କିଏ କହିଲା ମୁଁ ମରିଯାଇଛି
ସେଇ ଅନ୍ୟାୟି ମାନଙ୍କ ଆଗରେ
ହାରମାନି ଯାଇଛି
ନିଜକୁ ନିଜେ ମାରିଦେଇ ।
ମରି ନି ମୁଁ ଆଜିବି ବଞ୍ଚିଛି
ଲକ୍ଷ ଲକ୍ଷ ହୃଦୟରେ ବିଦ୍ରୋହର ନିଆଁଜାଲି
ଦେଉଛି ମୋ ନିର୍ଦୋଷ ପାଣିଆର ଅଗ୍ନିପରୀକ୍ଷା
ଦେଖି ଯାଅ ଥରେ ଆସି
କେମିତି ହୁଦୁହୁଦୁ ହେଇ ଜଳୁଛି ସେଇ ନିଆଁ
ଆଉ ତା ଭିତରେ ମୋ ଏଇ କଳଙ୍କିତ ଶରୀର
କେମିତି ଯେ ଚକ ଚକ କରୁଛି।
ମୁଁ ସିନା ଆଜି ଦୁନିଆ ଛାଡ଼ିଦେଇଛି
ହେଲେ ଏ ଯାଏ ମୋ ଆତ୍ମା ବଞ୍ଚିଛି
ତା ପୁଣି ଅତୃପ୍ତ ହୋଇ
ସେଇ ନ୍ୟାୟ ଟିକକ ପାଇବା ପାଇଁ
ଆଉ ରହିଥିବ ମଧ୍ୟ ଆପେକ୍ଷାର ଅନ୍ତ ଯାଏ
ନିଇତି କଳଙ୍କ ଓ ବଦନାମ ରୁପି ନିଆଁ ରେ
ନିଜ କୁ ତିଳ ତିଳ କରି ଜାଳି ।
କେତେ ବା ମୋ ମୃତ ଶରୀର କୁ ନେଇ
ବୃଥା ରାଜନୀତି ଖେଳିବ
ନିଜ ସ୍ଵାର୍ଥ ପାଇଁ କେତେ ଆଉ
କାନ୍ଦିବ କୁମ୍ଭୀର କାନ୍ଦଣା
କୋଉଠି ଥିଲ ସେ ଦିନ
ଯେଉଁଦିନ ମୋତେ ସଜେଇ ଦିଆ ଗଲା ପାଗଳୀ
ଭୟ ଆଉ ମାନସିକ ଚାପ ଭିତରେ
ତଣ୍ଟି ଚିପି ହତ୍ୟା କରିଦିଆ ଗଲା
ମୋ ହୃଦୟର ସବୁ ତକ ଆଶା ଓ ଆକାଂକ୍ଷା
ସେଇ କବର ଭିତରେ ଭରିଦେଇ ।
ମୋ ଶରୀରର ପ୍ରତିଟି ତନ୍ତ୍ରୀ ତନ୍ତ୍ରୀ ରେ
ସେଇ ଗୋଟିଏ ସ୍ୱର
ମୋତେ ଦେଇପାରିବ ନ୍ୟାୟ
ପୋଛି ପାରିବ ମୋ ମଥାର କଳଙ୍କ
ପାରିବ ମୋତେ ନିର୍ଦୋଷ ପ୍ରମାଣ କରି
କୁହ ...ନିରବ କାହିଁକି..?
ଏତେ ଶଙ୍କା କାହିଁକି
ଜାଣିପାରୁନ ମୁଁ ପରା ତୁମ ସେଇ
କୁନ୍ଦୁଲି ପିଡିତା କହୁଛି..।
ଭୁଷଲାଡ଼,ସିନ୍ଧେକେଲା,ବଲାଙ୍ଗୀର
ଦୂରଭାଷ-୭୭୫୨୦୬୬୨୧୭
Go Back to Previous Page
ଜାନୁଆରୀ ଛବିଶି
ସନ୍ତୋଷ ପଟ୍ଟନାୟକ
Read Article
ହାଟ
ଶୁଭକାନ୍ତ ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ