ହେ ବିଦାୟୀ ବରଷ ୨୦୧୭
ଅଭିମାନ ଆଉ ଜମା କରନାହିଁ
ଆସିଥିଲ ତୁମେ ବରଷକ ପାଇଁ
ଚାଲିଯାଅ ପୁଣି ସବୁ ଦୁଃଖ ନେଇ
ତୁମେ ସିନା ଥରେ ଚାଲିଗଲାପରେ
ଫେରିବାର ନାଆଁ ନିଅ ନାହିଁ
ହେଲେ ଯାହା କିଛି ସ୍ମୃତି ଛାଡ଼ିଯାଅ
ସେଥିରେ ପରିବର୍ତ୍ତନ ନିଶ୍ଚେ ଘଟଇ
କେତେ ଯେ ସୁଖ ଦୁଃଖର ସାଥୀ
ଉପହାର ସଦୃଶ ଆମକୁ ଦେଇଯାଅ
ଜୀବନର ଚଲାପଥରେ କିଛି ଶିଖେଇ
ସ୍ବପ୍ନ ସାକାର କରିବାର ଇସାରା ଦିଅ
ଜୀବନେ ଅନେକ ହସଖୁସି ଭରିଦିଅ
କଷ୍ଟରେ ବଞ୍ଚିବାର ବାଟ ଦେଖାଅ
ମହାନ ଲକ୍ଷ୍ୟେ ଅତିକ୍ରାନ୍ତ ପଥିକକୁ
ସଫଳତାର ଝଲକ ତୁମେ ଦେଖାଅ
ମହାନ ଉଦ୍ଦେଶ୍ୟ ରଖି ଆସିଥିଲ ତୁମେ
ମହାନ ବ୍ୟକ୍ତିତ୍ବ ଗଢ଼ିବାର ସ୍ବପ୍ନ ନେଇ
ସମୟ ସ୍ରୋତେ ଛନ୍ଦିହେଇ ଗଢ଼ିଲ
ଏଇ ସଂସାରକୁ ଆହୁରି ସୁନ୍ଦରତା ଦେଇ
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ