ସ୍ୱାମୀ ଅବାକ ହୋଇ - ଗାଲ କୁ ଆଉଁସି କ'ଣ ଖରାବେଳେ ତରକାରୀ ଭଲ ହୋଇନଥିବା ହେତୁ ଗାଳି ଦେଲି ବୋଲି ?
ସ୍ତ୍ରୀ -ନାଇଁମ ସେମିତି କଣ ହୁଏ ?ଆମେ ପରା ଓଡ଼ିଆ ଘରର ଝିଅ ଭଲା ସ୍ୱାମୀଙ୍କ ଉପରକୁ ହାତ ଉଠାଇ ପାରିବୁ !
ସ୍ୱାମୀ-ଆଉ କ'ଣ ହାତଟା ପଡୁ ପଡୁ ବାଜିଗଲା ?
ସ୍ତ୍ରୀ-ନାଇଁ ନାଇଁ ସେମିତି କିଛି ନାହିଁ ମୁ ଗୋଟେ ତୁମର ସ୍ତ୍ରୀ ଯିଏ ଅଗ୍ନିକୁ ସାକ୍ଷୀ ରଖି ମୋ ବାପା ମା ଙ୍କ ଦଶ ଲକ୍ଷ ଖର୍ଚ୍ଚ କରି ବନ୍ଧୁ ବାନ୍ଧବ ମାନଙ୍କୁ ଖାଇବା ପିଇବା ଲୁଗା ପଟା ଦେଇ ତୁମକୁ ବିବାହ କରିଛି ହେଲେ ବିବାହର 20ବର୍ଷ ବିତିଗଲାଣି କେବେ ତୁମ ଗାଲରେ ଏମିତି ଚୁମାଟିଏ ଖୁଲମ ଖୁଲା ଦେଇଛି?
ଯାହା ଏ ଛାର ମଶା ଟି ତୁମ ଗାଲରେ ଦଉଛି !ଆଉ ସେଇଥିପାଇଁ ମୋ ମନରେ ପ୍ରଚଣ୍ଡ କ୍ରୋଧ ସୃଷ୍ଟି ହେଲା,ଆଉ ମୁ ନିଜକୁ ନିଜେ ମଧ୍ୟ ସମ୍ଭାଳି ପାରିଲି ନାହିଁ!
ସ୍ୱାମୀ-ହେଲେ ଏମିତି ବ୍ରହ୍ମ ଚାପୁଡ଼ାଟିଏ ମାରିବ ?
ସ୍ତ୍ରୀ-ନାଈଁ ବା ପ୍ରଚଣ୍ଡ କ୍ରୋଧରେ ଜାଣି ପାରିଲି ନାହିଁ ହେଲେ ମୁ ଏମିତି କଣ ଯେ ଗୋଟେ କରିଦେଲି ଏତେ କଥା କହୁଛ ଯେ ?କାଳୀ ତ କ୍ରୋଧରେ ଶିବଙ୍କୁ ପାଦରେ ଦଳି ଦେଇଥିଲେ!
ସ୍ୱାମୀ-ତା ମାନେ ତୁମେ ମଧ୍ୟ କେବେ ଆହୁରି ଅଧିକ କ୍ରୋଧ ହେଲେ ମୋ ବେକରେ ପନିକି ଟା ପକାଇ ଦେବ?
ସ୍ତ୍ରୀ-ନାଇଁ ମ .....ଏମିତି କଣ କହୁଛ ?
ସ୍ୱାମୀ-ନାଇଁ ନାଇଁ ଏଥିରେ ତୁମର କିଛି ଦୋଷ ନାହିଁ କେବଳ ତୁମର ସେଇ ଶିବ ପୁରାଣ ବିଷ୍ଣୁ ପୁରାଣ ସବୁ ଫିଙ୍ଗି ଦେଲେ ତୁମର ଆଉ ଏମିତି କ୍ରୋଧ ହେବ ନାହିଁ
ସ୍ତ୍ରୀ-ସେଗୁଡା ଫିଙ୍ଗିଦେଲେ ମୁ ବଞ୍ଚି ପାରିବି ନାହିଁ
ସ୍ୱାମୀ-ଠିକ........ଏଥର ତୁମେ ନିଜେ ନିଜେ ବିଚାର କର ଯେ ମଶା ମୋ ରକ୍ତ ଖାଇବାକୁ ଯେତିକି ଆସକ୍ତ ଥିଲା ତୁମେ ମୋପ୍ରତି ସେତିକି ଆସକ୍ତ ନଥିବା ହେତୁ ସେମିତି କରିପାରୁ ନଥିଲ ଆଉ ମୋ ଠାରୁ ତୁମ ଶିବ,ବିଷ୍ଣୁ ପୁରାଣ ତୁମ ପାଇଁ ବଡ ଆଉ କହିଲା ବେଳକୁ ଆମେ ଓଡ଼ିଆ ଘରର ଝିଅ ! ତୁମମାନଙ୍କ ଏହିଭଳି ଚିନ୍ତାଧାରା ଯୋଗୁ ଆଜି ଆମର ଏହିଭଳି ପରିସ୍ଥିତି I
ଧନ୍ୟବାଦ I
ସୋସିଆଲ ଫୋରୁମ ଇଣ୍ଡିଆ
ଛତ୍ରପୁର, ଗଞ୍ଜାମ, ଓଡିଶା.
ଫୋନେ: 9437324917 / 9861109584 / 06811-263084.
Go Back to Previous Page
ମୌନ ପ୍ରହର ପ୍ରହରୀ
ପ୍ରମୋଦ କୁମାର ପଣ୍ଡା
Read Article
କଲେଜ ଫ୍ରେସର ପାର୍ଟି
ଅରବିନ୍ଦ ଆଚାର୍ଯ୍ୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ