ଶବ୍ଦହୀନ ନିଃଶ୍ୱାସ- (ତାୱାଙ୍ଗ ପର୍ବତର ଆତ୍ମା)-୧
ଜାଣିଥିଲା
ଏକଦିନ ସେ ଚାଲିଯିବ
ଛାଇ ତାର ଲମ୍ବା ହୋଇ ଯାଉଥିଲା
ସଂଜ ପର୍ବତରୁ ଆସୁଥିଲା ତ ଓହ୍ଲାଇ
ତଥାପି ବି କହି ପାରିଲାନି
ଆଗର ରାସ୍ତା ଲୁଚି ତ ଯାଉଛି ।
ଦୂରର ସେହି ଶବ୍ଦ ଭାସି ଆସୁଥିଲା
ସଂନ୍ଧ୍ୟାର ନିଃଶ୍ୱାସ
ଲମ୍ବା ହୋଇ ଯାଉଥିଲା
ଦୂରତା ବଢି ଯାଉଥିଲା ।
ବର୍ଷା ପଡୁଥିଲା ଝରି
ସେମିତି ସେ ଠିଆ ହୋଇଥିଲା
କିଛି ହଲୁ ତ ନଥିଲା
ଆଖି ପତା ପଡୁ ବି ନଥିଲା
ଓଠ ଖୋଲିଲାନି ତାର
ବଧିର ହୋଇ ଯାଇଥିଲା
କିଛି ଶୁଣି ପାରୁ ତ ନଥିଲା ।
ଦୁର କୁଟୀରରୁ
ଆଲୁଅ ଭାସି ଆସୁଥିଲା
ସେଇ ଶବ୍ଦ ଆସି ଯାଉ ଥିଲା
ଅସ୍ପଷ୍ଟ ଶବ୍ଦମାନ
ଭଲ ଭାବେ ଶୁଣା ଯାଉଥିଲା ।
ସେମିତି ସେ ଠିଆ ହୋଇଥିଲା
ଜଡ ପାଲଟି ଯାଇଥିଲା
କହିଲାନି ପଦେ କଥା
ସେହି ସ୍ୱର ଜାଣିଥିଲା
ଅଛିତ ସେ ତ ସେଇଠି
ସେହି ଶବ୍ଦ ମାନଙ୍କର ସହ
ନୀରବରେ ଠିଆ ହୋଇଅଛି
ପଦେ କହିବନି ।
Go Back to Previous Page
ବିତୃଷ୍ଣା ଜୀବନ
ସୁଶ୍ରୀ ମିନତୀରାଣୀ ମେଣ୍ଡିଲି
Read Article
ରାତି
ବରୁଣ କୁମାର ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ