କଲେଜରେ ଫାଷ୍ଟ ଇଅରର ପ୍ରଥମ ଫ୍ରେସର ପାର୍ଟି ପାଇଁ କିଛି ଝିଅ ବସି କଥା ହେଉଥାନ୍ତି | ସେମାନଙ୍କ ନା ଗୁଡିକ କହିରଖେ , ରୀନା ,ମିନା ,ସୁନିତା ....
ରୀନା : ଓଃ ...ବାପରେ ...କିଛି ବି ଭାବିପାରୁନି , ପାର୍ଟି ରେ କେଉଁ ଡ୍ରେସ ପିନ୍ଧି ଯିବି ?
ସୁନିତା : କାଇଁ ! ଅନଲାଇନ ରେ ଦେଖୁନୁ ..... ଆଜିକାଲି ତ ମସ୍ତ ମସ୍ତ ଡିଜାଇନ ଆଉ ଲାଟେଷ୍ଟ ଫେସନ ସବୁ ଅନଲାଇନ ରେ ଅର୍ଡର କଲେ ବହୁତ ସୁବିଧା ରେ ମିଳୁଛି |
ମିନା : ଚାଲ .... ମୋବାଇଲ ରେ ସାଙ୍ଗହେଇକି ଅର୍ଡର କରିବା !
(ତିନି ଜଣ ଯାକ ମୋବାଇଲ ରେ ବିଭିର୍ଣ୍ଣ ପ୍ରକାର ଡ୍ରେସ ଦେଖିବାରେ ମଜ୍ଜି ଗଲେ )
ରୀନା : ୱାଅ ! ଏଇଟା କେତେ ସୁନ୍ଦର ଦିଶୁଚି ! ପୁରା କୁଲ ..... ନା ?
ମିନା : ହୁଁ ...ଠିକ ଯେ ,.......ଟିକେ ଛୋଟ ଆଉ ଡିପ ହେଇଛି | କଣ ତୋ ମମି ଏଇଟା ପିନ୍ଧିବାକୁ ଦେବେ ? ତୁ ୟାକୁ ପିନ୍ଧି କଲେଜ ଆସି ପାରିବୁ ?
ରୀନା : ଆରେ ବାବା , ଘରୁ ପିନ୍ଧିକି ଆସିବା କଥା ଉଠୁଛି କଣ ପାଇଁ ? ମୁଁ ବ୍ୟାଗ ରେ ପୁରେଇ ନେଇ ଆସିଥିବି ...... ବାଥରୁମ ରେ ଚେଞ୍ଜ କରିଦେବି .....ନାଁ କଣ ?
ଏମାନେ ଏମିତି କଥା ହେଉଥିଲା ଭିତରେ ସବିତା ବୋଲି ଝିଅଟିଏ ଦୂରରୁ ଥାଇ ଏମାନକ କଥା ମନଦେଇ ଶୁଣୁଥିଲା | ଠିକ ଏତିକି ବେଳକୁ କହିଲା ,
ସବିତା : ରୀନା , ....... ମମ୍ମି ଙ୍କୁ ନ ପଚାରି କିଛି ବି ଡ୍ରେସ ଏମିତି ଲୁଚେଇ ଲୁଚେଇ ପିନ୍ଧିବା ଭଲନୁହେଁ | ଫେସନ ନାଁ ରେ ଏମିତି ସବୁ ଝିଅ ମାନେ ଦେହକୁ ଫୁଙ୍ଗୁଳା କରିବା ଆଡକୁ ବଢୁଛନ୍ତି | ସ୍କର୍ଟ ଟା ଛୋଟ ହେଇହେଇ ‘ମିନି ‘ ହେଇଗଲାଣି ଆଉ ଜିନ୍ସ ... ନିକର ହେଇଗଲାଣି | ଟା ଦେହରେ ପୁଣି କେତେ ପ୍ରକାର ର କଟା ଫଟା ଡିଜାଇନ ତିଆରି ହେଲାଣି | ଏଗୁଡା ସବୁ ଅନୁଚିତ , ଭାରତୀୟ ସଂସ୍କୃତି ର ବିରୁଦ୍ଧ | ଆମେ ସମସ୍ତେ ପଢିବା ପାଇଁ ଆସିଛନ୍ତି , ଫେସନ ଦେଖେଇହେଲେ ଫାଷ୍ଟକ୍ଳାସ ମିଳିଯିବନି କି ଗୋଲ୍ଡ ମେଡାଲ ମିଳିବନି ! ବୁଝିଲ ?
ରୀନା : (ବ୍ୟଙ୍ଗ କରି ) ହଁ .... ମୁଁ ଯଦି ମୋ ମମ୍ମି ଙ୍କ କଥା ଶୁଣିବି , ତାହେଲେ ପାର୍ଟି ରେ ପୁରା ମାଉସୀ ଭଳିଆ ଦିଶିବି .....ପୁରା ମଫୁ ....ହା...ହା.... | ସବିତା , ପ୍ଳିଜ ତୁ ଆଉ ପ୍ରବଚନ ଦେ ନି ଲୋ | କଲେଜ ପଢୁ ପଢୁ ଏମିତି ବୁଢୀଙ୍କ ଭଳିଆ କଥା କହ ନି | ଆରେ ଆରେ ....ମନେ ପଡିଲା ... ତୁ ପରା ଗାୟତ୍ରୀ ପରିବାର ର | ଆଶ୍ଳିଳତା ବିରୁଦ୍ଧ ରେ ଆନ୍ଦୋଳନ ଚଲେଇଛୁ ପରା ? ହୋଲି ଦିନ ମୁଁ ଦେଖିଥିଲି |
ସୁନିତା : ଆରେ ଚାଲ ଯିବା ..... ପୁଅ ଙ୍କ କଥା ବାର୍ତ୍ତା କୁ ଲୁଚି ଲୁଚି ଶୁଣିବା ! ଦେଖିବା ସେମାନେ କଣ କେମିତି ସଜବାଜ ହେଉଛନ୍ତି ପାର୍ଟି ପାଇଁ ! ଆସ !
(ଚାରି ଜଣ ଯାକ ଝିଅ ଲୁଚି ଲୁଚି ପୁଅ ମାନେ ହେଉଥିବା କଥା ବାର୍ତ୍ତା ଶୁଣିଲେ )
ରବି , ମୋହନ ,ମୋହିତ କଥା ହେଉଥିଲେ ........
ରବି : ଆରେ ଭାଇ ମୋହନ , ପାର୍ଟି ରେ କଣ ପିନ୍ଧିବୁ ବୋଲି ଭାବିଛୁ ?
ମୋହନ : ଆରେ ! ମୁଁ ତ ପାର୍ଟି ରେ ଏଞ୍ଜୟ କରିବାକୁ ଆସୁଛି | ଏଇ କଲେଜ ଝିଅ ଙ୍କ ଅଧା ଲଙ୍ଗୁଳି ଚେହେରା ଟିକେ ଦେଖିବାକୁ ମିଳିବ ତ ! ଯା ହେଉ ବହୁତ ମଜା ଲାଗିବ, ପୁରା ଫୁଲ ବୋବାଲ ...ମ !
ମୋହିତ : ଭାଇ , ଯିଏ ସବୁଠୁ କମ କପଡା ପିନ୍ଧିଥିବ ତାକୁ ହିଁ ... ମୁଁ ‘ମିସ ଫ୍ରେସର ‘ ବୋଲି ଆଖ୍ୟା ଦେବି ...ହା...ହା .....ହା ...
(ତିନି ଜଣ ଜୋର ଜୋର ରେ ହସୁଥିଲେ )
ରବି : ଏ ଝିଅ ଗୁଡା କେତେ ବୋକୀ , ଆଗ ଆମକୁ ଦେଖେଇବା ପାଇଁ କମ କପଡା ପିନ୍ଧନ୍ତି ....ଆଉ ତା ପରେ ...ପ୍ରବଚନ ଦିଅନ୍ତି ଯେ , ସେମାନେ ଡ୍ରେସ ଛୋଟ କରିଲେ କିଛିନାଇ ...କିନ୍ତୁ ପୁଅ ଙ୍କ ଚିନ୍ତା ଧାରା ବଡ କରି ରଖିବା ଦରକାର ....ହା...ହା....ହା
ମୋହନ : ଆରେ ଭାଇ ! ଖାଲି ସେଇ ସବିତା କୁ ଛାଡି ଦେଲେ ଆଉ ସବୁ ଝିଅ “ସେକ୍ସି “ ଶବ୍ଦ ଶୁଣିବାକୁ ଆମ ମୁହଁ କୁ ଚାହିଁ ରହିଥାନ୍ତି |
ମୋହିତ : ହଁ ଭାଇ ! ସତ କହିଲୁ .... ସବିତା ଟା ଭିତରେ ବହୁତ ଭଲ ଗୁଣ ଅଛି | ପାଠ ରେ ଯେମିତି ସଂସ୍କାର ବି ସେମିତି | ତା ବାପା ମା ଙ୍କ ସଂସ୍କାର ଯୋଗୁ ସେମିତି ହେଇଛି |
ମୋହନ : ଭାଇ ଯାହା କହପଛେ ... ମୁଁ କିନ୍ତୁ ସବିତା ଭଳିଆ ଝିଅ କୁ ପସନ୍ଦ କରିବି | ବାହା ହାବା ପାଇଁ ସବିତା ଭଳିଆ ଝିଅ ମୋର ପ୍ରଥମ ପସନ୍ଦ |
ରବି : ଆରେ ...ବାଃ ରେ ! ଏବେ ତ .. ତୁ ସବୁ ଝିଅ ଙ୍କୁ କାମେଣ୍ଟ ପାସ କରୁଥିଲୁ .... | ଯେ କଣ ? ଗାର୍ଲଫ୍ରେଣ୍ଡ ପାଇଁ ସେକସି , ଅଙ୍ଗପ୍ରଦର୍ଶନ ବାଲା ଝିଅ ....ଆଉ ବାହା ହବାକୁ ...ସବିତା ଭଳିଆ ? ଏ କି କଥା ?
ମୋହନ : ଭାଇ ... ଏଇ ଯେଉଁ ସେକସି , ଫେସନ ବାଲି ଝିଅ ନୁହେଁ .....ସବୁ ଟାଇମ ପାସ ଆଉ ଗାର୍ଲ୍ ଫ୍ରେଣ୍ଡ କରିବା ପାଇଁ ଠିକ | କିନ୍ତୁ ବାହାଘର ପରେ ଘର କୁ ଘର ବନାଏ ସୁସଂସ୍କାରୀ ଝିଅ ....ବୁଝିଲୁ ! ଯାହାକୁ ତୁମେ ବିଶ୍ଵାସ କରିପାରିବ ...ଯିଏ ଛୁଆ ମାନଙ୍କୁ ମଧ୍ୟ ଠିକ ସଂସ୍କାର ଦେଇ ପାରିବ |
ରବି : ହଁ ...ବହୁତ ସୁନ୍ଦର ଚିନ୍ତାଧାରା | ଚାଲ ଯିବା ପାର୍ଟି ପାଇଁ ବହୁତ କାମ ବାକି ଅଛି ......ଚାଲ |
ମୋହିତ : କାଲି ମୋ ଭଉଣୀ ସରିତା ବି ପାର୍ଟି କୁ ଆସିବ , ସମସ୍ତେ ମନେ ରଖିଥିବ ବେ , ତା ଭାଇ ବି ଏ କଲେଜ ରେ ପଢୁଛି | କେହି ବି ୟାଡୁ ସ୍ୟାଡୁ କାମେଣ୍ଟ ଛାଡ , ଆଖି ବି ପକେଇବନି ....ବୁଝିଲ ?
ରବି : କି ଆଶ୍ଚର୍ଯ୍ୟ ! ନିଜ ଭଉଣୀ ର ଚିନ୍ତା ସମସ୍ତଙ୍କୁ ....ଆଉ ଅନ୍ୟ ର ଭଉଣୀ ପାଇଁ ....ହୁଁ ?
ମୋହିତ : ( ରବି କୁ ଧକ୍କା ଦେଲା ) କଣ କହିଲୁ ?..... ମୁଁ କୌ ଝିଅ କୁ କହିନି .... ପୁରା ଖୋଲା ଖୋଲି ହେଇ ଆସିବାକୁ .....|
ଝିଅ ମାନେ ତ ଆମ ପାଇଁ ଏମିତି ବେଶ ହେଇ ଆସନ୍ତି | କେହି ଝିଅ ଅନ୍ୟ ଝିଅ କୁ ଏମିତି ଡ୍ରେସ ରେ ଦେଖି ଖୁସି ହୁଏନି | ଟିକେ ଭାବ ... ଏ ଝିଅ ଗୁଡା ନିଜ ଦାମିକା ମୋବାଇଲ ରେ ସ୍କ୍ରୀନ ଗାର୍ଡ ଲଗାନ୍ତି , କଭର କରି ରଖନ୍ତି .....କାହିଁକି ନାଁ ... ମୋବାଇଲ ଖରାପ ନହେଉ ବୋଲି ...ତେବେ ନିଜକୁ କଭର କରି ରଖିପାରନ୍ତେ ନି ? ସବିତା ବି ତ ଝିଅ ... କୁହ ତ ଆମ ଭିତରୁ କେହି ତା ପ୍ରତି ଅଭଦ୍ର ଚିନ୍ତା ଆଣି ପାରିଛ ? କେହି ତାକୁ କମେଣ୍ଟ ପାସ କରିଚ ? ନାଁ ......
ଯାହା ବି ଇଜ୍ଜତ କମେଇଛି ସିଏ ନିଜେ ....ନାଁ କଣ କହୁଛ ?
ମୁଁ ତ , ମୋ ଭଉଣୀ ସରିତା କୁ କହିଦେଇଛି , ସିଏ ସବିତା ସହିତ ସାଙ୍ଗ ହେଉ | ସେ ଫେସନ ବାଲି , ଛୋଟ ଡ୍ରେସ୍ସ ବାଲି ଙ୍କ ଠୁ ଦୂରରେ ରହୁ |
(ରୋହିତ ... ମଧ୍ୟସ୍ଥି କରି କହିଲା ....ଭଲ କଥା ...କିନ୍ତୁ ବହୁତ ଭାଷଣ ହେଇଗଲା ...ଏବେ ପ୍ଳିଜ ଆଉ ନିଜ ନିଜ ଭିତରେ ମାଡ ଗୋଳ କରନା .... ଚାଲ ଯିବା | ଭୁଲ ଆମ ସମସ୍ତଙ୍କର , ଆରେ ଆମେ ଯଦି ସେ ଝିଅ ଙ୍କ ଛୋଟ କପଡା କୁ ଅନାଦେଖା କରନ୍ତେ , ସପୋର୍ଟ ନ କରନ୍ତେ , ତେବେ କାହାକୁ ଦେଖେଇବାକୁ ସେମାନେ ପିନ୍ଧିବେ ? ହୁଁ ...... ? ଏ ଥର ଆମେ ସବୁ ସେଇ ଝିଅ କୁ ଭୋଟ କରିବା ଯିଏ ଶାଳିନ ହେଇଥିବ , ଆମେ ସୁଧୁରିଲେ ହିଁ ସେମାନେ ବି ସୁଧୁରିବେ | କମସେ କମ ଆମ କଲେଜ ରେ ଆମ କ୍ଳାସ ରେ ତ କିଛି ସୁଧାର ଆସିବ ... ନାଁ କଣ କହୁଛ ? )
(ଏମାନଙ୍କ କଥା ସେ ଚାରି ଜଣ ଝିଅ ଶୁଣି ସ୍ତବ୍ଧ ହେଇଯାଇଥିଲେ ......)
ରୀନା : (ହସି ହସି କହିଲା ) ମୁଁ ସେଇ ଡ୍ରେସ ପିନ୍ଧିବେ , ଯାଉ ଟା ମୋ ମମ୍ମି ଠିକ ବୋଲି କହିବ | ଏମିତି ବି ଆମେ ଏଥିକି ପଢିବାକୁ ଆସିଛନ୍ତି , ଫେସନ ଦେଖେଇବାକୁ ନୁହେଁ .....ଠିକ ନାଁ ?
( ଚାରି ଜଣ ଝିଅ ଜୋର ରେ ହସିଉଠିଲେ )
www.molekhaa.wordpress.com
WA: 7008667785
Go Back to Previous Page
ଓଡ଼ିଆଣୀଙ୍କ ଧର୍ମ
ପଙ୍କଜ କୁମାର ପାଣିଗ୍ରାହୀ
Read Article
ରାହା
ନୃସିଂହ ଚରଣ ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ