* ଆପେ ବଞ୍ଚିଲେ ବାପର ନାଆଁ *
ଭାଇ କହିଲେ ଚଢି ଯା,
ଏଇଟା ଲାଷ୍ଟ ଟ୍ରେନ, ଆଉ ମିଳିବନି
ପେଲିଦେଲେ ଜନ ସମୁଦ୍ରକୁ ।
ଖୁନ୍ଦାଖୁନ୍ଦି ଭିଡ, ଶୋରିଷ ବୁଣିଲେ
ଗୋଟିଏ ବି ଭୂମିଷ୍ଟ ହେବନାହିଁ ।
ସହଯାତ୍ରୀଙ୍କ ମୁହଁକୁ ଚାହିଁଲି,
କହିଲି ଭାଇ, ପାଦ ରଖିବାକୁ
ଜାଗା ଟିକେ ଦେବେ !
ଚମକି ଚାହିଁଲେ ଯାତ୍ରୀ,
ସତେ ଅବା ମହାଦାନୀ ବାଳୀଙ୍କୁ
ବାମନ କି ମାଗିଦେଲେ,
ତୃତୀୟ ପାଦ ପାଇଁ ଛଅ ଇଞ୍ଚ ଭୂମୀ !
ଯାତ୍ରୀ କହିଲେ ବନ୍ଧୁ, ଆଜିର ଏ ଦୁନିଆରେ
ବିନା ସ୍ୱାର୍ଥେ କେହି କିଛି ଦିଏନା କାହାକୁ !
ଏଠି ମୃତ୍ୟୁ ମାଗିଲେ ବି ପଚାରିବେ
ସେଥିରେ କି ଲାଭ ହେବ ମୋର ?
'ନିଜ ପାଇଁ ଜାଗା' ଏଠି
ନିଜେ ହିଁ ତିଆରି କର, ଅଥବା
ଅପେକ୍ଷା କର 'ନିଜ ପାଳି' ପାଇଁ,
ଅନନ୍ତକାଳ ଯାଏ ।
ଏଠି ଆଗକୁ ଯିବାକୁ ହେଲେ,
ଅନ୍ୟକୁ ପଛକୁ କରି ଧସେଇ ପଶିବାକୁ ହୁଏ,
ଉପରକୁ ଉଠିବାକୁ ହେଲେ
ଅନ୍ୟର କାନ୍ଧେ ଚଢିଯାଅ,
ନହେଲେ ନିଜ କାନ୍ଧ କେହି ସ୍ୱାର୍ଥୀ ପାଇଁ
ସହର୍ସେ ପତେଇ ଦିଅ ।
ଯଦି କେହି ଆଗେ ବଢିବାକୁ ଚେଷ୍ଟାକରେ,
ଗୋଡ ଟାଣି ତାକୁ ପଛେ କରି ନିଅ ।
ଏଠି ବଡହେବାକୁ ବଡକାମ କରିବାକୁ ହୁଏନା,
ଅନ୍ୟର ଚେର କାଟି ଦିଅ, ଆପେ ବିରାଟ ଦିଶିବ ।
ମନେ ମନେ ଭାବୁଥିଲି,
କାହିଁ ଗଲା ସେ ସମ୍ବେଦନାର ହୃଦୟ ?
ଭେଜାଲ ଖାଇ ଖାଇ ଶୁଖିଗଲା ଅବା
ସରସ ହୃଦୟ ସବୁ, ଭୂଲିଗଲା
"ମୋ ଜୀବନ ପଛେ ନର୍କେ ପଡିଥାଉ,
ଜଗତ ଉଦ୍ଧାର ହେଉ"ର ସେ ବାଣୀ ।
ଏଠି ସମସ୍ତଙ୍କୁ 'ନିଜ ଚିନ୍ତା ନିଜକୁ ବଳୁଛି',
ଅନ୍ୟ ପାଇଁ ଆସିବ କେଉଁଠୁ ?
ବିଚିତ୍ର ଏ ଆଜିର ଦୁନିଆ,
ଭାବୁଥିଲି ଏଇଠି ଓହ୍ଲେଇ ଯିବି, ଅବା
ଏହି ସ୍ୱାର୍ଥପର ଦୁନିଆ ଭିଡରେ,
ନିଜକୁ ମିଶାଇ ନେବି?
କିଟ ସ୍କୋୟାର, ପଟିଆ, ଭୂବନେଶ୍ୱର, ଓଡିଶା
Go Back to Previous Page
ସମୟ
ଅଶୋକ କୁମାର ସେଠୀ
Read Article
ଜାନୁଆରୀ ଛବିଶି
ସନ୍ତୋଷ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ