ଶୀତୁଆ ସକାଳ କଅଁଳ ସୂର୍ଯ୍ୟ କିରଣ ପଡୁଥାଏ ଗୋଟିଏ କୁନି ଘାସ ଫୁଲ ଥଣ୍ଟରେ ଧରି ମିଠି ଦୌଡି ଦୌଡି ତା ମା’କୁ ଖୋଜୁଥାଏ ମା’ ମାମା’ ମମ୍ମି’ କୁଆଡେ ଗଲୁ ମା ମା ତାର ମହାନ୍ତି ବାବୁଙ୍କ ଖଳା ବାଡିରେ ବୁଲୁଥାଏ ଧୀର ମନ୍ଥର ଗତି ରେ .. ପାଦ ଚାପି ଚାପି .. ମିଠି କହିଲା ମା କୁଆଡେ ଗଲୁ ମା’ ମା’ –Happy New Year ମା କୁକୁଡାଟି ପଚାରିଲା, ଆରେ ଏ କ’ଣ ? ଏ ଫୁଲ କୋଉଠୁ ପାଇଲୁ? ମିଠି ହସି ହସି କହିଲା, ମା’ ତୁ କ'ଣ ଜାଣିନୁ, ଆଜି ପରା ନିଉ ଇୟର ୨୦୧୭ ସରିଲା, ୨୦୧୮ ଆରମ୍ଭ ହେଲା ମୁଁ ଦେଖି ଆସିଲି, ମହାନ୍ତି ବାବୁ, ମେନେକା ଦେବୀ, ରାହୁଲ, ରୋଜି ଆଉ ତାଙ୍କ ଘରେ ବହୁତ ଭିଡ ବୋଧ ହୁଏ ସେମାନଙ୍କର ସାଙ୍ଗ ମାନେ ଆସିଥିବେ ଶୀତ ଆସର ଜମିଛି ସମସ୍ତେ ଗୀତ ଗାଉଛନ୍ତି କେତେ କଣ ଖେଳ ଖେଳୁଛନ୍ତି ମଝିରେ ଗୋଟେ ବୋତଲ ରଖି ବୁଲେଇ ଦେଉଛନ୍ତି ତା ପରେ ଦେଖିଲି ଡ଼ିଜେ ଗୀତର ତାଳେ ତାଳେ ସମସ୍ତେ ନାଚୁଛନ୍ତି ସତେ ଅବା କୌଣସି ସଂଗ୍ରାମରେ ବିଜୟ ହାସଲ କରି ଆସିଛନ୍ତି ନାଚ ଗୀତରେ ସମସ୍ତେ ମସଗୁଲ କାଲି ରାତି ବାରଟା ବେଳ ମୁଁ ଘୋଡେଇ ହୋଇ ଶୋଇଥାଏ ଏ ସବୁ ଶବ୍ଦରେ ମୋର ନିଦ ହଉନଥାଏ ହଠାତ ଜୋରରେ ଶବ୍ଦ ହେବାରେ ଲାଗିଲା ଢୋ... ଢା.... ହୁଇସ ... ସାଏଁ... ଢୋ ... ଢା .... ମୁଁ ଡରିକି ଗୋଟାପଣେ ଥରୁଥାଏ ସମସ୍ତେ ସମସ୍ତଙ୍କୁ ଫୁଲ ଦେଉଥାନ୍ତି ଓ ସ୍ବାଗତ କରି କହୁଥାନ୍ତି Happy New Year ମହାନ୍ତି ସାହି ଆଜି ପୁରା ରଙ୍ଗୀନ ହୋଇଯାଇଛି ଚାରିଆଡ ଆଜି ଲିଚୁ ଲାଇଟ ରେ ପୁରା ଝଲମଲ ଏକା ନିଃଶ୍ବାସରେ ଏତକ କହି ମା’ ଆଡକୁ ଚାହିଁଲା ବେଳକୁ ମା’ ଆଖିରୁ ବୋହିଯାଉଥାଏ ଦି ଧାର ଲୁହ ଆଶ୍ଚର୍ଯ୍ୟ ହୋଇ ମିଠି ପଚାରିଲା, କ'ଣ ହେଲା ମାମା? କ'ଣ ହେଲା ମମ୍ମି? ତୁ କାନ୍ଦୁଛୁ କାହିଁକି? ମିଠି ଆଖିରୁ ମଧ୍ୟ ଲୁହ ଦି ଟୋପା ବାହାରି ଯାଇଥାଏ ଛଳଛଳ ଆଖିରେ ମା’ କହିଲା, ତୋ ପାପାଙ୍କ କଥା ଆଜି ମନେ ପଡୁଛି କେତେ ସୁନ୍ଦର ସେ ଓ ମୁଁ ନୂଆ ବର୍ଷ ଉପଭୋଗ କରୁଥିଲୁ କେତେ ଯେ ଅଭୂଲା ସ୍ମୃତି .... ଆଜି ତୋ ପାପାଙ୍କ ବର୍ଷିକିଆ ଠିକ ଗତ ବର୍ଷ ଆଜିର ଦିନରେ ଏଇ ଦୁଇ ଗୋଡିଆ ମଣିଷର ଖୁସି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ତୋ ପାପା
baby ମୋର ... ନିଉ ଇୟର କେବଳ ଏଇ ଦୁଇ ଗୋଡିଆ ମଣିଷ ପାଇଁ ଲୋ ଧନ, ଆମ ଭଳି ଦୁଇ ଗୋଡିଆ ପକ୍ଷୀ ମାନଙ୍କ ପାଇଁ ନୁହଁ ସେମାନଙ୍କ ଖୁସି ପାଇଁ ଆମକୁ ବଳିଦାନ ଦେବାକୁ ହୁଏ ଆଉ କିଛି କହିବା ପୂର୍ବରୁ ହଠାତ ଗୋଟିଏ କଳା ବାଦଲ ମାଡି ଆସିବା ଭଳି ଛାଇଟିଏ ଦିଶିଲା ମଣିଷ ଟାଏ ବୋଧେ ଛେଳି ପରି ଦାଢି ରଖିଥାଏ ପିନ୍ଧିଥାଏ ଚିରା ଗେଞ୍ଜି ଓ ନୀଳ ଧଡ଼ି ଲୁଙ୍ଗି ତାର କଳା ଓ ବଳିଷ୍ଠ ହାତରେ ମା’ କୁକୁଡାର ଗୋଡ଼ ଦିଇଟାକୁ ଧରି ମୁଣ୍ଡଟା ତଳକୁ ଝୁଲାଇ ଝୁଲାଇ ନେଇଗଲା ଦୂରରୁ ଶବ୍ଦ ଶୁଭୁଥାଏ ଭାଇ କଲିଜାଟା ମୋର ଭାଇ କରାଟ ମୋ ପାଇଁ ରଖିବୁରେ ଭାଇ ଲେଗ ପିସ ସାଇଜ କରି କାଟିବୁ ସେ ସବୁ ମୋର ଆଜି full enjoy କରିବା ମା’ କୁକୁଡା ଡେଣା ଫଡ ଫଡ କରି ମିଠିକୁ କହୁଥାଏ ନିଜର ଯତ୍ନ ନବୁ ମିଠି, ମୋ baby .. ସେଇ କଳା ବଳିଷ୍ଠ ହାତ ତୀକ୍ଷଣ ଛୁରୀ ଧାରରେ ମା’ କୁକୁଡାର ମୁଣ୍ଡକୁ ଦେହରୁ ଅଲଗା କରିବାକୁ ପ୍ରସ୍ତୁତ ହୁଅନ୍ତେ ମିଠି ଖଳା ବାଡିର ଧାନ କଳେଇ ପଛପଟେ ନିଜକୁ ଲୁଚେଇଦେଲା କେତେବେଳେ ଅଜାଣତରେ ଘାସ ଫୁଲଟି ତା ଥଣ୍ଟରୁ ଖସି ଯାଇଥାଏ ଓ ନିଜ ଆଖି ସାମ୍ନାରେ ଦେଖିଥିବା ନିଜ ମା’ର ହତ୍ୟାକୁ ମନେ ପକେଇ ପକେଇ ଶୁଖିଯାଉଥାଏ ତାର ଦୁଇ ଧାର ଲୁହ
ଅତିଥି ଅଧ୍ୟାପକ,
ପ୍ରାଣୀ ବିଜ୍ଞାନ ବିଭାଗ, ଢେଙ୍କାନାଳ କନିଷ୍ଠ ମହାବିଦ୍ୟାଳୟ ,
ଢେଙ୍କାନାଳ -୭୫୯୦୦୧, sambitsm1987@gmail.com
Go Back to Previous Page
ବିଳମ୍ବିତ ପ୍ରହର
ପ୍ରମୋଦ କୁମାର ପଣ୍ଡା
Read Article
ଶାଶ୍ବତ ପ୍ରୀତି
ପ୍ରତିଭା ପ୍ରିୟଦର୍ଶିନୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ