ଘରର ପରିସ୍ଥିତି ଏପରି ଯେ, ସେ କୌଣସି ପ୍ରକାରେ କାହାକୁ ବି କିଛି କହିପାରୁ ନଥାଏ ମନରେ ଗୁଡ଼ାଏ କ’ଣ ଚିନ୍ତା ସବୁ ସମ୍ବାଳୁଆ ଭଳି ଧାଉଁଥାଏ କିଛି ବି ନିଷ୍ପତ୍ତି ନେଇ ପାରୁନଥାଏ ବିଚରା କରିବ ବା କ’ଣ? ମୋତେ କିନ୍ତୁ ଏ ବିଷୟରେ ଆଗରୁ କେବେ କହିନଥାଏ କି ମୁଁ ବି କେବେ ଏତେ ସହଜରେ ଏ ବିଷୟରେ କାହାକୁ ପଚାରି ପାରେନି କୌଣସି ବିଷୟକୁ ପୂର୍ବରୁ ଅନୁମାନ କରିବା ବି ମୋ ପାଇଁ ଏକ ଖରାପ ଚେଷ୍ଟା ସଦୃଶ୍ୟ ସେ ଯାହା ବି ହେଉ, ଆଜି କିନ୍ତୁ ତା’ ଚେହେରାରୁ କିଛି ତ ଗୋଟେ ଅଲଗା ପ୍ରତୀତ ହେଉଅଛି ଆଉ ତାର କଥାବାର୍ତ୍ତା ଓ ଭାବଭଙ୍ଗୀରେ ବି ଖୁବ୍ ମଳିନତା ଦୃଶ୍ୟ ହେଉଛି ମୁଁ କିନ୍ତୁ କିଛି ପଚାରୁନଥାଏ ଆପଣମାନେ ତ ଜାଣିଥିବେ, ଆଜିକାଲିର ପିଲାମାନେ ଖୁବ୍ ଶାନ୍ତ, ସ୍ଥିର ଓ ଚତୁର... ମନରେ କିଛି... ବାହାରେ କିଛି... ଖାଲି ଖାଲିରେ ପଚାରି କିଏ ବା ଖାଲରେ ପଡ଼ିବ ଯାହାର ଯେତେବେଳେ ଯାହା ଦରକାର ହେବ, ସେ ସମୟ ହିଁ କହିବ
ଏମିତି ଅପେକ୍ଷା କରୁ କରୁ ଭାବୁ ଭାବୁ ଦେଢ଼ ଘଣ୍ଟା ହୋଇଗଲାଣି ଆଉ ପୁଅଘର ବି ଆସି ପହଞ୍ଚିଗଲେଣି ଥଣ୍ଡା ପାନୀୟ, ଚା’ପାଣି, ଆଦି ଚାଲିଲା ତା’ର ବଡ଼ ଭଉଣୀ ଲିଜା ବି ଶାଶୁଘରୁ ଆସିଥାଏ ସେ ସମସ୍ତଙ୍କ ପାଇଁ ମିଠା, ମିକ୍ସଚର ପ୍ଲେଟ୍ ଆଦି ଆଣି ଟି-ପୟ୍ ଉପରେ ରଖିଦେଇ ଚାଲିଗଲା ପୁଅର ମାଇଁ କହିଲେ ଆଉ ଡେରି କାହିଁକି, ଝିଅକୁ ଡାକ... ଏମିତିରେ ତ ବହୁତ ଡେରି ହେଲାଣି କଥାବାର୍ତ୍ତା ତ ଚାଲିବ, ଯୋଉ କାମ ପାଇଁ ଆସିଛେ ତାହା ଆଗେ ସାରିଦେବା ନାନି ସେପଟୁ ମୋତେ ଠାରଉଥାନ୍ତି, ପୁଅକୁ କିଛି ପଚାରିବା ପାଇଁ, କ’ଣ ପଢ଼ିଛି, ଚାକିରୀ କଣ କରୁଛି.. ଇତ୍ୟାଦି.. ଯାହାସବୁ ଆଗରୁ ମୋ ଭାଇ ପଚାରି ବୁଝି ସାରିଥାଏ ବାରମ୍ବାର ପଚାରିବାଟା ବି ଶୋଭନୀୟ ନୁହେଁ ତଥାପି ଅନ୍ୟ କିଛି ବିଷୟ ପଚାରିବାକୁ ଆରମ୍ଭ କଲାବେଳେ ଲୁସି ଆସି ଠିକ୍ ମୋ ପାଖ ଚୌକିରେ ବସିଗଲା, ସମସ୍ତଙ୍କୁ ପ୍ରଣାମ କରି ମୁଣ୍ଡ ପୋତି ବସିଥାଏ ସମସ୍ତେ କଣେଇ କଣେଇ ତାକୁ ଦେଖୁଥାନ୍ତି ଖାସ୍ କରି ସେ ପୁଅଟା ତିନିଥର ତାକୁ ଉପର ତଳ ଦେଖିବାଟା ମୁଁ ଜାଣି ପାରିଥିଲି ଠିକ୍ ପାଞ୍ଚମିନିଟର ନିରବତା ଭଙ୍ଗକରି ମୁଁ କହିଲି, ପୁଅ ତୁମେ କିଛି ପଚାରିପାର... ବାସ ଏତିକି କହିବାଟା ହିଁ ବାକିଥିଲା ବୋଧେ.. ସମସ୍ତେ ୟାଡ଼ୁ ସ୍ୟାଡୁ ଗୁଡ଼ାଏ ପ୍ରଶ୍ନ କରି ଚାଲିଲେ ଇଏ ବି କମ୍ ଚାଲାକ ନୁହେଁ, ଗୁଡ଼ାଏ ମିଛ ସତ କହି ପ୍ରଶ୍ନର ଜବାବ ଦେଇ ଚାଲିଥାଏ ସେପଟେ ସମସ୍ତଙ୍କର ପ୍ଲେଟ୍ ଖାଲି ହୋଇଯାଇଥିଲା ଲୁସି ମୋତେ ପଚାରୁଥାଏ, ମାମୁଁ ମୁଁ ଯିବି କି ଏବେ? ସେପଟେ ତା’ ବଡ଼ ଭଉଣୀ ଆସି ମୋ କାନରେ କହିଲା, ମାମୁଁ କ୍ଷୀର କମ ଅଛି, ଆପଣ ଚା’ ପିଇବେନି ବୋଲି କହିବେ ସମସ୍ତଙ୍କର ଅନ୍ୟମନସ୍କତା ଦେଖି ମୁଁ ଲୁସିକୁ ଯିବାପାଇଁ କହିଲି ଓ ସେ ଚୁପଚାପ୍ ଚାଲିଗଲା ସେଇଠୁ ମୁଁ ସେଇଠି ବସିଥାଏ ସତ କିନ୍ତୁ ମନଟା ପୁରା ତା’ଆଡ଼େ ଥାଏ କାରଣ ଯେତେ ଭଲ ପୁଅ ବା ଝିଅ ହେଉନା କାହିଁକି, ବିବାହଟା ଏତେ ସହଜ କାର୍ଯ୍ୟ ନୁହଁ ଦୁଇଜଣଙ୍କର ଜୀବନରେ ପରିବର୍ତ୍ତନ ସହ ଦୁଇଟି ପରିବାରର ପରିବର୍ତ୍ତନ ବି ଆସିଥାଏ ତା’ ସହ ଆଜିର ଆଧୁନିକ ଯୁଗର ପିଲାମାନଙ୍କୁ ବି ବୁଝିବା ଭାରି କଷ୍ଟକର କାହା ମନରେ କଣ ଚାଲିଥିବ କିଏ ବା ଜାଣେ? ଝିଅଟା ବୋଲି ତାକୁ କିଛି ନ ପଚାରି ଏମିତି ବିବାହ କରିବାଟା ମୋ ମତରେ ଠିକ୍ ନୁହେଁ କି ଆଧୁନିକ ଯୁଗ ବୋଲି ପୁରାପୁରି ଲଗାମଛଡ଼ା କରିବା ବି ଉପଯୁକ୍ତ ନୁହେଁ ମୁଁ କିନ୍ତୁ ବୁଝିପାରୁନଥାଏ, ମୋର ପାତ୍ରତା କେତେ ପ୍ରତିଶତ ଯଥାର୍ଥ ଏଇ ଉଦ୍ଦେଶ୍ୟ ପାଇଁ? ଘରର ବଡ଼ମାମୁଁ ବୋଲି ସେ ବି ମୋତେ କିଛି କହି ପାରୁନଥାଏ ଡରରେ ଆଉ ମୁଁ ବି ପଚାରି ପାରୁନଥାଏ... କିନ୍ତୁ ଖୋଜୁଥାଏ ଟିକିଏ ଫାଙ୍କ...
ସେମାନେ ସମସ୍ତେ ଚାଲିଗଲେ, ଖୁସିରେ... ଝିଅର ଜାତକ ଟିପ୍ପଣୀ ନେଇ, ଖୁବ୍ ଶୀଘ୍ର ଜଣେଇବେ ବୋଲି କହି ଆମେ ସବୁ ବସି କଥାବାର୍ତ୍ତା ହେଉଥାଉ... ଲିଜା ଆଉ ଲୁସିକୁ ମୁଁ ପଚାରିଲି, କେମିତି ଲାଗିଲା ପିଲାଟା? ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟରେ ଚାକିରୀ କରୁଛି, ୪୨ ହଜାର ଦରମା ପାଉଛି, ପିଲାଟା ଦେଖିବାକୁ ବି ଭଲ, ଯୋଡ଼ି ଖୁବ୍ ଜମିବ... ଇତ୍ୟାଦି ଇତ୍ୟାଦି... ହଠାତ୍ ଲୁସି ମୋତେ କହିଲା, ହେଲେ ମାମୁଁ ତାଙ୍କର ପୁରା ନିରାମିଷ, ଶୁଦ୍ଧ ଶାକାହାରୀ... ପିଆଜ ରସୁଣ ବି ଖାଉନାହାନ୍ତି... ମୁଁ ତ ରହି ପାରିବିନି... ଏମିତି ହେଲେ ଚଳିବନି!!! ମୁଁ କହିଲି, ହଉ ଦେଖିବା... ଖାଦ୍ୟଟା କଣ ଏତେ ଇମ୍ପୋର୍ଟାଣ୍ଟ୍ ଯେ! ଯୋଡ଼ି ଯଦି ଭଲ ହେବ, ସେ ହୁଏତ ତୋ ପାଇଁ ଆମିଷ ଖାଇପାରେ... ତୁ ବି ହୁଏତ ଆମିଷ ଛାଡ଼ିପାରୁ... କଣ କହୁଛୁ?
କିଛି ସମୟପରେ ସେଇ ପୁଅର ମାମୁଁ ଫୋନ କରି କହିଲେ, ଆଉ ଖରାପ ଭାବିବେନି... ପୁଅ ସ୍ବସ୍ତୟନୀ ବ୍ରତଧାରୀ ଝିଅପାଇଁ ଆମିଷ ଗ୍ରହଣ କରିପାରିବନି ତେଣୁ ମନାକଲା
ଏତିକି ଶୁଣି ଲୁସିର ଖୁସି କହିଲେ ନ ସରେ... ଦୀର୍ଘ ପାଞ୍ଚଘଣ୍ଟା ହେଲା ସେ ଯେଉଁ ରୁଦ୍ଧଦ୍ବାରରୁ ଟିକିଏ ଫାଙ୍କ ଖୋଜୁଥିଲା,ଏବେ ତାହା ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଗଲା, ସତରେ ତା’ ଖୁସିରେ ମୁଁ ବି ଖୁବ୍ ଖୁସି...
ସମ୍ପାଦକ, ଗଞ୍ଜାମର କବିତାଘର, ବ୍ରହ୍ମପୁର
Go Back to Previous Page
ଏ ପ୍ରତୀକ୍ଷାର ଅନ୍ତ କେବେ ?
ପରାମିତା ମିଶ୍ର
Read Article
ଚାକର
ରୁଦ୍ରମାଧବ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ