜୀବନ ନାଟକର ପ୍ରକୃତ ନାୟିକା।
ତୁମେ ମୋ ହୃଦୟର ରାଣୀ
ପ୍ରୀତିର ସଂଗୀତ ପୁଣି ଜୀବନ କାହାଣୀ।
ତୁମେ ଆଖି ଖୋଲିଲେ ମୁଁ ଦୁନିଆ ଦେଖିପାରେ
ମୁଦିଦେଲେ ଅନ୍ଧ ହୁଏ ଗଭୀର ଅନ୍ଧାରେ।
ମୌନତା ତୁମ ମୋତେ ମୁକ କରଦିଏ
ବାଚାଳତେ ପ୍ରଗଳ୍ଭରେ ବହୁ ଗପିଯାଏ।
ତୁମେ ହସିଲେ ମୋ ଦୁନିଆ ହସେ
ଦିଟୋପା ଲୁହେ ତୁମ ଅସରନ୍ତି ଲୁହରେ ମୋ ଦୁନିଆ ଭାସେ।
ତୁମ ଦୁଃଖେ ମୋ ମନରେ କୋହ ଉଠେ
ମନ କଷ୍ଟେ ମୋ ଛାତିରେ କଣ୍ଟା ଫୁଟେ।
ମୋ ମନ ସାହସ ତୁମ ଆଶ୍ବାସନା
ତୁମ ଇଚ୍ଛା ହୁଏତ ମୋ ସକଳ କାମନା।
କିମିଆଁ ଚାହାଣି ତୁମ ମୋ ମନକୁ କିଣେ
ରୁଷିଲେ ଅତ୍ୟନ୍ତ ଏକା ନିଜକୁ ମୁଁ ମଣେ।
ମୋ ମନର ପଦେ କଥା ସବୁ କହିଦିଏ
ନିଜଠୁ ବୋଧେ ତୁମକୁ ବେଶୀ ଭଲପାଏ।
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ
ପୋଲସରା, ଗଂଜାମ।
ମୋ:୯୦୪୦୩୨୦୧୮୬
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ