ପ୍ୟାସା
ମୂଳ ଉର୍ଦ୍ଦୁଲେଖକ : ଶାହୀର ଲୁଧିଆନୱୀ
ଅନୁବାଦ : ସରୋଜ କୁମାର ସାହୁ
"ସେଇ ରାଜପ୍ରାସାଦ,
ସେଇ ଶାସନ କ୍ଷମତା
ଅବା ରାଜକୁମୁଟର ଦୁନିଆଁ
ସେଇ ମଣିଷତ୍ବର ଶତ୍ରୁ ସାଜିଥିବା
ଅବା ଐଶ୍ଚର୍ଯ୍ୟର ଭୋକିଲା ସମାଜର ଦୁନିଆଁ
କି ଲାଭ ହବ ଯଦି ବା ସେ ଦୁନିଆଁ ମିଳିଲେ?
ଯେଉଁଠି ପ୍ରତ୍ୟେକ ଶରୀର କ୍ଷତାକ୍ତ
ଓ ଆତ୍ମା ଗୁଡିକ ତୃଷାର୍ତ
ଯେଉଁଠି ପ୍ରତ୍ୟେକ ଦୃଷ୍ଟି ଜଟିଳ ଓ
ଅସମ୍ବେଦନଶୀଳ
କି ଲାଭ ହବ ଯଦି ବା ସେ ଦୁନିଆଁ ମିଳିଲେ ?
ଯେଉଁଠି ମନୁଷ୍ୟ ଗୋଟେ କାଠ ପୁତୁଳି
ଯେଉଁଠି ମୃତ ଲୋକଙ୍କ ବସବାସ ଖାଲି
ଯେଉଁଠି ମୃତ୍ୟୁ ଶସ୍ତା ଜୀବନର ମୁଲ୍ୟ ଠୁ
କି ଲାଭ ହବ ଯଦି ବା ସେ ଦୁନିଆଁ ମିଳିଲେ ?
ଯେଉଁଠି ଯୁବ ପିଢ଼ି ଘୁରିବୁଲେ ନିରାଶରେ
ଯଉବନ ସଜେଇ ହୁଏ ଦେହର ବଜ଼ାରରେ
ଯେଉଁଠି ପ୍ରେମ ବନିଯାଏ ଏକ ବ୍ୟବସାୟ
କି ଲାଭ ହବ ଯଦି ବା ସେ ଦୁନିଆଁ ମିଳିଲେ ?
ମଣିଷ କିଛି ନୁହଁ ଏ ଦୁନିଆରେ
ବିଶ୍ୱାସ ବୋଲି କିଛି ନାହିଁ, ମିତ୍ରତା ବି ନାହିଁ
ଯେଉଁଠି ପ୍ରେମର ମୂଲ୍ୟ କିଛି ନାହିଁ
କି ଲାଭ ହବ ବା ସେ ଦୁନିଆଁ ମିଳିଲେ ?
ଜଳାଇ ଦିଅ, ଧ୍ବଂସ କରିଦିଅ ଏ ଦୁନିଆଁ କୁ
ହଟାଇ ଦିଅ ମୋ ସମ୍ନାରୁ ଏ ଦୁନିଆଁ କୁ
ତୁମେ ହିଁ ସମ୍ଭାଳ ତୁମର ସେ ଦୁନିଆଁ କୁ
Go Back to Previous Page
ଚିଠି
ଶ୍ରଦ୍ଧାଞ୍ଜଳୀ ମିଶ୍ର
Read Article
ତୁମେ ଆଏବ ବଲି
ବିଜୟିନୀ ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ