ଆସ
ଟିକେ ବୁଲିଯିବା
ବିସ୍ତୀର୍ଣ୍ଣ ବେଳାଭୂମି ଆଡକୁ ,
ସାନ୍ତ୍ଵନା ଦେବା
ଅହରହ ମଥା ପିଟୁଥିବା ସାଗରକୁ ।
ସାଙ୍ଗ ହୋଇ ବାଣ୍ଟିନେବା
ତା ଯନ୍ତ୍ରଣାରୁ ପୁଳେ ,
ଖୁସି ହେବା,ହସି ଦେବା,
ଫୂଲେଇ ଚାହାଣୀ ଦେଇ
ଫେରିଯିବା ବେଳେ ।
ଆସ
ସାଙ୍ଗ ହୋଇ ଖୋଜିବା
ଦୁଷ୍ଟ ଜହ୍ନକୁ ,
କଇଁ ଯେ ଗୁମୁରି କାନ୍ଦେ
କହିବା କାହାକୁ ।
କେତେବେଳେ ଲୁଚିଯାଏ
ଭସା ବଉଦରେ ,
କେତେବେଳେ ଖେଳୁଥାଏ
ତାରାଙ୍କ ମେଳେ ,
ପ୍ରେୟଷୀ ତା ଚାହିଁ ଥାଏ
ମଥା ରଖିବାକୁ ତାରି କୋଳେ ।
ଆସ
କେତେ ବା ଡାକିବି ତୁମକୁ
ବାହାନା ତ ସେମାନେ ,
ଗୋଟିଏ ମୂହୁର୍ତ୍ତ କୋଟିଏ ମୂଲ
ଖୋଜୁଥାଏ ମନେ ମନେ ,
ଶୟନେ
ସପନେ
ଜାଗରଣେ
ପାଇକ ସାହି, ବ୍ରହ୍ମଗିରି, ପୁରୀ
ମୋ ନଂ -୯0୯00୬୯୩୫0
Go Back to Previous Page
ଶୀତ ସକାଳ
ଉମେଶ କୁମାର ବେହେରା
Read Article
ମୋ ପରିବାର
ରୋଜା ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ