କିଶୋର ସେଦିନ ଘରକୁ ଫେରୁଥାଏ ନୂଆବର୍ଷ ଉପଲକ୍ଷେ ମିଳିଥିବା ଛୁଟିକୁ ସେ ପରିବାର ଲୋକଙ୍କ ସହ ଅତିବାହିତ କରିବାକୁ ଚାହୁଁଥିଲା ନୂଆଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବାପରେ ରେଳଷ୍ଟେସନରେ ପହଞ୍ଚି ଅନୁଗୁଳ ପାଇଁ ଟିକଟ ଆଣିଲା ପୁରୀ-ଦୁର୍ଗ୍ ଏକ୍ସ୍ପ୍ରେସରେ ବସିବାପରେ ଘର କଥା ମନେ ପକାଇ ଭାବବିହ୍ବଳ ହୋଇପଡ଼ିଲା ଝିଅଟିଏ ଶାଶୁଘରକୁ ଗଲାପରି ବାହାରେ ଚାକିରି କରିଥିବା ପୁଅଟି ଫୁରସତରେ ଘରକୁ ଆସିଲେ କୁଣିଆ ପରି ଲାଗିଥାଏ କିଛିଦିନ ପରିବାର ଲୋକଙ୍କ ସହ ସମୟ ବିତାଇ ପୁଣି ନିଜ କର୍ମକ୍ଷେତ୍ରକୁ ଫେରିବାକୁ ପଡ଼ିଥାଏ ଏମିତି କଥା ଭାବୁ ଭାବୁ କିଶୋର ଅନୁଗୁଳରେ ପହଞ୍ଚି ସାରିଥାଏ ଷ୍ଟେସନଠାରୁ ପନ୍ଦର କିଲୋମିଟର ଦୂରରେ ଘର ବସଷ୍ଟାଣ୍ଡ ବୋଲି ଏକ ବରଗଛ ମୂଳରେ ଲୋକମାନେ ବସ ପାଇଁ ଅପେକ୍ଷା କରି ବସିଥାନ୍ତି ଗଛଠାରୁ ଅଳ୍ପଦୂରରେ ଗୋଟିଏ ଛୋଟିଆ ଦୋକାନଟିଏ କିଶୋର ସେ ଦୋକାନକୁ ଯାଇ ଚା’ ପିଇବାପାଇଁ ଦୋକାନୀଙ୍କୁ ଖୋଜୁ ଖୋଜୁ ଜଣେ ବୃଦ୍ଧାଙ୍କୁ ଦେଖିବାକୁ ପାଇଲା ସେ ଯେବେ ବି ଘରକୁ ଆସେ ସେ ଦୋକାନରୁ ଚା ପିଇବାକୁ କେବେ ବି ଭୁଲେ ନାହିଁ “ମାଉସୀ, ଗୋଟେ କପ୍ ଚା’ ମିଳିବ କି?”
ବୃଦ୍ଧା ନିରସିଆ ହସଟିଏ ହସିଦେଇ କହିଲା, “ଏଇ ଦେଉଛି ପୁଅ ବସ ବସ... ଏ ମୋ ପୁଅ ରାଜୁ ବା... ବଜାରକୁ ଯାଇଛି ଯେ କେତେବେଳ ହେଲାଣି..” ବୁଢ଼ୀ ଅନବରତ କହି ଚାଲିଥାଏ କିଶୋର ହାତକୁ ଚା’ କପଟିଏ ବଢ଼େଇଦେଇ ସେ ପୁଣି କହିଲା, “ଏକା ବୁଢ଼ୀ ଲୋକଟା ମୁଁ କେତେ କଣ କରିବି କୁହ? ଟୋକାଟା କୌଣସି କଥାକୁ ନିଘା ନାହିଁ ଯାଇଛି ଯେ ଯାଇଛି ଆଜି ତା ଜନ୍ମଦିନ ବୋଲି କ୍ଷୀରିଟିକେ ବସେଇଚି ଯାଉଛି ଦେଖି ଆସିବି...” ବୁଢ଼ୀ ଦୋକାନପଛ କୁଡ଼ିଆ ଭିତରକୁ ଚାଲିଗଲା କିଶୋର ଚା’ କପ ସାରିଦେଇ ସେଇଠି ଟଙ୍କା ଥୋଇଦେଉ ଦେଉ ଅଧିକ ଦଶ ଟଙ୍କାଟିଏ ରଖିବାର ଦେଖି ପାଖରେ ଥିବା ଜଣେ ଲୋକକହିଲା, “ବାବୁ ଚା’ ଟଙ୍କା ତ ଦେଲ ଆଉ ଏଇ ଦଶଟଙ୍କା କାହିଁକି?” କିଶୋର କହିଲା, “ବୁଢ଼ୀର ପୁଅର ଜନ୍ମଦିନଟା, ତ ସେଇଥିପାଇଁ...” କିଶୋରକୁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟା ଚାହିଁ କହିଲା, “କୋଉ ପୁଅ? ବୁଢ଼ୀର ପୁଅ ଦୁଇବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛି ସେଇଦିନୁ ଏଇ ବୁଢ଼ୀ ପାଗଳି ହୋଇଯାଇଛି ସବୁ ଯିବା ଆସିବା ଲୋକଙ୍କୁ ସେଇ ଏକା କାହାଣୀ କହି ଚାଲିଛି”
ବୁଢ଼ୀ ଚାଳ ପାଖରେ ମଥା ନୋଇଁଦେଇ ବାହାରକୁ ଆସୁ ଆସୁ, “ରାଜୁରେ... ଏ ରାଜୁ...” କହି ଡାକ ଦେଉଥିଲା କିଶୋର ନିସ୍ତବ୍ଧ ସେଠାରୁ ଫେରି ଆସୁଥିଲା
Go Back to Previous Page
ଭଙ୍ଗା ଝରକା
ଭାଗିରଥୀ ବେହେରା
Read Article
ଅଧୁରା ପ୍ରେମ...
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ