ସମୟ ସକାଳ ସାତଟା କବାଟରର ଠକ୍ ଠକ୍ ଶବ୍ଦ ଶୁଣି ନିଦ ଭାଙ୍ଗିଲା ସନଜ୍ର ଗୋଟେ ପ୍ରାଈଭେଟ୍ ବ୍ୟାଙ୍କରେ ଚାକିରୀ କରେ ସନଜ୍ କାମରେ ଚାପଗ୍ରସ୍ତ ହୋଇ ରହୁଥିବାରୁ ସନଜ୍ ସବୁଦନି ସକାଳୁ ଡେରୀରେ ଉଠେ ଆଜି ତା ନିଦ ଜଳଦି ଭାଙ୍ଗିଯିବାରୁ ସେ ରାଗିକି ଯାଉଛି କବାଟ ଆଡ଼େ କବାଟ ଖୋଲି ଦେଖିଲା ତା ଘର ବାହାରେ ପ୍ରାୟ ବାରରୁ ପନ୍ଦର ଜଣ ଲୋକ ରୁଣ୍ଢ ହୋଇଛନ୍ତି
ସନଜ୍ ଘରୁ ବାହାରି ଆସି ଗହଳି ହୋଇଥିବା ସ୍ଥାନକୁ ଅଗ୍ରସର ହେଲା ସନଜ୍ ସେଠାରେ ଛିଡ଼ା ହୋଇଥିବା ଗୋଟିଏ ଲୋକକୁ ପଚାରିଲା, “କଣ ହେଇଛି ?
ଆମ ଘର ଆଗରେ ଏତେ ଭିଡ଼ କାହକିଁ?” ପ୍ରତ୍ୟୁତ୍ତରରେ ସେ ଲୋକ କହିଲେ, “ଭଲ ନିଘୋଡ଼ ନିଦରେ ଶୋଉଛ? ତମେ କେମିତି ଜାଣିବ ? ତମ ଘର ସାମନାରେ ଭଗବାନ ଦେଖା ଦେଇଛନ୍ତି ପାହାନ୍ତାରେ ତମ ଘର ସାମନା ଫୁଲ ବଗିଚାରୁ ଫୁଲ ତୋଳିଲାବାଲା ଦେଖି କହିବାରୁ ଆମେ ସବୁ ଆସିଲୁ ହେଲେ ତମେ କହୁଛ ତମେ କିଛି ଜାଣିନ!” ଆକାଶରୁ ଖସି ପଡ଼ିଲା ଭଳି ଲାଗିଲା ସନଜ୍କୁ ପାହାନ୍ତା ପହରରେ ପାଚେରି ଡେଇଁ ଫୁଲ ଚୋରୀ କରି ନେଉଥିବା ଲୋକର କାରସାଦି ନୁହେଁ ତ? ଉତ୍କଣ୍ଠାର ସହ ଚାରିପଟେ ଘେରି ହୋଇ ଛିଡ଼ା ହୋଇଥିବା ଲୋଟଣୀ ଦେବଦାରୁ ଗଛ ପାଖକୁ ଆଗେଇଗଲା ନିଜ ଆଖିକୁ ବିଶ୍ବାସ କରିପାରିଲାନି ସନଜ୍ ଅକଳ୍ପନୀୟ ବିଚିତ୍ର ଧାତୁପିଣ୍ଡ ଡେରା ହୋଇଛି ପାଚେରୀକୁ ଅଦଭୂତ ମୂର୍ତ୍ତି ଭଳି ଦେଖାଯାଉଥିବା ଧାତୁମିଣ୍ଡରୁ ଉଜ୍ଜ୍ବଳ ଆଭା ଉକୁଟି ଆସିଥିଲା ଗ୍ୟାରେଜର ଆଗରେ କିଛି ସ୍ତ୍ରୀଲୋକ ବସିଥିଲେ ସେମାନଙ୍କ ଭିତରେ ଜଣେ ଦୁଇ ହାତକୁ ଯୋଡ଼ି ମୁଣ୍ଡରେ ଲଗାଇ କହିଲା, “ତମେ ଭାଗ୍ୟବାନ ବାବୁ ତମ ଘର ଆଗରେ ଭଗବାନ ଆବିର୍ଭାବ ହୋଇଛନ୍ତି ଏ କଣ କମ କଥା?” ସନଜ୍ ଲାଲ ଓ ପୀତାଭ ରଙ୍ଗରେ ଉଜ୍ଜ୍ବଳ ଦିଶୁଥିବା ଅଦ୍ଭୂତ ମୂରତି ଆଡ଼କୁ କୌତୁହଳ ହୋଇ ଅନାଇ ରହିଥିଲା ମୂର୍ତ୍ତିଟି ବସିଥିବା ଗୋଟିଏ ମାଙ୍କଡ଼ର ଭ୍ରମ ସୃଷ୍ଟି କରୁଥିଲା ମନ୍ଦିରର ଲୋକ ଗହଳିରେ ଅଶ୍ବସ୍ତି ବୋଧ କରୁଥିବା ସନଜ୍ର ଲନରେ ମହାବୀରଙ୍କ ଆବିର୍ଭାବ ଗୁଡ଼ାଏ ପ୍ରଶ୍ନର ଢେଉ ତା ମସ୍ତିଷ୍କ ଭିତରେ ମଥା ପିଟୁଥିଲେ ସେ କାଳବିଳମ୍ବ ନ କରି ଲନ୍ର ଗୋଟିଏ କୋଣକୁ ଯାଇ ତା ପତ୍ନୀକୁ ମୋବାଇଲ୍ରେ କହିଲା, “ଲୀନା ଜଳଦି ବାହାରକୁ ଆସ ଲୋକମାନେ ଆମ ଘର ଗେଟ୍ ଭାଙ୍ଗିଦେଇ ଭିତରେ ପଶି ଆସିଛନ୍ତି କାକ୍ଟସ୍ ଗଛ ପାଖ ଦେବଦାରୁ ପାଖରେ ହନୁମାନଙ୍କ ଆବିର୍ଭାବ ହୋଇଛି” ଲୀନା ଦଉଡ଼ି ଆସି ସନଜ୍ ପାଖରେ ଠିଆ ହୋଇ କହିଲା, “ଏ ଠାକୁର କେଉଁଠୁ ଆସିଲେ?” ସନଜ୍ କହିଲା, “ମୁଁ କେମିତି ଜାଣିବି? ତମେ ଯେମିତି ଦେଖୁଛ ମୁଁ ବି ଆଜି ସେମିତି ଦେଖୁଛି”
ଏହି ସମୟରେ କଲୋନୀର ଜଣେ କାଠର ଖଟୁଲି ରଖିବାରୁ ବୟୋଜ୍ୟୋଷ୍ଠ ପଣ୍ଡିତ ପଣ୍ଡାବାବୁ ସେ ଅଦ୍ଭୂତ ମୂର୍ତ୍ତୀକୁ ଟେକି ତା ଉପରେ ରଖିବାକୁ ପ୍ରଚେଷ୍ଟା କଲେ ମାତ୍ର ତାଙ୍କ ପ୍ରଚେଷ୍ଟା ନିଷ୍ଫଳ ହେଲା ଆଉ ଦୁଇଜଣ ଯାଇ ଟେକିବା ପାଇଁ ଚେଷ୍ଟା କରି ମଧ୍ୟ ଟେକିପାରିଲେ ନାହିଁ ସମସ୍ତେ ଆଶ୍ଚର୍ଯ୍ୟ ତିନିଫୁଟ୍ ମୂର୍ତ୍ତି କଣ ଏତେ ଓଜନ? ସାଉଁଳିଆ ହୋଇଥିବାରୁ ହାତ ଖସୁଥିଲା ଖଟୁଲି ଭାଙ୍ଗିଯିବା ଆଶଙ୍କା କରି ସାହୁ ବାବୁଙ୍କ ନିର୍ଦ୍ଦେଶରେ ବଙ୍କୁ ମିସ୍ତ୍ରୀ ଇଟା, ସିମେଣ୍ଟ୍ ଓ ବାଲି ଆଣି ପିଣ୍ଡି ତିଆରି କରିବା ଆରମ୍ଭ କରିଦେଇଥିଲା ଅନଧିକାର ଭାବରେ ସନଜ୍ର ଘର ସାମନାରେ ଏତେ କଥା ଘଟୁଥିଲେ ମଧ୍ୟ ସେ ନିରୁପାୟ ହୋଇ ଦେଖୁଥିଲା ଝିଅ ପିଙ୍କିକୁ ନେଇ ସ୍କୁଲରେ ଛାଡ଼ିବା ବେଳ ହୋଇ ଯାଉଥିବାରୁ ଲୀନା ସନଜ୍କୁ ସଚେତନ କରିବାପରେ ଦୁହେଁ ଘର ଭିତରକୁ ଚାଲି ଆସିଲେ ଏପଟେ ପିଙ୍କି ଘରେ ଥାଇ ଆଶ୍ଚର୍ଯ୍ୟ ହୋଇ ଝରକା ଦେଇ ବାହାରେ ଘଟୁଥିବା ଦୃଶ୍ୟକୁ ଦେଖୁଥିଲା ସେ ବି ଜାଣି ସାରିଥିଲା ଯେ ତାଙ୍କ ଘର ବଗିଚାରେ ଭଗବାନ ଆବିର୍ଭାବ ହୋଇଛନ୍ତି ଲୀନାକୁ ଦେଖି ନାଚି ପକାଇ କହିଲା, “ଦେଖିଲୁ ମାମା, ଠାକୁର କେଡ଼େ ଦୟାଳୁ ତତେ ଆଉ କଷ୍ଟ କରି ମନ୍ଦିର ଯିବାକୁ ପଡ଼ିବନି ସେ ନିଜେ ଆମ ଘରକୁ ପଳେଇ ଆସିଛନ୍ତି” ସନଜ୍କୁ ଦେଖି କହିଲା, “ସ୍ବିଟିର ବାପା ପୂଜା କରିବା ପାଇଁ ଭୋଗ ଧରି ଆସିଲେଣି, ଚାଲ ଦେଖିବା” ସନଜ୍ ବିରକ୍ତ ଭାବ ପ୍ରକାଶ କରି କହିଲା, “ତୁ କଣ ସ୍କୁଲ୍ ଯିବୁନି କି? ଜଳଦି ସ୍କୁଲ୍ ପାଇଁ ପ୍ରସ୍ତୁତ ହେଇ ଯା”
ସନଜ୍ ଅଫିସ ଯିବାପାଇଁ ପ୍ରସ୍ତୁତ ହେଉଛି ଝିଅ ପିଙ୍କିକୁ ସ୍କୁଲରେ ଛାଡ଼ି ସେ ଅଫିସ ଯିବ ତରତର ହୋଇ ଘରୁ ବାହାରି ଗଲା ଲୋକଙ୍କୁ ଆଡ଼େଇ ଗ୍ୟାରେଜରୁ କାର୍ ବାହାର କରୁଥିଲା ସନଜ୍ ନିକଟରେ ଜଏଣ୍ଟ୍ ସେକ୍ରେଟାରୀ ପଦବୀରୁ ଅବସର ନେଇଥିବା ଘଟୁଆରୀ ବାବୁ କହିଲେ, “ସନଜ୍ ବାବୁ ଆପଣ ଆମ କଥାରେ ଦ୍ବିମତ ହେବେ ନାହିଁ ଆପଣଙ୍କ ଗ୍ୟାରେଜ୍ ପାଖରେ ଆମେ ହନୁମାନଙ୍କ ଆସ୍ଥାନ ନିର୍ମାଣ କରିବା ଆମେ ଘରେ ରହିବା ଆଉ ଠାକୁର ବାହାରେ ରହିବେ, ଏହା ସୁନ୍ଦର ଲାଗିବ କି? ମୁଁ ଜାଣିଛି ଆପଣ ଶ୍ରଦ୍ଧାର ସହ ଏହି ପ୍ରସ୍ତାବରେ ରାଜି ହେବେ...” ଘଟୁଆରି ବାବୁଙ୍କୁ କେମିତି ଗୋଟିଏ ଦୃଷ୍ଟିଦେଇ ସନଜ୍ ବାହାରିଗଲା ଘରୁ ଝିଅକୁ ସ୍କୁଲରେ ଛାଡ଼ିଦେଇ ଅଫିସରେ ପହଞ୍ଚିବା ସମୟରେ ଲୀନା ଫୋନ କରି ଜଣାଇଦେଲା ଯେ ସାହିଲୋକମାନେ ଟ୍ରାକ୍ଟରରେ ବାଲି, ଇଟା, ସିମେଣ୍ଟ୍ ଆଣି ଗ୍ୟାରେଜରେ ରଖିଦେଇଛନ୍ତି ସନଜ୍ ଚିନ୍ତାରେ ପଡ଼ିଗଲା ବିରକ୍ତ ଲାଗୁଥିଲା ମଧ୍ୟ
ଘଟୁଆରି ବାବୁ ସାହିର ଜଣେ ବୟୋଜ୍ୟୋଷ୍ଠ ବ୍ୟକ୍ତି ସାହିରେ ସବୁଠୁ ବଡ଼ ଘର ତାଙ୍କର ଗୋଟିଏ ପୁଅ, ସେ ରହୁଛି ଆମେରିକାରେ ସେ କାଳେ ଆମେରିକାରେ ହିଁ ବାହା ହୋଇଯାଇଛି ବୋଲି ଶୁଣିବାପରେ ବାପାପୁଅ ସଂପର୍କ ତୁଟି ଯାଇଛି କିନ୍ତୁ ଲୋକଟା ଭାରି ଧର୍ମବିଶ୍ବାସୀ ସାହିରେ ଗଣେଶ ପୂଜା, ଦୂର୍ଗା, କାଳୀ ପୂଜା ଆଦି ସେ ନିଜେ ହିଁ ଆୟୋଜନ କରନ୍ତି ଗତବର୍ଷ ସାହିରେ ଏକ ବିଶାଳ ବିଶ୍ବଶାନ୍ତି ଯଜ୍ଞର ଆୟୋଜନ ବି ନିଜ ପ୍ରଚେଷ୍ଟାରେ ସେ କରିଥିଲେ ଏହି ସବୁ କଥା ଚିନ୍ତା କରୁଥିବା ସମୟରେ ତା କାଉଣ୍ଟର ସାମନାରେ ଜନଗହଳି ହେବା ଯୋଗୁଁ ସେ ସମ୍ବିତ୍ ଫେରି ପାଇଲା ମନେ ମନେ ଚିନ୍ତା କରୁଥିଲା, ଠାକୁର ତା ଘରେ ଆବିର୍ଭାବ ହୋଇ କଣ ସବୁ ଅସୁବିଧା କରୁଛନ୍ତି
ସନ୍ଧ୍ୟାରେ ଘରକୁ ଫେରିବା ବେଳକୁ ନିଜ ଘରର ପରିବର୍ତ୍ତିତ ଛବି ଦେଖି ସେ ଅଧିକ ଆଶ୍ଚର୍ଯ୍ୟ ହୋଇଗଲା ଗ୍ୟାରେଜ ଭିତରକୁ କାର୍ ନେବାପାଇଁ ରାସ୍ତା ନାହିଁ ପାଚେରୀ ଅଧା ଭଙ୍ଗା ସରିଛି ଆଉ ସେଠାରେ ଗୋଟିଏ ଅସ୍ଥାୟୀ ପିଣ୍ଡି ଆଉ ଆଣ୍ଠୁଏ ଉଚ୍ଚର ମନ୍ଦିର ନିର୍ମାଣ ହୋଇ ସାରିଛି ସେ ଘର ଭିତରକୁ ଆସିଲା ବେଳକୁ ଲୀନା ଅଭିଯୋଗ କରି କହିଲା, “ଆଜି ଦିନସାରା ଘର ବାହାରେ ଏତେ ଶବ୍ଦ ହେଲାଯେ ଶାନ୍ତିରେ ରହି ହେଲାନି ପିଙ୍କି ସ୍କୁଲରୁ ଫେରି ସେଇଠି ହିଁ ଥିଲା ତମେ ଆସିବ ବୋଲି କହିବା ପରେ ଏବେ ବହି ଧରି ବସିଲା”
କିଛି ଦିନଭିତରେ ସେଠାରେ ଏକ ସୁଦୃଶ ମନ୍ଦିର ନିର୍ମାଣ ହୋଇଗଲା ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହେବ ବୋଲି ଘୋଷଣା ବି ହୋଇଗଲାଣି ଘଟୁଆରି ବାବୁଙ୍କ ଆରାଧ୍ୟ ଚକ୍ରବାବା ଆସି ପହଞ୍ଚିଛନ୍ତି ସେ ଜଣେ ବିଖ୍ୟାତ ହନୁମାନ ସାଧକ ମୁଣ୍ଡରେ ଗୈରିକ ଚିତା ମୋଟା ମୋଟା ଜଟାକୁ ଏକତ୍ରକରି ସେ ପଗଡ଼ିପରି ବାନ୍ଧିଛନ୍ତି ବେକରେ ଅନ୍ୟୁନ ଡଜନେ ହେବ ମୋଟା ଆଉ ବଡ଼ ବଡ଼ ତୁଳସୀ ମାଳି ଗେରୁଆ ବସ୍ତ୍ରରେ ଆଚ୍ଛାଦିତ ସେ ପାଦରେ କଠଉ, ଡାହାଣ ହାତରେ ରୂପାର ମୋଟା ବାଡ଼ି ଆଉ ଆର ହାତରେ କମଣ୍ଡଳୁ ହାତରେ ବି ଗୁଡ଼ିଏ ତୁଳସୀ ମାଳ ବାନ୍ଧିଛନ୍ତି ବଡ଼ ବଡ଼ ପଥର ବସା ସୁନାମୁଦି ପିନ୍ଧିଛନ୍ତି ଦୁଇ ହାତରେ କିଛି ସମୟ ଗୁଣୁଗୁଣୁ ହୋଇ କହିଲେ ଚକ୍ରବାବା, ‘ଜୟ ବଜରଙ୍ଗୀ’ ସେଠାରେ ଉପସ୍ଥିତ ଅଧିକାଂଶ ବ୍ୟକ୍ତି ବାବାଙ୍କୁ ଅନୁସରଣ କରି ଉଚ୍ଚ ସ୍ବରରେ କହି ଉଠିଲେ ‘ଜୟ ବଜରଙ୍ଗୀ’ ବାବା କହିଲେ, “ଏ ଅଦ୍ଭୂତ ମୂତ୍ତୀ କୌଣସି ଏମିତି ସେମିତି ମୂର୍ତ୍ତୀ ନୁହେଁ ଏ ହେଉଛି ଅଷ୍ଟଧାତୁରେ ନିର୍ମିତ ବହୁପୁରାତନ ମୂର୍ତ୍ତୀ ମୋତେ ସ୍ବପ୍ନାଦେଶ ଦେଇଥିଲା କି ବଜରଙ୍ଗୀ ସ୍ବୟଂ ଆମ ପାଖକୁ ଆସିଛନ୍ତି ଆମେ ଅକ୍ଷୟ ତୃତୀୟାରେ ଏକହଜାର ଆଠ ହନୁମାନ ଚାଳିଶା ପାଠ କରି ଏହି ମୂର୍ତ୍ତୀକୁ ଅଭିମନ୍ତ୍ରିତ କରି ଏ ସୁନ୍ଦର ମନ୍ଦିରରେ ସ୍ଥାପନ କରିବା” ମନ୍ଦିର ପାଖରେ ଅସ୍ଥାୟୀ ଯଜ୍ଞକୂଣ୍ଡ ନିର୍ମାଣ କରାଯାଇଛି କିଛି ରାଜନୈତିକ ପୃଷ୍ଠପୋଷକତାରେ ଯଜ୍ଞର ଆୟୋଜନ ଜୋରସୋରରେ ଚାଲିଥାଏ ଅଷ୍ଟପ୍ରହରୀ ନାମଯଜ୍ଞ ସହ ବାବାଙ୍କ ପ୍ରବଚନ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଓ ବ୍ରହ୍ମଯଜ୍ଞ
ଏଇ କିଛିଦିନ ହେବ ଅଣନିଶ୍ବାସୀ ହୋଇଗଲାଣି ସନଜ୍ ଅର୍ଦ୍ଧକପାଳି ମୁଣ୍ଡବ୍ୟଥାରେ ଶୀକାର ହୋଇଛି ଲୀନା ପିଙ୍କିର ପାଠପଢ଼ାରେ ଅସମ୍ଭବ ଧରଣର ଅବନତି ଶେଷରେ ସନଜ୍ ନିଷ୍ପତ୍ତି ନେଲା ଏ ସ୍ଥାନରେ ରହିଲେ ସବୁପ୍ରକାରର ଅସୁବିଧା ହେବ ହିଁ ହେବ ତେଣୁ ସେ ଘର ଛାଡ଼ି ଅନ୍ୟସ୍ଥାନରେ ଭଡ଼ା ଘର ନେଇ ରହିବା ଉଚିତ ହେବ ଲୀନା ମଧ୍ୟ ଏହି କଥାର ସହମତ ହେଲେ ପିଙ୍କି ମନରେ ଅନେକ ପ୍ରଶ୍ନ ପୂଜା ଦିନରେ ମନ୍ଦିରରେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଉଥିବା ବାପାମା ଏବେ କାହିଁକି ଏମିତି ବିରକ୍ତ ହେଉଛନ୍ତି? ଶୀଘ୍ର ଏ ମନ୍ଦିର ପ୍ରତିଷ୍ଠା ସରିଲେ ସେମାନେ ଘର ବଦଳା କାମ ବି କରିବେ ଘର ସାମନାରେ ଗୋଟିଏ ଯାତ୍ରା ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ ଅଜସ୍ର ଲୋକ ଗହଳି ଚହଳି, ଉଚ୍ଚସ୍ବରରେ ଡାକବାଜି ଯନ୍ତ୍ରର ଶବ୍ଦ ଏ ସବୁ ମନକୁ ଅସ୍ତବ୍ୟସ୍ତ କରି ପକାଇଲାଣି
ଅକ୍ଷୟତୃତୀୟାର ବ୍ରାହ୍ମ ମୁହୂର୍ତ୍ତରୁ ସାହି ଚଳଚଞ୍ଚଳ ଦିନ ଆଠଟାରେ ଉଠି ଅଘଷା ପାଟିରେ ଚା ପିଉଥିବା ଲୋକ ଆଜି ସ୍ନାନଶୌଚ ଆଦି ସାରି ଚକ୍ରବାବାଙ୍କ ନିର୍ଦ୍ଦେଶରେ ଗୈରିକ ବସ୍ତ୍ର ପିନ୍ଧି ସୂର୍ଯ୍ୟ ପୂଜାପାଇଁ ଉପସ୍ଥିତ ବାବାଙ୍କ ନିମନ୍ତେ ସୁଦୃଶ ମଞ୍ଚ ନିର୍ମିତ କଦଳୀ ଗଛ, ଆମ୍ବ ପତ୍ରର ତୋରଣ ଓ ଗତକାଲି ଜଳଯାତ୍ରାରେ ଆସିଥିବା ଶହେ ଆଠ କଳସ ମଞ୍ଚରେ ଶୋଭା ପାଉଛି ବିଭିନ୍ନ ପଣ୍ଡିତମାନଙ୍କ ବେଦଧ୍ବନୀରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାସହ ଝୁଣା, ଗୁଗ୍ଗୁଳ, କର୍ପୂର ଓ ସୁବାସିତ ଦୂପରେ ମହକି ଉଠୁଛି ଆଳତି ପୁଷ୍ପାଞ୍ଜଳୀ ପରେ ନୂତନ ବିଗ୍ରହ ମାନଙ୍କର ମହାସ୍ନାନ କରାଯାଇ ମନ୍ଦିରରେ ସ୍ଥାପନ କରାଯିବ
ଦିନ ଏଗାରଟା ହେବ ଘୃତ, ଶର୍କରା, ଦହି, କ୍ଷୀର ଓ ମହୁ ଭର୍ତ୍ତି ପାଞ୍ଚଟି କଳସ ସ୍ନାନ ବେଦିରେ ମୂର୍ତ୍ତି ପାଖରେ ରଖାଯାଇଛି ଲାଲ ମନ୍ଦାର ଫୁଲ ଓ ରକ୍ତ ବସ୍ତ୍ର ସୁଶୋଭିତ ଦେଖାଯାଉଛି ସେ ଲାଲ ପୀତାଭ ମୂର୍ତ୍ତି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ କ୍ୟାମେରା ମାନ ଧରି ସିଧା ପ୍ରସାରଣରେ ବ୍ୟସ୍ତ ଏତିକି ବେଳେ ପିସିଆର୍ ଭ୍ୟାନର ସାଇରନ ସହ ଏକ ବୋଲେରୋ ଆସି ଅଟକିଳା ମଞ୍ଚ ପାଖରେ କୌଣସି ଅତିବିଶିଷ୍ଟ ବ୍ୟକ୍ତି ଆସିଛନ୍ତି ବୋଲି ଆୟୋଜକ ମଧ୍ୟରୁ ଦୁଇତିନିଜଣ ଚନ୍ଦନଫୁଲ ମାଳ ନେଇ ପାଛୋଟି ଆଣିବାକୁ ଗଲାବେଳେ, ସେମାନେ ଗ୍ରହଣ ନ କରି ଗହଳି ଆଡ଼େଇ ପହଞ୍ଚିଗଲେ ମୂର୍ତ୍ତିପାଖରେ ଫୁଲମାଳ ଓ ବସ୍ତ୍ର କାଢ଼ି ପାଣିରେ ଧୋଇସାରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ଅଫିସର ସୂଚନା ଦେବାକୁ ଯାଇ କହିଲେ, “ଆମେ ମାନେ ହେଉଛୁ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥାର କର୍ମଚାରୀ ଆପଣମାନେ ଯାହାକୁ ମହାବୀରଙ୍କ ବିଗ୍ରହ ଭାବି ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ତାହା କିଛିଦିନ ତଳେ ହୋଇଥିବା ଏକ ବିରଳ ଉଲ୍କାପାତର ଅଂଶ ବିଶେଷ ଯାହା ଆମ ଗବେଷଣାର ଉପାଦାନ ତେଣୁ ଆମେ ଏହାକୁ ନେଇଯାଉଛୁ ଆପଣ ମାନଙ୍କ ମନରେ ଯଦି ଆଘାତ ହୋଇଥାଏ ତେବେ କ୍ଷମାଦେବେ ଆମେମାନେ ନାଚାର” ସଶସ୍ତ୍ର ପୋଲିସ ବାହିନୀ ସାଥିରେ ଆଖିପିଛୁଳାକେ ମୂର୍ତ୍ତୀନେଇ ଚାଲିଗଲେ ସେମାନେ ସମବେତ ଜନତା ଅବାକ୍ ହୋଇ ଚାହିଁ ଚାରିଥିଲେ କାହା ମୁହଁରେ ଭାଷା ନଥିଲା ନୈରାଶ୍ୟର ଏହି ସମୟରେ କିନ୍ତୁ ସନଜ୍ର ମୁହଁ ଉଜ୍ଜ୍ବଳ ଦିଶୁଥିଲା
ଜଗନ୍ନାଥପୁର ଶାସନ, ରତନପୁର
କୁହୁଡ଼ି, ଖୋର୍ଦ୍ଧା, ଓଡ଼ିଶା, ୭୫୨୦୨୭
ଭ୍ରାମ୍ୟଭାଷ - ୮୯୦୮୮୫୯୭୯୭ , ଇମେଲ - rkdash@gmail.com
Go Back to Previous Page
କ୍ଷୀର ଓ ସୁରା
ଶୁଭକାନ୍ତ ସାହୁ
Read Article
ସେଦିନର ଦୀପାବଳୀ ଓ ପୋତାହାଡ଼
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ