ସମୟ ସାଇତା ଶାଶ୍ୱତୀର ସତ୍ୟଟିଏ
ଏ ପାଖ କି ସେ' ପାଖର,
ସମୟ ଚପଳ ଛୁଆଁ ର ସ୍ମୃତିଟିଏ
ସୁଖର କି ଦୁଃଖର ।
ଅଫେରା ସୁଅରେ ମୁହଁରେ ମୋହଟିଏ ମଉନେ ମରୁଛେ,
ଫେରି ଚାହିଁବାକୁ ଚାହିଁଲେ ବି ଥରେ ଖାଲି ଯା' ହାରୁଛେ..!
ଏଇ ଅଛି ଏଇ ନାହିଁ ଏ ମୁହୂର୍ତ୍ତ
କାଲିକୁ ଅତୀତ,
ତା ପରସେ ଲିଭିଛି କେତେ କ୍ଷତ
କରୁଣ ଲୋତକ ।
ଆରମ୍ଭ ଅନ୍ତିମ ସବୁ ତା' ମାୟାର ମାୟା...
କବଳିତ ସବୁକାଳ..ଅଦୃଶ୍ୟ ତା
କାୟା କଳେବର
ଅଦୃଶ୍ୟ ତା ଛାୟା !
ସମୟ କେବେ ଝୁଣ୍ଟେନା କି
ଅଟକେନା ରାଣ କି ଅଭିମାନରେ,
ନିଜ ଜିଦ୍ ରେ ସେ ଅଟଳ, ଅଟକାଇବାର ସବୁ ବଳ ଆତ୍ମ ସମର୍ପଣ,
ତା' ର ସେ ଦରୋଟି ଇଙ୍ଗିତରେ
ଛୁଇଁ ଯାଏ ବୟସ ଅପରାହ୍ନ..!
ଅଶୋକ କୁମାର ସେଠୀ
କଲ୍ୟାଣପୁର, ନୟାଗଡ଼
Mob.9861060152
Go Back to Previous Page
କାଳିଆକୁ ଚିଠିଟିଏ
ପ୍ରଣତୀ ମହାପାତ୍ର
Read Article
ଆପେ ବଞ୍ଚିଲେ ବାପର ନାଁ
ବିନୟ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ