ସୂର୍ଯ୍ୟାସ୍ତ ର ଆରପାରି
ସମାଜ କୁ ପିଠିକରି, ହାଟ
ଏଠି ଗହଳି,ଚହଳି
ମୂଲଚାଲ୍ ବିକାକିଣା ...
ଭିନ୍ନ ଏକ ବାଘ ସହ
ତମାମ୍ ସଲାସୁତୁରା
ଭୋକ,ଲାଜ,ବିବେକ ର
ସେ ଆଦିମ ଆବଶ୍ୟକତା'ର ....
ଜହ୍ନି ଫୁଲ ଆୟୁଷ ରେ ହାଟ
ଆଖି ଲୁହେ, ମନ ବତରୁ ଥାଏ
ପେଟ ପୁରେନି
ଭୋକ ମରେନି
କିନ୍ତୁ, ରାତି ପାହିଯାଏ ....!!!
ଦୀପ ଟିଏ ଖତେଇ ହୁଏ
କହେ ଦେଖିଛି ମୁଁ....!!!
ସବୁ ବିକାକିଣା
ଦରପୋଡା, ମନ ର ଠିକଣା...
ଏଠି ଦେବା ନେବା ର ଭାବ
ଆଖି ରେ ଆଖି ଏ ଲୁହ
ସପନ କିଆରୀ ରେ ଚାଷ,
ଦିନ ହେଲେ ଫେରିବାକୁ ହେବ
ସାଙ୍ଗେ ନେଇ ବଳକା ବିଶ୍ବାସ....
ତଥାପି ଏଠି ହାଟ ବସେ
ଅନ୍ଧାର ର ଡାକରା ରେ
ମୁଠା ମୁଠା ଆଶା ସବୁ
ମରିଯାଏ, ଝରିଯାଏ
ସ୍ବପ୍ନ ର ତକିଆ ରେ...
ଶୁଭକାନ୍ତ ଦାଶ
ଡୁମୁଡୁମା , ଭୁବନେଶ୍ବର
୯୪୩୮୭୫୮୫୪୭
Go Back to Previous Page
ମୁଁ ସେଇ କୁନ୍ଦୁଲୀ ପୀଡ଼ିତା କହୁଛି
ବିକେଶ କୁମାର ସାହୁ
Read Article
ପ୍ରେମିକା
ଶୁଭକାନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ