ପୃଥିବୀ ଆଜି ଉତ୍ଫୁଲ୍ଲିତ ଚକିତ ରଙ୍ଗର ଆସେ ପସରା,
ନବଦିଗନ୍ତ ଚିକ୍ ଚିକ୍ କରେ ଆସିଛି ଫଗୁଣ ପରା
ଉନ୍ମଦିତ ଚଉଦିଗ ସଜା ମୃଣ୍ମୟୀ ଆକାଶ ଦିଶେ,
ପବନ କରି ଅଭିମାନ ସୁଲୁ ସୁଲୁ ହୋଇ ଆସେ
ନୂଆ ଉନ୍ମାଦନା ନୂଆ ସପନ ସତେ କି ଆଶାର କିରଣ,
ପଶୁପକ୍ଷୀ ଅବା ଗଛ ଲତା ସଭିଏଁ ଫଗୁଣେ ନମନ
ଆମ୍ବ ବଉଳ ବସନ୍ତ ଲକ୍ଷଣ ନବଘନ ରଚିତ,
ହୃଦୟ ଖୋଲି ବ୍ୟକ୍ତ କରେ କୋଇଲି ଚିରା ଚରିତ
ପ୍ରକୃତି ବାସନା ଦିବ୍ୟ ଛନ୍ଦନା ଉଠେ ମହ ମହ ହୋଇ,
ଧରଣୀ ଆଜି ଫଗୁଣେ ବିଭୋର ସତେ ନୂଆ ବୋହୁ ହୋଇ
ପକ୍ଷୀ ବିଚରଣ ଖୋଲା ଆକାଶରେ ସ୍ବରର ରାଗିଣୀ ଗାଇ,
ଝରଣା ବହିଯାଏ ଆନନ୍ଦ ମନରେ ଅବା ପାହାଡ଼କୁ ଛୁଇଁ
ମଳୟର ଏହି ସୁନ୍ଦର ଅନୁଭୂତି ଗୋଲାପ ଫୁଲଠୁ ବେଶୀ,
ତଥାପି ମନ ଅଣାୟତ ହୁଏ ଫେରିଯିବାକୁ ଆସି
ସୂରୁଜ ଆସେ ନଇଁ ଜହ୍ନକୁ ସ୍ବାଗତ କରି,
ଚାରିଆଡ଼େ ଖାଲି ଫଗୁଣ ଆସର ହୃଦୟ ଅଥୟ କରି
ରତାଖଣ୍ଡି, ବୌଦ୍ଧ, ଓଡ଼ିଶା
ଭ୍ରାମ୍ୟଭାଷ : ୮୬୫୮୦୯୪୮୧୪
Go Back to Previous Page
ନୂଆ ବରଷ
କାହ୍ନୁଚରଣ ସାହୁ
Read Article
କୋଣାର୍କ
ସ୍ବାଗତ କୁମାର ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ