ସୂର୍ଯ୍ୟ ଉଦୟରୁ ଆରମ୍ଭ କଲି ଯାତ୍ରା,
ଅସ୍ତ ପରେ ଫେରିଲି ।
କେଉଁଠି ଟିକେ,
ଖୋଜି ପାଇଲି ନାହିଁ ତୃପ୍ତି !
ବୁଝିବା ପାଇଁ ଚେଷ୍ଟା କଲି
ସଦ୍ୟଜାତ ଶିଶୁର ଓଠର ଭାଷାକୁ ।
ପଚାରିଲି ଯାଇ ମୃତ୍ୟୁର ବିଛଣାରେ,
ଶୋଇଥିବା ବୃଦ୍ଧକୁ ।
କେଉଁଠି ଟିକେ,
ଖୋଜି ପାଇଲି ନାହିଁ ତୃପ୍ତି !
ସାଙ୍ଗ ମେଳେ କରୁଥିବା ହସଗପ,
କାହାକୁ କରି ଉପହାସ ।
କେବେ ହାରି ଦୁଃଖରେ ମ୍ରିୟମାଣ ହୋଇ.
କେବେ ଅନ୍ୟକୁ ଆଶ୍ୱସନା ଦେଇ ।
କେଉଁଠି ଟିକେ,
ଖୋଜି ପାଇଲି ନାହିଁ ତୃପ୍ତି !
ମିଛ କହି ଧରା ପଡ଼ିବାରେ,
ସତ କହି ଦଣ୍ଡ ପାଇବାରେ,
ଇର୍ଷାରେ ଜଳିବାରେ,
ଅନ୍ୟ ପାଇଁ ତ୍ୟାଗ କରିବାରେ ।
କେଉଁଠି ଟିକେ,
ଖୋଜି ପାଇଲି ନାହିଁ ତୃପ୍ତି !
ନା ସ୍ୱପ୍ନରେ ଶୋଇ,
ନା ବାସ୍ତବରେ ଚେଇଁ,
ନା ପ୍ରତିକ୍ଷା କରି, ନା ଉପେକ୍ଷା ସହି ।
କେଉଁଠି ଟିକେ,
ଖୋଜି ପାଇଲି ନାହିଁ ତୃପ୍ତି !
ଦିନର ସମସ୍ତ କାର୍ଯ୍ୟ ସମ୍ପାଦନ କରି
ରାତ୍ରିରେ କ୍ଳାନ୍ତ ମେଣ୍ଟେଇ ସାରି ।
ଅତୀତର ସ୍ମୃତିକୁ ମନେ ପକାଇ,
ଭବିଷ୍ୟତ ପାଇଁ ବ୍ୟସ୍ତ ହୋଇ ।
କେଉଁଠି ଟିକେ,
ଖୋଜି ପାଇଲି ନାହିଁ ତୃପ୍ତି ! !
Go Back to Previous Page
ଖିଲ୍ଜୀ
ରିଭୁ ଆଭୁଷଣ ପଣ୍ଡା
Read Article
ତୁମେ ଅଛ ବୋଲି
ସିପ୍ରା ନାମତା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ