ତୁମେ ଅଛ ବୋଲି,
ଉଷ୍ମତାର କମ୍ପନ ଅଛି ମୋ ସ୍ନାୟୁରେ
ମନ ଭିତରୁ ଚେଇଁ ଉଠୁଥିବା
ରାକ୍ଷାସ ପଣିଆ ବି ମଉଳିଯାଏ
ଉର୍ଦ୍ଧ୍ବରେତା ମଣିଷଟି କେତେବେଳେ
ହୋଇଯାଏ ଦେବତାରେ ରୂପାନ୍ତର
ଅବାସ୍ତବ ଅନୁଭବର କାଉଁରୀ ସ୍ପର୍ଶରେ
ତୁମେ ଅଛ ବୋଲି,
ଛାତି ତଳେ ସ୍ପନ୍ଦନ ଖେଳୁଛି ହୃଦୟ ଯନ୍ତ୍ରରେ
ସନ୍ଦେହର ଘନ କୁହେଳିକାରୁ ମୁକ୍ତ ହୋଇ
ଭଲପାଇବାର ଗଭୀର ଅନ୍ତର୍ମୁଖୀ ଇଚ୍ଛାରେ
କେତେବେଳେ ପାଲଟି ଯାଏ ମାନବୀରୁ ଦେବୀ
କଳ୍ପନାର ଅମୁହାଁ ଦେଉଳେ
ତୁମେ ଅଛ ବୋଲି,
ଜଳିବାକୁ ଭଲ ଲାଗେ
ଦୁଃଖର ଦହନରେ
ଅନୁରାଗର ଅଶ୍ରୁସିକ୍ତ ନୟନରେ
ଅନନ୍ତରୁ ଅନନ୍ତ ଯୁଗ ପର୍ଯ୍ୟନ୍ତ
କରିବାକୁ ଚାହେଁ ପ୍ରତୀକ୍ଷା
ସାଜିବାକୁ ପାଷାଣୀ ଏ ଅସରନ୍ତି ପଥେ
ତୁମେ ଅଛ ବୋଲି,
ମଧୁସ୍ବନ ବାଜିଉଠେ
ମନ ବୀଣା ଝଙ୍କାରରେ
ତନ୍ଦ୍ରାୟିତ ମନ ତଳେ
ଶିହରିତ ପୁଲକରେ
ସାନ୍ନିଧ୍ୟର ଆବେଗ ଯେ ତୋଳିଧରେ ମୂର୍ଚ୍ଛନା
ନିର୍ବାଣ ବି ହାରେ ଏଠି,
ମୋକ୍ଷ ଲୋଡ଼ା ହୁଏନା
ଯେତେ ସବୁ ଭଙ୍ଗା ଗଢ଼ା ଖେଳ ଏଠି ହୁଏରେ
Go Back to Previous Page
ତୃପ୍ତି
ମାମାଜିନି ପ୍ରଧାନ
Read Article
ମୁଖା
ଦେବସ୍ମିତା ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ