ଠକ୍ ଠକ୍ ବାଜୁଥାଉ ପାଷାଣେ ନିହାଣ
ଯେଉଁ ଯାଏ ନ ଥମଛି ଛାତିରୁ ସ୍ପନ୍ଦନ
କ୍ଷୀଣତର ହେଉ ଥାଉ ଆୟୁଷର ଶିଳା
ପ୍ରତି ଘଡି, ପ୍ରତିକ୍ଷଣ, ପ୍ରତିଟି ମୁହୂର୍ତ୍ତ
ଛାଡ଼ିଯାଉ ଏକ ଏକ ଅବିସ୍ମର ସ୍ମୃତି
ନିଷ୍ଠୁର ସମୟର ନିହାଣ ମାଡରେ
ଫୁଟି ଉଠୁ ସୁକ୍ଷ୍ମତର ରମ୍ୟ କାରୁକଳା
ଅହର୍ନିଶି ହେଉ ଥାଉ ଦେଉଳ ନିର୍ମାଣ
ଅନୁକ୍ଷଣେ ଚାଲିଥାଉ ପ୍ରସ୍ତର ଖୋଦନ
ଠକ୍ ଠକ୍ ବାଜୁଥାଉ ପାଷାଣେ ନିହାଣ
ଯେଉଁ ଯାଏ ନ ବସିଛି ମୃତ୍ୟୁ ର କଳସ
ଜୀବନ କୋଣାର୍କ ର ଶେଷତମ ଶିଳା....
***************************
ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ,
ଭୁବନେଶ୍ବର
ମୋ. 8093444953
Go Back to Previous Page
ଅସରାଏ ଫଗୁଣ
ମୃତ୍ୟୁଞ୍ଜୟ ହୋତା - ଆଲୋକ
Read Article
ଚିଠି
ଶ୍ରଦ୍ଧାଞ୍ଜଳୀ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ