ଇଂରାଜୀ ନୂଆବର୍ଷ ଆରମ୍ଭରେ ମନ ଖୋଜୁଥିଲା ଗୋଟାଏ ଭଲଲୋକର ମୁହଁ ଦେଖିବାକୁ ଯାହା ହେଉ, ବହୁଦିନପରେ ସୁଦର୍ଶନର ଦେଖାମିଳିଲା ଜରିଭର୍ତ୍ତି ରସଗୋଲା ଧରି ମୁହଁ ମିଠା କରିବାକୁ ନୂଆବର୍ଷରେ ସେ ଆମ ଘରେ ହାଜର ତାକୁ ଦେଖି ମୋ ସ୍ତ୍ରୀ ମଧ୍ୟ ବହୁତ ଖୁସି ହେଲା ହେଲେ ସୁଦର୍ଶନର ମିଠା ଜରିକୁ ଦେଖି ମୋ ଆଡ଼କୁ ତରାଟି ଚାହିଁଲା ଆଜିକାଲି ମୋର ମିଠା ଖାଇବାରେ ବହୁ କଟକଣା ପେଟ ନାମକ ଅଙ୍ଗଟି ସମୟ ସହ ତାଳଦେଇ ଆଗଉ ଆଗଉ ବହୁବାଟ ଆଗେଇ ଆସିଲାଣି ବୋଲି ମୋ ସ୍ତ୍ରୀଙ୍କ ମତ ମୁଁ କିନ୍ତୁ ନିର୍ବିକାର ମୋର କୋଉ ଆଉଥରେ ବାହାହେବାର ଅଛି ଯେ!
ଜଳଖିଆ ଥାଳିଆରେ ରସାବଳୀ ଦେଖି ସୁଦର୍ଶନ ମୋତେ ପଚାରିଲା - ଘର ଆଡ଼କୁ ଯାଇଥିଲ କି ଭାଇନା? ନାଇଁରେ... କାମରୁ ଫୁରୁସତ ମିଳିଲେ ତ ଯିବି ବାପା ଆସିଥିଲେ ଯାହା କୁହ ଭାଇନା, କେନ୍ଦ୍ରାପଡ଼ା ରସାବଳୀର ସୁଆଦ ନିଆରା ସେ ଭାବବିହ୍ବଳ ହୋଇଗଲା କେବେ ଯାଇଛୁ କେନ୍ଦ୍ରାପଡ଼ା? - ମୁଁ ପଚାରିଲି ଏମିତି ମେଳା ମଉଛବ, ପାର୍ବଣରେ ମଥୁରା କେକ ସହ କେନ୍ଦ୍ରାପଡ଼ା ରସାବଳୀ ଖାଇଛି ବୋଲି ସେ ଜଣାଇଦେଲା ହଉ ଏଇଟା ଖା - ଥାଳିଆର ରସାବଳୀ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲି ମୁଁ ରସାବଳୀ ଖାଉ ଖାଉ ସେ କହିଲା - ଏଇଟା କେମିତି ଟିକେ ଅଲଗା ଲାଗୁଛି ଏଟା ବରାଦୀ ରସାବଳୀ ମୋ ପାଖକୁ ଆଣିବେ ବୋଲି ବାପା ବରାଦ କରି ତିଆରି କରାଇଛନ୍ତି ଏଇଟା ହେଉଛି ଖାଣ୍ଟି କେନ୍ଦ୍ରାପଡ଼ା ରସାବଳୀ ମୋ କଥାରେ ଅସ୍ମିତା ଫୁଟି ଉଠିଲା
ମୋତେ ଦୁଇଟା ରସଗୋଲା ଦଉନ, ଯେଉଁଗୁଡ଼ା ସୁଦର୍ଶନ ଆଣିଛି - ସ୍ତ୍ରୀକୁ ଅନେଇ କହିଲି ମୁଁ ସେ କିଛି କହିବା ଆଗରୁ ସୁଦର୍ଶନକୁ ପଚାରିଲି - ଏଗୁଡ଼ା ଓଡ଼ିଶା ରସଗୋଲା ନା ବଙ୍ଗଳାର? ସୁଦର୍ଶନ ଚଟକରି ଉତ୍ତର ଦେଲା ଗାଙ୍ଗୁରାମ, ଯେମିତି ମୋ ପ୍ରଶ୍ନର ଉତ୍ତର ଦେବାକୁ ଅନେଇ ବସିଥିଲା ତାକୁ ଟିକେ ଶାନ୍ତିରେ ଖାଇବାକୁ ଦେବନି ଦେଖୁଛି? ଏଇ ନିଅ ତୁମ ରସଗୋଲା ଟେବୁଲ ଉପରେ ଗିନାଟାକୁ କଚାଡ଼ି କହିଲା ମୋ ସ୍ତ୍ରୀ
ରସଗୋଲାକୁ ଦେଖି ମୁଁ ଭୁଲିଗଲି ଓଡ଼ିଶା ବଙ୍ଗଳାର ବିଲେଇ କଳି ଓ ମୋ ସ୍ତ୍ରୀର ଆକଟ ଗାଳି ହେଲେ ମନରେ ପ୍ରଶ୍ନ ଗୁଡ଼ିଏ ଉଙ୍କି ମାରିବାରେ ଲାଗିଲେ ଗାଙ୍ଗୁରାମ୍ କିଏ? ସେ କଣ ଓଡ଼ିଶାର ନା ବଙ୍ଗଳାର? ନା ଅନ୍ୟ କୌଣସି ପ୍ରଦେଶର? କେବେ ସେ ମିଠା ତିଆରି କଲେ? ଏତେ ଗୁଡ଼େ ଗାଙ୍ଗୁରାମ୍ ଦୋକାନ କେମିତି ଖୋଲିଲା? ସମସ୍ତେ କ’ଣ ତାଙ୍କର ପିଲାକବିଲା?
ଏତେ କଣ ଭାବୁଛ ଭାଇନା? ଜଳ୍ଦି ସାର ଆଉ ଦି’ଟା ଖାଇବନି କି? ସୁଦର୍ଶନ କଥାରେ ସମ୍ବିତ ଫେରିଲା ମୋର ଟପାଟପ୍ ରସଗୋଲା ଦୁଇଟା ଉଦରସ୍ଥ କରି ପକାଇଲି ମୁଁ ସୁଦର୍ଶନ ଓ ମୋ ସ୍ତ୍ରୀ ପରସ୍ପରକୁ ଚାହିଁ ମୁରୁକେଇ ହସୁଥିଲେ ବର୍ଷର ପ୍ରଥମ ଦିନର ଗୋଟାଏ ଭଲ ଘଟଣା ଘଟିଲା
ମଧ୍ୟଖଣ୍ଡୀ, ଶ୍ରୀ ବଳଦେବଜୀୟୁ
କେନ୍ଦ୍ରାପଡ଼ା - ୭୫୪୨୧୨
ଭ୍ରାମ୍ୟଭାଷ : ୯୯୩୭୩୭୪୩୪୨
ଇମେଲ୍ : dr.srmishra@gmail.com
Go Back to Previous Page
ଅଧୁରା ପ୍ରେମ...
ସୁବଳ ମହାପାତ୍ର
Read Article
ଅଜ୍ଞାତ ବିରାଙ୍ଗନା
ପରାମିତା ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ