ଆଜିର ଏଇ ସଭ୍ୟ ସମାଜରେ
ପ୍ରତ୍ୟେକଟି ମଣିଷ କରି ଚାଲିଛନ୍ତି ଛଳନା,
ପିନ୍ଧି ଗୋଟେ ଗୋଟେ ଭଦ୍ରାମୀର ମୁଖା
ମୁଖାର ଏପଟେ ଆଉ ସେପଟେ
ଦୁଇଟି ଅଲଗା ଅଲଗା ଚେହେରା,
ଦୁଇଟି ଅଲଗା ବ୍ୟକ୍ତିତ୍ବ ଆଉ
ଦୁଇଟି ଅସଂଲଗ୍ନ ଭାବନାର ଅଭିବ୍ୟକ୍ତି
ମୁଖାର ଏପାଖରେ ଭଦ୍ର ସମାଜରେ
ସଭ୍ୟ ମଣିଷର ପଟ୍ଟଚିତ୍ର,
ଯିଏ ସୃଷ୍ଟିକରେ ପ୍ରହେଳିକା ପ୍ରତି ମୁହୂର୍ତ୍ତରେ
ଅନେକ ଅବ୍ୟକ୍ତ ପ୍ରଶ୍ନର
ଆଉ ଗୋଟିଏ ଦରଦୀ ହୃଦୟ
ଯିଏ ଦେଖାଏ ଅହରହ ନିଜର
ସାଧୁତାର ପରାକାଷ୍ଠା ଆଉ ଉଦାରତା
ସଭ୍ୟ ସମାଜ ଆଗରେ
ମୁଖାର ସେପାଖରେ କିନ୍ତୁ ଲୁଚି ରହିଥାଏ
ଗୋଟେ ଛଳନାମୟୀ କଳୁଷିତ ବ୍ୟକ୍ତିତ୍ବ,
ଯାହା ଚରିତାର୍ଥ କରିବାରେ ଲାଗିଥାଏ
ନିଜର ଗୋପନ କରିବାରେ ଲାଳସା
ଆଉ ଭାଙ୍ଗି ଚାଲିଯାଏ ଅନେକ ସ୍ବପ୍ନ
ନିଜ ପ୍ରିୟଜନଙ୍କର ବିଶ୍ବାସ ଆଉ ଆନ୍ତରିକତାରେ
ଦେଇ ବିଶ୍ବାସଘାତ ଆଉ ପ୍ରେମର ବିଷ ଆଉ
ଭାଙ୍ଗି ଚାଲେ ଜୀବନର ସବୁ ଅଧାଗଢ଼ା ସ୍ବପ୍ନକୁ
ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତରେ
୨୧୭, ଭୋଇ ନଗର
ବାୟାବାବା ମଠ ଲେନ୍, ଭୁବନେଶ୍ବର - ୨୨
Go Back to Previous Page
ତୁମେ ଅଛ ବୋଲି
ସିପ୍ରା ନାମତା
Read Article
ଆଦିବାସୀ
ଏମ୍. ବିଜୟ କୁମାର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ