ଆମେ ଚାଲିଛୁ ତ ଭାଇ ଆଗେଇ
ସଭିଏଁ କୁହନ୍ତି ବଢ଼େଇ
ଆମେ ଚାଲିଛୁ ତ ଭାଇ ଆଗେଇ
ଜିନିଷପତର ଦରଦାମ୍ ସବୁ
ସୀମାଟପିଯାଏ ପାରେଇ
ଆମେ ଚାଲିଛୁ ତ ଭାଇ ଆଗେଇ
ଟେଲିଗ୍ରାମ୍ ଆଉ ଟେପ୍ ରେକର୍ଡର୍
ନେବାକୁ ବିଦାୟ ବସିଲେଣି
ମୋବାଇଲ୍ ଯୁଗ ଆସିଲାଣି
ନୂଆ ବରଷର ଗ୍ରୀଟିଂସ୍ ଆଉ ପୋଷ୍ଟକାର୍ଡ଼
ମନମାରି ପୁଣି ବସିଲେଣି
ଫେସବୁକ୍ ଆଉ ହ୍ବାଟ୍ସଆପ୍ ଖୋଲି
ତିନି ପାଞ୍ଜିରୁ ପିଲାଏ ଗଲେଣି
କହିବା କାହାକୁ ଶୁଣେଇ
ଆମେ ଚାଲିଛୁ ତ ଭାଇ ଆଗେଇ
ଓଡ଼ିଆପାଠ ଭଲ ଲାଗୁନାହିଁ ଆଉ
ଇଂଲିଶ୍ ମିଡ଼ିୟମ୍ ଅଇଲାଣି
ବାପାମା’ ଡାକ ଶୁଭୁନାହିଁ ଆଉ
ମମ୍ମି ଡାଡ଼ି ଖାଲି ଶୁଭଇ
ଆମେ ଚାଲିଛୁ ତ ଭାଇ ଆଗେଇ
ମଥୁରା ମଙ୍ଗଳ ଭଲ ଲାଗୁନାହିଁ ଆଉ
ଡିଇଜେ ମ୍ୟୁଜିକ୍ ଅଇଲାଣି
ଗୀତାଭାଗବତ ସପନ ତ ହେଲା
ରେକଡ଼୍ ଡ୍ୟାନ୍ସ ବାଜିଲାଣି
ପାଲାମଣ୍ଡପରେ ପାଲା ନ ଶୁଭଇ
ଚଢ଼ିଆଣୀ ଯାଏ ଦୂରେଇ
ଆମେ ଚାଲିଛୁ ତ ଭାଇ ଆଗେଇ
Go Back to Previous Page
ମୋ ପରିବାର
ରୋଜା ପଣ୍ଡା
Read Article
ଅଲୋଡ଼ା କି ବାପା ମା’
ଜୀତେନ୍ଦ୍ର କୁମାର କହଁର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ