ଧୂଳି ସର ସର ଦେହକୁ ଝାଡ଼ି ଘରକୁ ଦୌଡ଼ି ଆସି ମାଆ କୁ ଭାତ ଖାଇବାକୁ ମାଗିଲେ ।
ମାଆ କହିଲେ ତୁ ଖାଳି ଖାଉଥା ତୋର ଆଉକିଛି କାମନାହିଁ ଯା ଯା ଗାଧୋଇ ସ୍କୁଲ ଯିବୁ ।
ତୋ ସାଙ୍ଗ ମାନେ ପରା ସ୍କୁଲ ପ୍ରତି ଦିନ ଯାଉଛନ୍ତି ।
ହେଳେ ମାଆର କଥାକୁ ଖାତିର ନକରି ପୁଣି ଘରୁ ବାହାରି ଧୂଳିରେ ଯାଇ ପୁଣି ଖେଳିଲେ ।
ମାଆ ଯେତେ ମନା କଲେ ମଧ୍ୟ ମାନିଲେ ନାହିଁ ।
ଶେଷରେ ବାଧ୍ୟ ହୋଇ ମାଆ ଯାଇ ତାଙ୍କ କାନକୁ ମୋଡ଼ି ଧରି ଆଣିଲେ ।
କହିଲେ ଆଜି ଯଦି ସ୍କୁଲ ନ ଯିବୁ ତାହେଲେ ତୋର ଖାଇବା ପିଇବା ବନ୍ଦ ।
ଶେଷରେ ବାଧ୍ୟ ହୋଇ ବାହାରି ପଡ଼ିଲେ ସ୍କୁଲ ଯିବାପାଇଁ ।
ପାଠ ପଢ଼ି ଦେଶର ନା ରଖିଗଲେ ସେ ବୀରସନ୍ତାନ ।
ସେ ପିଲାଟି କିଏ ଆପଣ ମାନେ ଯାଣି ଛନ୍ତି ? ।
ସେ ପିଲାଟି ହେଉଛନ୍ତି ଆମ ମାଆ ମାଟିର ଗୌରବ
ଆମ ଓଡ଼ିଶା ମାଟିର ବୀର ସନ୍ତାନ ।
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଲିପିଲୋଇ ଗ୍ରାମର ଆଉ କେହି ନୁହନ୍ତି ସେହି ମାଆ ମାଟି ପାଇଁ ହସି ହସି ଜୀବନ ଦେଇଥିବା ପ୍ରଦୀପ କୁମାର ପଣ୍ଡା ।
ସେ ସିନା ଆମକୁ ଛାଡ଼ି ଚାଲି ଯାଇଛନ୍ତି ହେଲେ ସେ ଆମ ପାଇଁ ଅମର ଅଛନ୍ତି ।
ତାଙ୍କରି କର୍ତ୍ତ୍ୟବ ତାଙ୍କରି ଗୌରବ କିଏ ଭୁଲିପାରିବ ।
ସେ ଦିନ ସୋମବାର ଥିଲା ମୁଁ ଏବଂ ମୋ ସାଙ୍ଗ ମାନେ ବାଙ୍ଗାଲୋରରେ ଭୋଜି ଯିବାପାଇଁ ପ୍ରସ୍ତୁତ ହଉଥାଉ ।
ଠିକ୍ ସାତଟା କୋଡ଼ିଏରେ ମୋ ସାଙ୍ଗ ଦୌଡ଼ି ଆସି ମତେ କହିଲା ।
ସାଙ୍ଗ ତୁମ ସୁନ୍ଦରଗଡ଼ର କେହି ଜଣେ ସିଆପିଏଫ୍ ଯବାନ ପ୍ରାଣ ହରାଇଛନ୍ତି ।
ମୁଁ ମୋ ସାଙ୍ଗ କଥା ଶୁଣି ଚୁପ ହୋଇଗଲି ।
କାହିଁ କିନା ମୋ ଭାଇ ମଧ୍ୟ ସିଆରପିଏଫ୍ ରେ ଅଛନ୍ତି ପୁରା ଡ଼ରିଗଲି ।
ହେଲେ ଯେତେ ବେଳେ ସମାଚାର ଦେଖିଲି ମୋ ଭାଇ ନଥିଲେ ।
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଲିପିଲୋଇ ଗ୍ରାମର ପ୍ରଦୀପ କୁମାର ପଣ୍ତା ।
ସେ ଗୋଟିଏ ମାଆର ଛୁଆ ନ ହେଲେ କ'ଣ ହେଲା ସେ ମୋ ଭାଇଠୁ କମ ନୁହନ୍ତି ।
ସେ ମୋ ଭାଇ ସାଙ୍ଗରେ ସମାନ ତାଙ୍କୁ କେମିତି ଭୁଲି ଯିବି ।
ସେ ଦିନ ମତେ ବହୁତ ବାଧିଲା ହେଲେ କ'ଣ କରିବି ନିଜକୁ ବହୁତ ବୁଝାଇଲି ।
ସମସ୍ତେକେତେ ଧୁମ ଧାମରେ ନବବର୍ଷ ପାଳନ କରୁଥିଲେ ।
ଘରେ ଘରେ କୁକୁଡ଼ା ଖାସି କାଟି ଖୁସି ଆନନ୍ଦ ମନରେ ନାଚ ଗୀତ କରୁଥିଲେ ।
ହେଲେ ମୁଁ ଭୋଜି ଗଲିନାହିଁ କେମିତି ଯାଇଥାନ୍ତି ।
ଜଣଙ୍କ ପରିବାର ଦୁଃଖରେ ଥିବ ଆଉ ମୁଁ ହସ ଖୁସିରେ କେମିତି ନବବର୍ଷ ପାଲନ କରିଥାନ୍ତି ।
ସେ ସିନା ଆମ ମାନଙ୍କୁ ଛାଡ଼ି ଚାଲିଯାଇ ଛନ୍ତି ହେଲେ ସେ ଅମର ଅଛନ୍ତି ।
ତାଙ୍କ ପାଇଁ ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା କରି କହୁଛି ।
ପ୍ରଦୀପ କୁମାର ପଣ୍ତା ଅମର ରହେ ।
ସୁଦାମ ଗୌଡ଼
ବୁଡ଼ାବାହାଲ
ଜି : ସୁନ୍ଦରଗଡ଼
୮୭୬୨୩୯୦୦୭୩
Go Back to Previous Page
ତୁମେ ଆଏବ ବଲି
ବିଜୟିନୀ ପଣ୍ଡା
Read Article
ଭଲର ଫଲ୍ ସଭଁକେ ଭଲ
ଆଶୁତୋଷ ମେହେର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ