ତୁମେ ଆସୁଛ ବୋଧେ..
ଇସାରାରେ କହିଲାଣି କିଏ ଅଧେ
ଆଉ କିଛି କୁହ.. ଲୁଚନା
ଚୁପ୍ ରହି ଯାଅନା
ଚୁପ୍ ଚାପ୍ ରହୁଥିବା ମୁଖ ଚାନ୍ଦର
ଉଠି ଆସିଲାଣି ଉହାଡ଼ରେ ବାଦଲର
ଚିକମିକ କଲାଣି ତାରା ଭରା ଓଢଣା ତାରି
ଅଭିସାର ନହୁଲୀ ନବ ବଧୂର ଯୌବନ ପରି
ଗାଢ ଅନ୍ଧାର ବହଳ ଗାଲିଚା ନେଇ
ଉଭା ହୋଇଛି ଅଭିନବ ଅନୁଭୂତି ପାଇଁ
ବିଦାୟ ଫଗୁଣର ପୁଣି ଧୀରେ ଧୀରେ ଉପସ୍ଥାପନା
ଉଠି ବସିଲାଣି ମହକ ନେଇ ମହଣ ବଉଳର ବାସ୍ନା
ତୁମେ ଆସିବ ଏ ଲଗ୍ନରେ
ବୁଲିବ ଏ ଅଗଣା ମଝିରେ
ପୁଣିଥରେ ଫେରିବ ବେଳା ବେଳି
ସପନର ପରଶରେ ଶିହରଣ ବୋଳି
ତୁମେ ଆସିବ ପୁଣି ଫେରିବ
ମୋ ସବୁ ଶବ୍ଦ ତୁମ ପଛରେ ପଡିବ
ଦେହ ଦାହ ହେଲା ଯାଏଁ ମୋର
ଖୋଜିବା ହଜିବା ହିଁ ସାର
ହଜିଲା ମଉଳା ମଳୟ ସୁବାସ ଭରୁଛି
ଏ ଅମା ଅନ୍ଧାରରେ ଉଜ୍ଜୀବିତ କରୁଛି
ଛୁଟିରେ ଥିବା ହୃଦୟର ଗତିରେ ସ୍ପନ୍ଦନ ବଢିଲା
ଆଖପାଖର ଚଳଚଞ୍ଚଳରେ ମଧୁରିମା ଭରିଲା
କଥା କଥାରେ ସମ୍ବନ୍ଧ ଗଭୀରଢା ହଜୁଛି ହସୁଛି
ହାତର ସାମାନ ହାତରୁ ଖସୁଛି
ଖାଲି ଖାଲିରେ ମନ ଖୁବ୍ ହସୁଛି
ସତରେ ଅତର ମିଶା କିଛି ଅନିଳ ଶୁଂଘିଛି
ନିଶା ଖୁବ୍ ଜୋର ଧରିଛି
କିଛିଟା ନ ପିଇ ମାତାଲ ହୋଇଛି
ଏ ଆକାଶର କାକର ପରି
ଚନ୍ଦ୍ରଧୌତ ରାତିରେ ଫିଛା ମୋ କରି
କେତେ ବାଟ ଯିବ କୁହ ମୋ ସାଥିରେ
ରାତି ପାହି ସକାଳର ସୁନେଲି ସୂର୍ଯ୍ୟ ଗୀତିରେ
Go Back to Previous Page
ଆଦିବାସୀ
ଏମ୍. ବିଜୟ କୁମାର
Read Article
ଚିଲିକା
ଅନୁସୂୟା ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ