ଭୋ ଭୋ କରି କାନ୍ଦୁଥିଲି ବସି
ରାତିର ଅନ୍ଧକାରରେ
ଶୁଭୁନି କାହାକୁ ରୋଦନ ଯେ ମୋର
କଷ୍ଟ ହୁଏ ଛାତି ପରେ,
ଛାତି ଫାଟିଗଲା ଦେଖି ତୋ ଛଳନା
ପାରିଲିନି ପ୍ରୀୟା ସହି
ଓଠ ସିନା ତତେ କହି ପାରିଲାନି
ଲୁହ ମୋ ଦୋଉଛି କହି,
ପ୍ରେମର ଡଙ୍ଗାରେ ବସେଇକି ପ୍ରିୟା
କରିଥିଲି ନଦୀ ପାର
କେଉଁ ଦୋଷ ପାଇଁ ଦୋଷୀ ସଜେଇଲ
ହୃଦୟ କାନ୍ଦୁଛି ମୋର,
ଭଲ ପାଅ ଯଦି ଦୂରେଇ ଯାଅନା
ପାଖକୁ ଟିକିଏ ଆସ
ମିଠା ମିଠା କଥା କହି ପାଖରେ ମୋ ବସି
ଖିଲି ଖିଲି ଟିକେ ହସ ।
ଢେ଼ଙ୍କାନାଳ
ଗୋରଡାପାଳ
୭୯୮୧୩୧୦୭୧୯
Go Back to Previous Page
ମାନସୀ ପ୍ରେମିକା
ପଙ୍କଜ କୁମାର ପାଣିଗ୍ରାହୀ
Read Article
କାଳିଆକୁ ଚିଠିଟିଏ
ପ୍ରଣତୀ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ