ସଂକ୍ଷିପ୍ତ ମାନସ ର ବିକ୍ଷିପ୍ତ ଚିନ୍ତାରେ
ଆଶା ଓ ଆକାଂକ୍ଷା ର ଅବିରତ ଉଦ୍ବେଗ
ବିରହ ବେଦନା ର ବ୍ୟାକୁଳ ଆବେଗ
ସମ୍ପୂର୍ଣ୍ଣତା ମିଳନ ର ସନ୍ଦିଗ୍ଧ ଜ୍ୱାଳାରେ I
ଅମାନିଆ ମନ ଏହି ସମୟର ସ୍ରୋତରେ
ଭୁଲିଯାଏ ନିୟମକୁ ନମାନେ କା ପ୍ରଭାବ
ସିଂହରଣ ଉଛୁଳାଏ ଇସାରାରେ ଗନ୍ଧର୍ବ
ଅମାପ ରଜନୀ ର ଅସରନ୍ତି ଆଶାରେ I
ଗୋଧୂଳି ବିନ୍ୟାସ ରାଜନୀର ଆଗମନ
କଣ୍ଟା ମାରେ ଛୁଇଁ ଶୀତଳ ପବନର ସ୍ୱର
ଚନ୍ଦ୍ରମାର ସ୍ଵଜ୍ୱଳ ହସ ହସ ଲୁଚକାଳି ଖେଳ
ନେପଥ୍ୟରୁ ଦିଶେ ସୁସଜ୍ଜିତ ଆପ୍ସରା ର ବଦନ I
କେତେଯେ ଆଶା କେତେ ଉଦ୍ଦୀପନା
ମନେହୁଏ ସତେ ଯେପରି ମୁ ଏକ ବିଡମ୍ବନା
ଚିତ୍ତ କହେ ତୁମେ ନିମିତ୍ତ ମାତ୍ର
ଏ ହେଉଛି ପ୍ରକୃତିର ବିଚିତ୍ର ରଚନା I
ଖୋଜି ପାଏନାହିଁ ନିଜକୁ ନିଜ ଭିତରେ
କେଉଁଠି ଥାଏ ମୁ କେବେ କାହା ସାଥିରେ
ଜ୍ୟୋତ୍ସନା ବିଧୌତ ରଜନୀ ବିହାର
ମୃଦୁ ମୃଦୁ ସୁଗନ୍ଧିତ ସୁସଜ୍ଜିତ ବଗିଚାରେ I
କିଏ ଆସେ କେତେ ବେଳେ ଜାଣେନା ମୋ ମତି
ବୁଝି ହୁଏନା ସତରେ ସେ ନିଜର ବା ପର
ତଥାପି ମନ କହେ ଅଭୁଲା ଏ ସ୍ମୃତି
ମିଶିବ ସାଗରେ ନଦୀ ନିଶ୍ଚିତ ଏ ରୀତି I
Go Back to Previous Page
ଭଲର ଫଲ୍ ସଭଁକେ ଭଲ
ଆଶୁତୋଷ ମେହେର
Read Article
ପ୍ରେମିକର ରୋଦନ
କୁମାର ଲୋକେଶ୍
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ