ଖୋଜି ପାଉନାହିଁ ମାଟି ଘର ଝୋଟି ଅଗଣାରେ ବରକୋଳି,
ପୋଖରୀ ହୁଡାର ବର ଓହଳରେ ଖେଳୁଥିଲୁ କେତେ ଦୋଳି ।
ଆମ୍ବ ତୋଟା ନାଳ ପାରିହେଲେ ଦିଶେ ନାଲି ନାଲି କେତେ ବଇଁଚ କୋଳି,
ଆମ ଗାଁ ମୁଣ୍ଡ ପଧାନ ବାଡିରୁ ତୋଳୁଥିଲୁ କେତେ କଞ୍ଚା ତେନ୍ତୁଳି ।
ଖୁଦୁରୁକୁଣୀ ଓଷା କରୁଥିଲା ଉମା ମାଉସୀ ର ସାନ ଭଉଣୀ,
କଇଁଫୁଲ କେତେ ତୋଳି ଦେଉଥିଲୁ ପହଁରି ପହଁରି ଗାଁ ପୋଖରୀ ।
ରଘୁଆ କୁମ୍ଭାର ଦୀପ ଆଣିଦିଏ ଦୀପାବଳି ଆଉ ଜାଗରେ ପୁଣି,
ଶମ୍ଭୁ ବାରିକ ଦଶ’ରା ସକାଳେ ଦେଖାଉ ଥିଲା ତା ଦର୍ପଣ ଆଣି ।
ନିଧି ନନା ଆସେ ଗହ୍ମାପୁନେଇଁରେ ପଇତା ସାଙ୍ଗରେ ରାକ୍ଷୀକୁ ନେଇ,
ଯଜମାନ ହାତେ ବାନ୍ଧି ଦେଉଥିଲା ଆଶୀର୍ବାଦ କେତେ ମନ୍ତର ଗାଇ ।
ଚକୁଳିଆ ପଣ୍ଡା ଗୀତ ଗାଉଥିଲା ଗାଁ ଦାଣ୍ଡେ ଧର୍ମ କାହାଣୀ ଗାଇ,
ବୁଢ଼ୀ ମାଆ ମାନେ ଚାଉଳ ପରିବା ଦେଉଥିଲେ ଆଣି ଭୋଜନ ପାଇଁ।
ରଜ ସଂକ୍ରାନ୍ତି ରେ ପୋଡ଼ପିଠା ପାନ ମକର ଚାଉଳ ଭୋଜି,
ଗହ୍ମାପୁନେଇଁ ର ମଣ୍ଡା ଚକୁଳି ଖୋଜିଲେ ମିଳୁନି ଆଜି।
ହଜିତ ଯାଇଛି ଶୈଶବ ମୋଅର ସମୟ ସୁଅରେ ଆଜି,
ସାଇତି ରଖଛି ହଜିଲା ଅତୀତ ସ୍ମୃତିରେ ରହିଛି ଆଜି।
Go Back to Previous Page
ପୂର୍ଣ୍ଣିମାରେ ଲାଗିଗଲା ଅମାବାସ୍ୟାର କଳଙ୍କ
ସମ୍ବିତ ସତ୍ୟପ୍ରକାଶ ମିଶ୍ର
Read Article
ଲେଖିବାର ମାନେ
ଡଃ ଅସିତ କୁମାର ସ୍ବାଇଁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ