ଚିଠି ଲେଖିବାକୁ ଦରକାର ହୁଏ ଖଣ୍ଡେ କଲମ, ଖଣ୍ଡେ କାଗଜ ଆଉ ଗୋଟେ ମନ,
ଚିଠି ରେ ପ୍ରଥମେ ନ ଲେଖିପାର ପ୍ରିୟତମା ବୋଲି,
ଅକ୍ଷର ସୁନ୍ଦର ନ ହୋଇଥାଉ କିମ୍ବା ବ୍ୟାକରଣଗତ ତ୍ରୁଟି ଥାଉ,
କିନ୍ତୁ ତମେ ଗୋଟାଏ ଚିଠି ଲେଖ I
ସମ୍ବୋଧନ ନକରି ପାର ମୋ ପ୍ରିୟା ବୋଲି,
ହୃଦୟ ଗ୍ରାହୀ ବୋଲି ଲେଖି କାଟି ଦେଇ ପାର,
ମୁଁ ଦୁଃଖରେ ଅଛି ନା ସୁଖ ରେ ଅଛି ହୁଏତ ନଜାଣିବାକୁ ଚାହଁ,
କିନ୍ତୁ ତମେ ଗୋଟାଏ ଚିଠି ଲେଖ I
ଚିଠିରେ ନ କହିପାର ତୁମ ପ୍ରେମ ବିଷୟ ରେ
ଅବା
ନ ଲେଖିପାର କେବେ ଦେଖା ହେବ ବୋଲି,
ହୁଏତ ନଜାଣିବାକୁ ଚାହଁ ମୋ ହୃଦୟ ର ଠିକଣା ,
କିନ୍ତୁ ତମେ ଗୋଟାଏ ଚିଠି ଲେଖ I
ଶେଷରେ ନ ଲେଖିପାର, ଚିଠି ପାଇ ଚିଠି ଦେବା ପାଇଁ,
ଚିଠିରେ ନ ଲେଖିପାର ଇତି ତୁମର ପ୍ରିୟତମ ,
ଲେଖିକି କାଟି ଦେଇ ପାର,
କିନ୍ତୁ ତମେ ମୋ ପାଇଁ ଗୋଟାଏ ଚିଠି ଲେଖ I
କ'ଣ
ତମେ ତମ ମନରୁ ମୋ ପାଇଁ ଚିଠି ଗୋଟିଏ ଲେଖି ପାରିବନି?
ଇତି,
ତୁମର....
Go Back to Previous Page
କୋଣାର୍କ
ସ୍ବାଗତ କୁମାର ପଣ୍ଡା
Read Article
ପ୍ୟାସା (ଅନୁବାଦ କବିତା)
ସରୋଜ କୁମାର ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ