ପିଲାଟି ପ୍ରତ୍ୟହ ମନ୍ଦିରକୁ ଯାଇ ନିଷ୍ଠାର ସହ ଠାକୁରଙ୍କୁ ଡ଼ାକୁଥିଲା। କ୍ରମଶଃ ବସ୍ତୁବାଦୀ ହୋଇପଡୁଥିବା ପୃଥିବୀରେ ସନ୍ଥମାନେ ଯେଉଁଠି ଭୌତିକ ବସ୍ତୁ ସଂଗ୍ରହର ପ୍ରତିଯୋଗିତାରେ ବ୍ୟସ୍ତ, ପିଲାଟିର ଭକ୍ତି କିନ୍ତୁ ଥିଲା ନିଷ୍କାମ। ନିଜ ପାଇଁ କେବେ କିଛି କାମନା କରିନି। ଖୁସିରେ ଥିଲେ କହେ, “ହେ ଠାକୁର, ଏହି ସାରା ସଂସାରେ ବ୍ୟାପିଯାଉ। ଆଉ ଦୁଃଖରେ କହେ”, ଏମିତି ଦୁଃଖ କେହି ବି କେବେ ନ ପାଆନ୍ତୁ।
ଦିନେ ତା’ଭକ୍ତିରେ ପ୍ରସନ୍ନ ହୋଇ ଠାକୁର ଆବିର୍ଭୂତ ହୋଇ କହିଲେ, “ସବୁ ଦିନେ ତ ସାରା ଦୁନିଆର ମଙ୍ଗଳ କାମନ କରୁଛୁ, ଏବେ ନିଜ ପାଇଁ କିଛି ମାଗ୍” ପିଲାଟି ସହର୍ଷେ ଉତ୍ତରିଲା, “ମୁଁ ତ ପ୍ରତିଦିନ କେବଳ ନିଜ ପାଇଁ ହିଁ ମାଗି ଆସିଛି। ଅନ୍ୟ ମାନଙ୍କ ସ୍ବାର୍ଥ ତ ସଂକୀର୍ଣ୍ଣ, ହେଲେ ମୋ ସ୍ବାର୍ଥ ତ ବୃହତ୍ତମ। ସାରା ପୃଥିବୀର ହିତରେ କ'ଣ ମୋର ହିତ ନୁହେଁ? କେବଳ ନିଜ ହିତ କାମନା କରିବା ଆନ ପ୍ରତି ଇର୍ଷାପରାୟଣତା ନୁହେଁ କି? ଅନ୍ୟମାନେ ଦୁଃଖରେ ବଢୁଥିବା ବେଳେ ମୁଁ କ'ଣ ସତରେ ସୁଖୀ ହୋଇ ପାରିବି?? ତା’ର ପ୍ରଶ୍ନ ରୂପୀ ଉତ୍ତରରେ ଠାକୁର ଅତ୍ୟନ୍ତ ପ୍ରସନ୍ନ ହୋଇ ଇଚ୍ଛା କରୁଥିଲେ ଏକାଦଶାବତାର ନିଅନ୍ତେ କି ପୃଥିବୀ ପୃଷ୍ଠରେ ଏଇ ପିଲାଟି ପରି ଏକ ଦରଦୀ ହୃଦୟ ତଥା ଉଦାର ମନଯୁକ୍ତ ସାଧାରଣ ମାନବ ହୋଇ।
ମୋବାଇଲ: ୯୦୪୦୩୨୦୧୮୬
Go Back to Previous Page
ମଣିଷ ପଣିଆ
ପ୍ରଣତୀ ମହାପାତ୍ର
Read Article
ପୂର୍ଣ୍ଣିମାରେ ଲାଗିଗଲା ଅମାବାସ୍ୟାର କଳଙ୍କ
ସମ୍ବିତ ସତ୍ୟପ୍ରକାଶ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ