କେତେବେଳେ ମାକଁଡ଼ କହୁଛ ତ
କେତେବେଲେ ମୁଢ଼ଫିର୍ କେତେବେଲେ
ଅସୁର୍
କେତେବେଲୁଁ ବନବାସି ବନାଉଛ
ଜଙ୍ଗଲି କହେଲ ବାନର ଭାବଲ
ନାଇ ପାଏଲ କେ ସୋର୍
କନ୍ଧ ମୁରୁଖ୍ ଲଟା ଗିଚେ ପୁରୁକ ପୁରକ
କାହିଁ ଏ ହିନମାନ ଭାବଲ ଯୁଗ ଯୁଗ୍
ନା ଦେଇଛ ମୁନୁଷ୍ ଟିକର ମାଏନ୍ କି
ସନମାନ
ନା ଦେଉଛ ଶିଖବାକେ
ବିବେକ ସତ୍ଗିଆନ୍
କନ୍ଧ୍ କହେଲ ମୁଣ୍ଡା ବି ଫିର୍ ଡଁଗରିଆ
ଆମକେ ପଶୁ ଭାବଲ କି ମୁନୁସ୍
ମାକଡ଼ିଆ ବାନାରାସାଗିଁଆ ଇ ସଭ
ଘୁରନା କି ମଜାକ ଉପହାସର ଦୁସ
ତମର ଭେଦ ଛଲନା ଚକରନେ
ଆମେ ତ ସବୁ ଜାଗାନୁ ବର୍ଜିତ୍ ଲୋକଆଏଁ
ଭଗବାନ ନିଜକୁ ବଲି ଭାଗ୍ୟ ବିଧାତା
ସଜାଇ କେନତା କରୁଛ ରଗଁ ଟେନକୁଁ କାଏ
ଏକଲବ୍ୟର ବୁଢ଼ା ଆହଡ଼ିକେ କାଟି ପକାଲ
ଧନୁରଧାରୀକେ ଗୁରୁ ଦକ୍ଷିଣାର ବାହାନା
ସଭୁ ଦିନର ଲାଗିଁ କଲଂକ ହେଇଗଲା
ଦ୍ରୋଣାଚାର୍ଯ୍ୟ
ପାତାଲୁ ବାହାଁରେ ସତ କପଟ ଛଲନା
ପହେଲା ମାଟ୍ରିକ୍ ପାସକେ
ରାଷ୍ଟ୍ରପତିକ ସାଗତମ ସନମାନ
ଅନ୍ୟପଟେ ସକାଲୁ ମାକଡ଼ିଆଁର
ଭିକ୍ଷାଥାଳ ଅଭିଯାନ
ନାଇ ପହଁଚେ ତାଲ୍ ସ୍ବାସ୍ଥ୍ୟ ସେବା
ପୋକ ମାଛି ଭଲି ପୁଷ୍ଟିହୀନତାର ଶିକାର
ଦାନ ମାଝୀ ବୁହେ ଖନ୍ଧେ ମୁରଦାଲ
ଅନାହାରେ ମଲା ଝିନଟୁ ପରିବାର
କଳିଗ ନଗର ବାର ଆଦିବାସୀ ରକତନେ
ଅପରେସନ ଗ୍ରୀନ୍ ହଁଟ୍ କର୍ପୋରେଟ୍
ସ୍ବାଥନେ
ଝାଳନାଳ ସ୍ବେଦ କେ ଶୁଷି କୋଟିପତି
ହେଲ
ସରଳ ମୁନୁସ୍ ନିରୀହ ଆମେ କାଏଜେ
କଁଗାଲ୍
ହିନ୍ଦୁ ନାଁରେ ଆମର ଭୋଟ୍ ଜମିନ
ନାଇ ଦେଉ ଭଗାଳି
ଶ୍ରୀରାମ୍ ଶରରେ ନାଇ ମରୁ
ପ୍ରକୃତି ପୂଜକ ଆଦିବାସୀ ମେଳି
ହିନ୍ଦୁ କହିକରି ଆମକେ
ଯେନ୍ ଦେଇଥିଲ
ଇଜତ ମାନ ସନମାନ
ଦରକାର ନାଇ ଫିରାଇ ନେଉ ତୁମର
ଭଗବାନ
ଜଳ-ଜମିନ ଜଁଗଲ୍
ଆମର ଘରୁ ଆମକେ ଖେଦଲେ
ପ୍ରତିରୋଧ କଲେ ଆମକେ କହୁଛ
ଦେଶଦ୍ରୋହ ମାଓ ନକସଲ ବାଦି
ଆପନ କାଣା ଶାସକ କି ଶୋଷକ
ଶିକ୍ଷିତ ନାକେଁ ମାତ୍ର ଭଦ୍ର ଖୋଳପା ମୁଖାପିନ୍ଧି
ହେ ତମେ ତ ଆର୍ଯ୍ୟ ବିଦେଶି ଅଁ
ଇତିହାସ ସାକ୍ଷି ରାନବାସୀ
ବିଗ୍ୟାନ ପ୍ରମାଣ ଆଦିବାସୀ
ଖୁଟକଟା ଭାରତର ମୂଳ ନୀବାସୀ
Go Back to Previous Page
ମୁଖା
ଦେବସ୍ମିତା ବେହେରା
Read Article
ତୁମେ ଆସୁଛ ବୋଧେ...
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ