ଏଇଠି ଆନନ୍ଦ ଅଛି, ଏଇଠି ବେଦନା
ଏଇଠି ଚିନ୍ତା ଅଛି, ଏଇଠି ସାନ୍ତ୍ୱନା
ଏଇଠି ବନ୍ଧନ ଅଛି, ଏଇଠି କାମନା
ଏଇଠି ଶାନ୍ତି ଅଛି, ଏଇଠି ଉତ୍ତେଜନା
ଏଇଠି ମୁକ୍ତି ଅଛି, ଏଇଠି ଯାତନା
ଏଇଠି ପୂଜା ଅଛି, ଏଇଠି ଆରାଧନା
ଏଇଠି ସ୍ନେହ ଅଛି, ଏଇଠି ତାଡନା
ଏଇଠି ସ୍ୱପ୍ନ ଅଛି, ଏଇଠି କଳ୍ପନା
ଏଇଠି କୃତି ଅଛି, ଏଇଠି କଳନା
ଏଇଠି ଲାସ୍ୟ ଅଛି, ଏଇଠି ଲଳନା
ଏଇଠି ଭକ୍ତି ଅଛି, ଏଇଠି ଉପାସନା
ଏଇଠି ସିଦ୍ଧି ଅଛି, ଏଇଠି ସାଧନା
ଏଇଠି ପେଟ ଅଛି, ଏଇଠି ଦାନା
ଏଇଠି ଦେହ ଅଛି, ଏଇଠି କନା
ଏଇଠି ଛଳ ଅଛି, ଏଇଠି ପ୍ରପଞ୍ଚନା
ଏଇଠି ଦେବତା ଅଛି, ଏଇଠି ବନ୍ଦନା
ଏଇଠି ଅଗରୁ ଅଛି, ଏଇଠି ଗୋରଚନା
ଏଇଠି ଲେଖା ଅଛି, ଏଇଠି ସମ୍ପାଦନା
ଏଇଠି ଭାଷା ଅଛି, ଏଇଠି ରଚନା
ଏଇଠି ଶାଶ୍ୱତ ଅଛି, ଏଇଠି ଅନାବନା
ଏଇଠି ମୁହଁ ଅଛି, ଏଇଠି ଆଇନା
ଏଇଠି ଭଗାରୀ ଅଛି, ଏଇଠି ଭାଇନା
ଏଇଠି ପାପ ଅଛି, ଏଇଠି ଅନୁଶୋଚନା
ଏଇଠି ସୃଷ୍ଟି ଅଛି, ଏଇଠି ସମ୍ଭାବନା
ଏଇଠି କାର୍ଯ୍ୟ ଅଛି, ଏଇଠି ବାହାନା
ଏଇଠି ଜୀବନ ଅଛି, ଏଇଠି ଯନ୍ତ୍ରଣା
ଏଇଠି ଧ୍ୟାନ ଅଛି, ଏଇଠି ଧାରଣା
ଏଇଠି ପଥ ଅଛି, ଏଇଠି ପ୍ରେରଣା
ଏଇଠି ସଂସାର ଅଛି, ଏଇଠି ସମ୍ପୂର୍ଣ୍ଣI
ଏଇଠି ଦୟା ଅଛି, ଏଇଠି କରୁଣା
ଏଇଠି ସିଧା ଅଛି, ଏଇଠି ମIରଣା
ଏଇଠି ସତ୍ୟ ଅଛି, ଏଇଠି ଧାରଣା
ଏଇଠି ମନ୍ତ୍ର ଅଛି, ଏଇଠି ମନ୍ତ୍ରଣା
ଏଇଠି ଭୟ ଅଛି, ଏଇଠି ଦୁର୍ଭାବନା
ଏଇଠି କାହ୍ନୁ ଅଛି, ଏଇଠି ପୁତନା
ଏଇଠି ହୀନ ଅଛି, ଏଇଠି ମହାମନା
ଏଇଠି ମନ ଅଛି, ଏଇଠି ଅମନI
ଏଇଠି ଭାବ ଅଛି, ଏଇଠି ଭାବନା
ଏଇଠି ଇଛା ଅଛି, ଏଇଠି ରସନା
ଏଇଠି ଇନ୍ଦ୍ରିୟ ଅଛି, ଏଇଠି ବାସନା
ଏଇଠି ପତ୍ର ଅଛି, ଏଇଠି ଦନା
ଏଇଠି ଭାଗ୍ୟ ଅଛି, ଏଇଠି ବିଡମ୍ବନା
ଏଇଠି ଖେଳ ଅଛି, ଏଇଠି ଖେଳନା
ଏଇଠି ମନ୍ଦିର ଅଛି, ଏଇଠି ଉଡେ ବାନା
ଏଇଠି ସଂସ୍ଥା ଅଛି, ଏଇଠି ପରିଚାଳନା
ଏଇଠି ଆଜ୍ଞା ଅଛି, ଏଇଠି ଅବମାନନା
ଏଇଠି ଦଣ୍ଡ ଅଛି, ଏଇଠି ପାରୁଅIନI
ଏଇଠି ଜିହ୍ୱା ଅଛି, ଏଇଠି ଭର୍ତ୍ସନା
ଏଇଠି ଧର୍ମ ଅଛି, ଏଇଠି ପ୍ରାର୍ଥନା
ଏଇଠି ଠକ ଅଛି, ଏଇଠି ପ୍ରବର୍ତ୍ତନା
ଏଇଠି ଦେବତା ଅଛି, ଏଇଠି ଅର୍ଚ୍ଚନା
ଏଇଠି କଷ୍ଟ ଅଛି, ଏଇଠି ନିର୍ଯ୍ୟାତନା
ଏଇଠି ସବୁ ଅଛି, ଏଇଠି ଛଳନା
ଏଇଠି କ'ଣ ନାହିଁ ତୁମେ ଥରେ କୁହନା ?
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
Go Back to Previous Page
ପ୍ରେମପରଶ
କ୍ଷେତ୍ରବାସୀ ଜେନା
Read Article
ଏକ ଭାଙ୍ଗିଥିବା ସ୍ବପ୍ନ
ସଞ୍ଜୟ ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ