ଗଲା ଫଗୁନ୍ କେ କଥା ଦେଇଥିଲ
ଲେହେଁଟି ଆଏମି ବଲି,
'ଇ' ଫଗୁନେ ଫେର୍ ଟାକି ବସିଛେଁ
ରଙ୍ଗ ଫରୁଆ ଧରି ।
ଦିନ୍ ସରିଗଲା ବରଷ୍ ବିତିଗଲା
ଆଏବ ବଲି କରିଛେଁ ଆଶ୍,
ମନ୍ ଆତ୍ମା ସବୁ ସୁରୁତ୍ ଲାଗସି
ଦୁହେଁ ଥିଲେ ପାଶ୍ ପାଶ୍ ।
ଆମ୍ ବଉଲ୍ ଖିଜେଇ ହେଉଛେ
ମୋର୍ ଏକ୍ଲାପନ୍ କେ ଦେଖି,
ଗଛର୍ ଡାଲେ କୁଇଲି ବସି
ଦେଖୁଛେ ହେଇ ସାକ୍ଷୀ ।
ଦର୍ ମରା ଜୀବନେ ମାଉଁସ୍ ପାଉଁଲିତା
ଆଏତ ଯଦି ଥରେ
ଆଁଖଲ୍ ଯେତେ ପର୍ଛା ଶୁଖି ଯାଏତା
ତୁମକୁ ଦେଖ୍ଲା ପରେ ।
ତୁମର୍ ବିନା ସବୁ ଲାଗ୍ସି ଛିନା ଛିନା
ତୁମେ ଯେ ମୋର୍ ଉଆଁସ୍ ରାତିର୍ ଜନ୍,
ଯେନ୍ ଦିନୁ ତୁମକୁ ମନ୍ ଦେଲିନ
ହୁର୍ଗୁନି ହେଇ ହେଇ ଯାଉଛେ ଜୀବନ୍ ।
ଘାଏକେ ମରି ଘାଏକେ ଜିଉଁଛେ
ତୁମେ ଆଏବ ବଲି,
ଫେର୍ ନୁଆଁ ଆଶ୍ ଟେ ମନେ ପାଉଁଲୁଛେ
ତୁମର୍ ସିନ୍ଦୁର୍ ଟିକେ କେ ଟାକିଛେଁ ଖାଲି ।
ଆଶ୍ ତ ଅଛେ ଜରୁର୍ ଆଏବ
ଗୁର୍ଦୁ ଟେ ପୀରତି ରଙ୍ଗ ମେଲେଇ,
ବର୍ଷେ ପରେ ମୋର୍ ଏକ୍ଲାପନ
ସାଙ୍ଗେ ସାଙ୍ଗ ଯିବା ପଳେଇ ।
ଶିକ୍ଷୟିତ୍ରୀ
ମହମ୍ମଦପୁର ନୋଡାଲ ହାଇ ସ୍କୁଲ
ସମ୍ବଲପୁର
ଶବ୍ଦାର୍ଥ :-
ଲେହେଁଟି - ଫେରି ଆସିବା, ଫରୁଆ - ଡବା, ଖିଜେଇ - ଖତେଇ ହେବା, ଆଶ - ଆଶା, ସୁରୁତ୍ - ମିଠା ପାଉଁଳିତା - ଜୀବନ୍ତ ହେବା, ଆଁଖଲ - ଆଖି ଲୁହ, ହୁରଗୁନି - ବ୍ୟଥିତ, ଘାଏକେ - କ୍ଷଣିକେ, ଗୁର୍ଦୁ ଟେ - ବହୁତ
Go Back to Previous Page
ପ୍ୟାସା (ଅନୁବାଦ କବିତା)
ସରୋଜ କୁମାର ସାହୁ
Read Article
ପ୍ରଦୀପ ପଣ୍ଡା ଅମର ରହେ
ସୁଦାମ ଗୌଡ଼
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ