ଇଂରେଜୀ ନବବର୍ଷ ଉପଲକ୍ଷେ ଆହ୍ବାନର ସମସ୍ତ ପାଠକପାଠିକା, ଲେଖକ ଲେଖିବା, ଉପଦେଷ୍ଟା, ହିତାକାଂକ୍ଷୀ ବନ୍ଧୁଙ୍କୁ ଅଭିନନ୍ଦନ ନବବର୍ଷର ଉଲ୍ଲାସ ଥମି ଆସିଲାଣି ହେଲେ ଉତ୍ସାହ ଏବଂ ଆଶଂକାର ସମୟ ଆହୁରି ଯାଇନି ତଥାପି ଅନେକ ବନ୍ଧୁ କ୍ୟାଲେଣ୍ଡରରେ ନିଜ ବର୍ଷଟି କେମିତି ବିତିବ ତାହା ଦେଖିବାରେ ବ୍ୟସ୍ତ ଲାଭକ୍ଷତିର ହିସାବ କରିବାଭଳି କ୍ୟାଲେଣ୍ଡର ସବୁ ଆଜିକାଲି ଦେଉଛନ୍ତି ଭବିଷ୍ୟବାଣୀ ବର୍ଷର କିଛି ମାସ ସୁଖରେ ବିତିବ ତ କିଛି ମାସରେ ଦୁଃଖ ଆସିବ କେବେ ଆୟ ବଢ଼ିବ ତ କେବେ ବ୍ୟୟ ବଢ଼ିବ ଏମିତି ଆହୁରି କେତେ କଣ ଆଶା କରୁଛି ଆପଣମାନେ ନିଜ ଭବିଷ୍ୟତ କଥା ପଢ଼ି ସାରିବେଣି ସେ ସବୁ ଉପରେ ବିଶ୍ବାସ କରନ୍ତୁ ନାହିଁ ମନେ ରଖନ୍ତୁ ମାତ୍ର ବାରଟି ରାଶିରେ ଦୁନିଆର ଶହ ଶହ କୋଟି ଲୋକଙ୍କୁ ବାନ୍ଧି ହେବନାହିଁ ଏ ସବୁ ବ୍ୟବସାୟ ଦେଖନ୍ତୁ ଭଲ ଲାଗିଲେ ଖୁସି ହୁଅନ୍ତୁ ମନରେ ଆଶା ସଞ୍ଚାର କରନ୍ତୁ, କିନ୍ତୁ ଯଦି ଭଲ ନ ଲାଗେ... ତା ହେଲେ ଭଲ ଲେଖା ହୋଇଥିବା ଅଉ ଗୋଟିଏ କ୍ୟାଲେଣ୍ଡର ଖୋଜନ୍ତୁ କାରଣ ସବୁ କ୍ୟାଲେଣ୍ଡର ସମାନ ଲେଖା ଆସେନି ଛାଡ଼ନ୍ତୁ ଆମେ କଥା ହେବା ଆହ୍ବାନ ବିଷୟରେ ଆଉ ଗୋଟିଏ ବର୍ଷରେ ପଦାର୍ପଣ କରିଲା ଆହ୍ବାନ ତ୍ରୟୋଦଶ ବର୍ଷ ୨୦୦୬ରୁ ଅଦ୍ୟବଧି ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହେଉଥିବା ଏକମାତ୍ର ମାସିକ ସାହିତ୍ୟ ଇ-ପତ୍ରିକା ଆଶା କରୁଛି ଏହା ଆହୁରି ଅଧିକ ଲୋକପ୍ରିୟ ହେବ ଚାଲନ୍ତୁ ଦେଖିବା ବିଗତ ବର୍ଷରେ ଶେଷମାସ ଏବଂ ଚଳିତ ବର୍ଷର ଆରମ୍ଭର କିଛି ଦିନର ଖବର
ବର୍ଷ ଆରମ୍ଭରୁ ଦେଶରେ ବ୍ୟାପିଲା ଦଙ୍ଗା
ନବବର୍ଷ ଦିନ ଏକ ମାମୁଲି ଘଟଣାରୁ ଏକ ବିଶାଳ ଦଙ୍ଗା ହୋଇଗଲା ମହାରାଷ୍ଟ୍ର ଭଳି ରାଜ୍ୟରେ ଦଳିତ ସମ୍ପ୍ରଦାୟର କିଛି ବୁଦ୍ଧିଜୀବି ଏହି ଦଙ୍ଗାକୁ ଆୟୋଜିତ କରିଥିଲେ ଏବଂ ଏଥିପାଇଁ ଦିନଟିଏ ମହାରାଷ୍ଟ୍ରକୁ ବନ୍ଦ କରି ଦିଆଗଲା ଘଟଣା କେବଳ ଏତିକି ଥିଲା ଯେ ନବବର୍ଷ ଦିନ ପ୍ରତିବର୍ଷ ଭଳି ପୁନେଠାରେ ଆୟୋଜିତ ଏକ ସମାବେଶରେ ଦଳିତ ମାନେ ଦୁଇଶହ ବର୍ଷ ତଳେ ହୋଇଥିବା ଏକ ଯୁଦ୍ଧର ସ୍ମାରକଦିବସ ପାଳନ କରୁଥିଲେ ବାଜିରାଓ ଯେତେବେଳେ ଇଂରେଜ ସରକାରଙ୍କ ସେନାପତିଙ୍କ ସହ ଲଢ଼େଇ କରିବାକୁ ଯାଇଥିଲେ ସେତେବେଳେ ତାଙ୍କ ସହିତ କେବଳ ଦଳିତ ସୈନ୍ୟବାହିନୀ ଯାଇଥିଲେ ବୋଲି ଇତିହାସ କୁହେ ଏବଂ ସେହି ଯୁଦ୍ଧରେ ବାଜିରାଓ ପରାସ୍ତ ହୋଇଥିଲେ ସୁଦ୍ଧା, ଦଳିତମାନେ ପ୍ରଥମଥର ସବର୍ଣ୍ଣଙ୍କ ସହ ଯୁଦ୍ଧ କରିଥିଲେ ବୋଲି ସ୍ମୃତିକୁ ରୋମନ୍ଥନ କରିବା ଉଦ୍ଦେଶ୍ୟ ନେଇ ଏହି ଉତ୍ସବ ପ୍ରାୟ ପ୍ରତିବର୍ଷ ଆୟୋଜିତ ହେଉଥିଲା ଅବଶ୍ୟ ଏହା କେଉଁ ଧରଣର ମାନସିକତା ତାହା ଆମେ ବୁଝିବା ଭଳି କ୍ଷମତା ନାହିଁ
ହେଲେ ଚଳିତ ବର୍ଷ ଏହି ପ୍ରକାରର ଆୟୋଜନକୁ କିଛି ବ୍ୟକ୍ତି ବିରୋଧ କରିଥିଲେ ଅଥବା କରିଥିଲେ ବୋଲି କୁହାଗଲା ଏବଂ ଏହାପରେ ଅଶାନ୍ତି ବ୍ୟାପିଲା ଏବଂ ଏହି ଘଟଣାରେ ଜଣେ ଯୁବକର ପ୍ରାଣ ଚାଲିଗଲା ଏହାକୁ ନେଇ ସମୁଦାୟ ରାଜ୍ୟରେ ଦଳିତମାନଙ୍କୁ ଏକତ୍ରିତ କରାଯାଇ ମହାରାଷ୍ଟ୍ର ବନ୍ଦ କରି ଦିଆଗଲା ଦେଶରେ ଅନେକ ରାଜ୍ୟ ରହିଛି ଯେଉଁଠି ଦଳିତମାନଙ୍କ ପ୍ରତି ଅତ୍ୟାଚାର ହୋଇଥିବା ଖବର ଆମେ ସବୁବେଳେ ଗଣମାଧ୍ୟମରୁ ଜାଣିବାକୁ ପାଉଛେ, କିନ୍ତୁ ମହାରାଷ୍ଟ୍ରରେ କେବେ ବି ସେମିତି କିଛି ଖବର ଆମେ ଜାଣିବାକୁ ପାଇନଥିଲୁ, ଅଥଚ ସେହି ରାଜ୍ୟରେ ଦଳିତ ରାଜନୀତିକୁ ଜନ୍ମ କରି ଦିଆଗଲା
ପରେ ଗଣମାଧ୍ୟମରେ କୁହାଗଲା ଯେ ଏହି ଦଙ୍ଗା ପୂର୍ବରୁ ପୁନେରେ ଆୟୋଜିତ ଏକ ସାଧାରଣ ସଭାକୁ ଗୁଜୁରାତର ସଦ୍ୟ ନିର୍ବାଚିତ ଦଳିତ ନେତା ଜିଗ୍ନେଶ୍ ମେବାନୀ ଓ ଜବାହାରଲାଲ୍ ବିଶ୍ବବିଦ୍ୟାଳୟର ଅଭିଯୁକ୍ତ ଛାତ୍ରନେତା ଉମର୍ ପ୍ରମୁଖ ଉଦବୋଧନ ଦେଇଥିଲେ ଏବଂ ସମ୍ଭବତଃ ଏହାପରେ ହିଁ ଏହି ବନ୍ଦ ଆଦିର ଡାକରା ଦିଆଗଲା ଏଥିପାଇଁ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି କିନ୍ତୁ ଶାନ୍ତିପ୍ରିୟ ମହାରାଷ୍ଟ୍ରରେ ବି ଦଳିତ କାର୍ଡ୍ ବ୍ୟବହାର କରି ରାଜନୀତି କରାଯାଇ ପାରିଲା, ଅର୍ଥ ୨୦୧୯ ଆସିବା ପୂର୍ବରୁ ଦେଶର ଅନେକ ସ୍ଥାନରେ ଏହିପ୍ରକାରର ଘଟଣାମାନ ଘଟିବ ବୋଲି ସୂଚନା ମିଳିବାକୁ ଲାଗିଲାଣି ସେ ଯା’ହେଉ ଦେଶପାଇଁ ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ ପ୍ରୋତ୍ସାହନ ଦେବା ଅନୁଚିତ
ନୂଆବର୍ଷ ଉତ୍ସବ ସମୟରେ ଅଗ୍ନିକାଣ୍ଡ
ବିଗତ ଏକ ସପ୍ତାହରୁ ଅଧିକ ସମୟ ଭିତରେ ଭାରତର ପ୍ରମୁଖ ମୁମ୍ବାଇ ଏବଂ ବେଙ୍ଗାଳୁରୁ ସହରରେ ଅଗ୍ନିକାଣ୍ଡ ଘଟି ଧନଜୀବନ ହାନି ଘଟିଛି ମୁମ୍ବାଇର ଏକ ପବ୍ (ରେସ୍ତୋରାଂ)ରେ ନିଆଁ ଲାଗିଯିବାପରେ ସେଠାରେ ଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ ଏବଂ ଅନ୍ୟୁନ ବାଇଶିଜଣ ଏହି ଅଗ୍ନିକାଣ୍ଡର ଶୀକାର ହୋଇଗଲେ ଅତ୍ୟନ୍ତ କ୍ଷୋଭର ବିଷୟ ଯେ ଏହି ଅଗ୍ନିକାଣ୍ଡ ହେବାପରେ ସେହି ସ୍ଥାନକୁ ଦମକଳ ଗାଡ଼ି ଯାଇ ପହଞ୍ଚିବା ଭଳି ରାସ୍ତା ନଥିଲା ଆଉ ଯାହା ବି ରାସ୍ତା ଥିଲା ସେଠାରେ ଉପସ୍ଥିତ ଜନତା ମୋବାଇଲରେ ଫଟୋ ଉଠାଇବାରେ ବ୍ୟସ୍ତଥିଲେ ଏବଂ ଦମକଳ କର୍ମଚାରୀଙ୍କୁ ସେମାନଙ୍କ ଦାୟିତ୍ବ ତୁଲାଇବାକୁ ଦେଲେ ନାହିଁ ଏହା ଆଧୁନିକ ଜ୍ଞାନକୌଶଳର ବଦବ୍ୟବହାର ବୋଲି ଆମେ କହିବା ଅସୁବିଧା ଏବଂ ଦୁର୍ଘଟଣା ସମୟରେ କେମିତି ପରସ୍ପରକୁ ସାହାଯ୍ୟ କରିବା କଥା ଚିନ୍ତା ନ କରି ଲୋକମାନେ ମୋବାଇଲରେ ଫଟୋ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଏହି ଅଗ୍ନିକାଣ୍ଡ ଫଳରେ ନୂଆବର୍ଷ ପାଳନ କରୁଥିବା ଲୋକମାନେ ପବ୍ ଭିତରେ ରହିଗଲେ ଏବଂ ପ୍ରବଳ ତାପମାତ୍ରା ଏବଂ ଧୁଆଁରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଲେ ଅଧିକାଂଶ ଯୁବକଯୁବତୀ ନିଶାଗ୍ରସ୍ତ ହୋଇପଡ଼ିଥିଲେ ଏବଂ ସେମାନେ ସେହି ସ୍ଥାନରୁ ନିଜେ ବାହାରକୁ ଆସିପାରିଲେ ନାହିଁ ଏହି ଅଗ୍ନିକାଣ୍ଡରେ ସେହି ପବରେ କାମ କରୁଥିବା ଜଣେ ଓଡ଼ିଆ ଯୁବକ ମଧ୍ୟ ପ୍ରାଣ ହରାଇଥିବା ଖବର ରାଜ୍ୟବାସୀଙ୍କୁ ଆହତ କରିଥିଲା କୌଣସି ନିରାପତ୍ତା ବ୍ୟବସ୍ଥା ନ ନେଇ ଏଭଳି ସ୍ଥାନ ମାନଙ୍କରେ ବ୍ୟବସାୟିକ ରେସ୍ତୋରାଂ ଆଦି ଖୋଲିବା ସଠିକ୍ ନିଷ୍ପତ୍ତି ନଥିଲା ଏହାପରେ ଅଧିକାରୀମାନେ ଅଧିକ ସଚେତନ ହେବେ ଏବଂ ମାଲିକ ମାନେ ଅଗ୍ନିନିରାପତ୍ତା ପ୍ରତି ଧ୍ୟାନ ଦେବେ ବୋଲି ଆଶା
ସେହିପରି ବିଗତ ସପ୍ତାହରେ ବେଙ୍ଗାଲୁରୁ ସହରର ଏକ ରେସ୍ତୋରାଂରେ ଅଗ୍ନିକାଣ୍ଡ ଘଟି ପାଞ୍ଚଜଣ ପ୍ରାଣ ହରାଇଛନ୍ତି ଏହା ଅତ୍ୟନ୍ତ ଦୁଃଖର ବିଷୟ ବାରମ୍ବାର ସୂଚନା କରିଦିଆଯିବା ସତ୍ତ୍ବେ ବ୍ୟବସାୟୀମାନେ ଲାଭଖୋର ମନୋବୃତ୍ତି ନେଇ ଏଭଳି ସବୁ ବିପଦସଂକୁଳ ପବ୍ ଆଉ ରେସ୍ତୋରାଂ ଖୋଲୁଛନ୍ତି ଏଠାରେ ସମୟ ବିତାଇବାକୁ ଯାଇଥିବା ନିରୀହ ଲୋକମାନେ ଅଯଥାରେ ପ୍ରାଣ ହରାଉଛନ୍ତି ଯାହା
ମୋଦୀ ବିରୋଧୀ ଗୋଷ୍ଠୀରେ ନୂଆ ଚେହେରା ଜିଗ୍ନେଶ୍ ମେବାନୀ
ବିଗତ ବର୍ଷ ଗୁଜୁରାତରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠ ଦଳ ଭାବରେ ନିଜର ସ୍ଥିତି ବଜାୟ ରଖିଥିଲା କିନ୍ତୁ ଏହି ସମୟରେ ବିଜେପିକୁ ସ୍ଥାନଚ୍ୟୁତ କରିବାପାଇଁ କଂଗ୍ରେସ ଷଡ଼ଯନ୍ତ୍ର କରି ଯେଉଁ ତିନିଜଣକୁ ନିଜ ସପକ୍ଷରେ ନେଇଥିଲା ସେମାନଙ୍କ ଭିତରେ ଥିଲା ଜିଗ୍ନେଶ୍ ମେବାନି ଗୁଜୁରାତର ଦଳିତ ସପକ୍ଷବାଦୀ ଏହି ଯୁବକ ବର୍ତ୍ତମାନ ଗୁଜୁରାତର ବିଧାନ ସଭାର ସଦସ୍ୟ ହେଲେ ସେ ଗୁଜୁରାତରେ କଣ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି ତାହା ଆମେ ବି ଜାଣିନୁ, ଅବଶ୍ୟ ବିଗତ ଦିନରେ ମହାରାଷ୍ଟ୍ରରେ ଦଳିତ ମାନଙ୍କ ଦ୍ବାରା ଆୟୋଜିତ ବନ୍ଦ କାଳେ ତାଙ୍କର ଆହ୍ବାନରେ ହୋଇଥିଲା ବୋଲି ଶୁଣିବାକୁ ପାଉଛୁ ଏବଂ ଦୁଇ ଦିନତଳେ ସେ ଦିଲ୍ଲୀଠାରେ ଏକ ଯୁବ ହୁଙ୍କାର୍ ରାଲିର ଆୟୋଜନ କରିଛନ୍ତି ଗଣମାଧ୍ୟମର ରିପୋର୍ଟ୍ ଅନୁସାରେ ଏହି ରାଲି ବିଫଳ ହୋଇଥିଲା ଏବଂ ଏଥିରେ ବ୍ୟଥିତ ହୋଇ କିଛି କର୍ମକର୍ତ୍ତା ସଭାସ୍ଥଳରେ ସମ୍ବାଦ ଗ୍ରହଣ କରୁଥିବା ସମ୍ବାଦଦାତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଥିବାର ଭିଡ଼ିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ନିଜକୁ ମୋଦୀ ବିରୋଧୀ ବୋଲି କୁହାଉଥିବା ମେବାନୀଙ୍କୁ ହୁଏତ କିଛି ଦିନ ଯାଏଁ ଲୋକମାନେ ଜାଣିନଥିଲେ କିନ୍ତୁ ଏବେ ସେ ମୋଦୀ ବିରୋଧୀ ବୋଲି କୁହାଇ ସବୁ ପ୍ରକାର ଧ୍ୟାନ ପାଉଛନ୍ତି ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନିନ୍ଦିବା ଏବଂ ବିଗତ ଦିନରେ ସେ ବ୍ୟକ୍ତିଗତ ଆକ୍ଷେପ କରି କହିଥିଲେ ଯେ ମୋଦୀ ହିମାଳୟକୁ ଚାଲିଯିବା ଉଚିତ ଆଦି ଦ୍ବାରା ସେ ଗଣମାଧ୍ୟମକୁ ଆକର୍ଷିତ କରିବାକୁ ସଫଳ ହୋଇଛନ୍ତି ଦେଖାଯାଉ ଦଳିତ ଦଳିତ କହି ଭୋଟ ଜିଣିଥିବା ଏହି ସଦସ୍ୟ ଦଳିତଙ୍କ ପାଇଁ କଣ କରୁଛନ୍ତି ସତୁରି ବର୍ଷରେ ଯେଉଁମାନେ ସବୁ ଦଳିତ ମାନଙ୍କୁ ନ୍ୟାୟ, ସମାନତା ଇତ୍ୟାଦି କଥା କହି ଭୋଟ୍ ଜିଣି ଆସୁଛନ୍ତି ସେମାନେ ନିଜେ କୋଟିପତି ହୋଇଗଲେଣି ଅଥଚ ଦେଶର ଦଳିତମାନେ ଜମା ଉନ୍ନତି କରି ପାରୁନାହାନ୍ତି ଏହା ନିଶ୍ଚୟ ଭାବରେ ଚିନ୍ତା ତଥା ଗବେଷଣାର ବିଷୟ
ବିଶ୍ବର ଉତ୍ତାପ ବଢ଼ାଉଛି ଉତ୍ତରକୋରିଆ
ଆମେରିକାରେ ରାଷ୍ଟ୍ରପତି ପଦବୀ ଜିତିବା ପରେ ଡୋନାଲ୍ଡ୍ ଟ୍ରମ୍ପ୍ ଅନେକ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଏବଂ ସେମଧ୍ୟରୁ ଗୋଟିଏ ହେଉଛି ଉତ୍ତର କୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉତ୍ତରକୋରିଆକୁ ମିଳୁଥିବା ଅନୁଦାନକୁ ସେ ବନ୍ଦ କରିଦେବାପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ଉତ୍କ୍ଷିପ୍ତ ହୋଇ ଆମେରିକାକୁ ପରମାଣୁ ଯୁଦ୍ଧର ଚେତାବନୀ ଦେଇଛନ୍ତି ଏହାକୁ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ଚର୍ଚ୍ଚା କରୁଛି
କିଛିଦିନ ତଳେ ଗଣମାଧ୍ୟମରେ ଖବର ଛପା ହୋଇଥିଲା ଯେ କିମ୍ ଜଙ୍ଗ୍ ଉନ୍ କାଳେ ଧମକ ଦେଇଛନ୍ତି ଯେ ତାଙ୍କ ବସିବା ଆସନ ନିକଟରେ ସେ ପରମାଣୁ ବୋମାର ବଟନ୍ ରଖିଛନ୍ତି ଆଉ ସେ ବଟନ୍ ଟିପିଦେଲେ କାଳେ ସମୁଦାୟ ଆମେରିକା ମହାଦେଶ ଧ୍ବଂସ ହୋଇଯିବ ଏହାର ଉତ୍ତରରେ ଆମେରିକା ଜଣାଇ ଦେଇଥିଲେ ଯେ ସେମାନେ ଏହିପରି କୌଣସି ଧମକରେ ଡରନ୍ତି ନାହିଁ ଏବଂ ଉତ୍ତରକୋରିଆକୁ ସବୁ ଆଡ଼ୁ ବାସନ୍ଦ କରାଯିବ ସେ ଯା ହେଉ ଏହାଦ୍ବାରା ବିଶ୍ବରେ ବିପଦର ବାତାବରଣ ସୃଷ୍ଟି ହୋଇଛି
ପାକିସ୍ତାନକୁ ଅନାଥ କରିଦେଲା ଆମେରିକା
ବିଗତ ସପ୍ତାହରେ ଏକ ଅବିଶ୍ବସନୀୟ ପଦକ୍ଷେପ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଘୋଷଣା କରି କହିଲେ ଯେ ଆମେରିକା ସବୁବେଳେ ପାକିସ୍ତାନକୁ ସାହାଯ୍ୟ କରି ଆସୁଥିବା ବେଳେ ପାକିସ୍ତାନ ସବୁବେଳେ ଆମେରିକାକୁ ଠକି ଆସିଛି ଏବଂ ପାକିସ୍ତାନକୁ ସାହାଯ୍ୟ କରିବା ଆମେରିକାର ଭୁଲ ଥିଲା ଏହାପରେ ପାକିସ୍ତାନ ବିବୃତ୍ତି ଦେଇ କହିଥିଲା ଯେ ଆମେରିକାର ବିନା ସହାୟତାରେ ବି ସେମାନେ ବଞ୍ଚିପାରିବେ ଏବଂ ଏହାପରେ ପରେ ହଠାତ୍ ଟ୍ରମ୍ପ ପ୍ରଶାସନ ଦ୍ବାରା ପାକିସ୍ତାନକୁ ଦିଆଯାଉଥିବା ବାର୍ଷିକ ଅନୁଦାନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନିଆଯାଇଛି
ଅବଶ୍ୟ ଆମେରିକାର ଧମକ ପରେ ପାକିସ୍ତାନରେ ପୁଣିଥରେ ଆତଙ୍କବାଦୀ ସଂଗଠନ ମାନଙ୍କ ଉପରେ ସୁରକ୍ଷା କାର୍ଯ୍ୟ କରାଯାଇ ଅନେକ ସଂଗଠନର ବ୍ୟାଙ୍କ ଖାତାକୁ ଜବତ କରି ଦିଆଯାଇ ବନ୍ଦ କରିଦିଆଯାଇଛି ଜମାଦ୍ ଉଦ୍ ଦାୱା ପ୍ରମୁଖ ମସୁଦ୍ ଅଝରକୁ ପୁଣି ଥରେ ଧକ୍କା ଲାଗିଛି ଏହା ସବୁ ପଛରେ କିନ୍ତୁ ଭାରତର କୂଟନୈତିକ ବିଜୟ ହୋଇଛି ବୋଲି କୁହାଯାଉଛି ବିଶ୍ବ ଦରବାରରେ ଭାରତର ପ୍ରତିନିଧିତ୍ବ ହେତୁ ଏହି ପଦକ୍ଷେପ ନିଆଯାଇଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ମୁହଁ ଖୋଲି କହିଛନ୍ତି
କୁଲଭୁଷଣ ଯାଦବ ଡ୍ରାମା କରିଲା ପାକିସ୍ତାନ
ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ସୁରକ୍ଷା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ସରକାର ତାଙ୍କ ମାଆ ଓ ପତ୍ନୀଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦେଇ ଥିଲା ସୂଚନାଯୋଗ୍ୟ ଯେ ଏଥିପାଇଁ ଅନ୍ତରାଷ୍ଟ୍ରୀୟ ଅଦାଲତ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ପାକିସ୍ତାନ ଏହି ସାକ୍ଷାତକାରକୁ ଅତ୍ୟନ୍ତ ସୁରକ୍ଷା ଭିତରେ କରାଇଥିଲେ ସାକ୍ଷାତକାର ସମୟରେ କୁଳଭୂଷଣଙ୍କୁ କାଚ ଘରେ ରଖାଯାଇଥିଲା ଏବଂ ସେ ଫୋନ ଦ୍ବାରା ମାଆ ଓ ପତ୍ନୀଙ୍କ ସହ କଥା ହୋଇଥିଲେ ଏହି ସମୟରେ ଅନ୍ୟୁନ ଚାରିଗୋଟି କ୍ୟାମେରା ସେଠାରେ ଲଗାଯାଇଥିଲା ଏହାକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଥିଲା କିନ୍ତୁ ପରେ ଜଣାପଡ଼ିଥିଲା ଯେ ପାକିସ୍ତାନରେ ପହଞ୍ଚିବା ପରେ କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ ସବୁ ପୋଷାକ ବଦଳା ଯାଇଥିଲା ଏବଂ ସେମାନଙ୍କ ଜୋତା ବି ବାହାର କରିବା ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନଙ୍କୁ ନୂତନ ପୋଷାକ ଯୋଗାଇ ଦିଆଯାଇଥିଲା ବଡ଼ ବଡ଼ କଥା କହୁଥିବା ପାକିସ୍ତାନ ଜଣେ ବନ୍ଦୀଙ୍କର ମାଆ ଆଉ ପତ୍ନୀଙ୍କୁ ଏତେ ଭୟ କରୁଥିଲା କାହିଁକି?
ସେ ଯା ହେଉ, ଏହି ସାକ୍ଷାତକାର ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ଏବଂ ପାକିସ୍ତାନର ଆଭିମୁଖ୍ୟକୁ ନେଇ ଅନେକ ନିନ୍ଦା କରାଯାଇଥିଲା ଅନ୍ତର୍ଜାତୀୟ ଟ୍ବିଟର କମ୍ୟୁନିଟି ପାକିସ୍ତାନକୁ ଚପଲଚୋର ବୋଲି ଅନେକ ଲେଖା ପକାଇଥିଲେ
ରଜନୀକାନ୍ତ ଗଢ଼ିବେ ନୂଆ ରାଜନୈତିକ ଦଳ
ବିଗତ ଦିନରେ ତାମିଲ ସିନେମା ଇଣ୍ଡଷ୍ଟ୍ରିର ପ୍ରମୁଖ ନାୟକ ଏବଂ ପରିଚିତ ସୁପରଷ୍ଟାର ରଜନୀକାନ୍ତ ଗୋଟିଏ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ଯେ ସେ ଏକ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି ସୂଚନାଯୋଗ୍ୟ ଯେ ତାମିଲ ସିନେମା ଶିଳ୍ପରେ ସବୁବେଳେ ପ୍ରମୁଖ ସ୍ଥାନ ପାଇଥିବା ଅଭିନେତା ଓ ଅଭିନେତ୍ରୀମାନେ ସର୍ବଦା ରାଜନୀତି ଆଡ଼କୁ ଢଳିଛନ୍ତି ଏବଂ ସାଂପ୍ରତିକ ସମୟରେ ତାମିଲନାଡୁରେ ଥିବା ପ୍ରାୟ ଅଧିକାଂଶ ରାଜନୈତିକ ଦଳ ଦୂର୍ନୀତିଗ୍ରସ୍ତ ହୋଇଥିବା ସୂଚନା ମିଳୁଛି ତେଣୁ ରଜନୀକାନ୍ତଙ୍କ ଦଳପ୍ରତି ଲୋକମାନଙ୍କ ଆଭିମୁଖ୍ୟ ସ୍ବାଗତଯୋଗ୍ୟ ହୋଇପାରେ ବୋଲି କୁହାଯାଉଛି ଏହାକୁ ଅନେକ ରାଜନେତା ଏବଂ ଅଭିନେତା ସ୍ବାଗତ କରିଛନ୍ତି
ସୁପ୍ରିମକୋର୍ଟରେ ବିଚାରପତିମାନଙ୍କ ଭିତରେ ମନୋମାଳିନ୍ୟ
ଆଜି ଏକ ଅଭାବନୀୟ ଅବସ୍ଥାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଚାରିଜଣ କର୍ତ୍ତବ୍ୟରତ ବିଚାରପତିମାନେ ଏକ ପ୍ରେସ୍ ବିବୃତ୍ତି ଦେଇ ନ୍ୟାୟାଳୟର ସର୍ବୋଚ୍ଚ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ସେମାନେ ବିବୃତ୍ତି ଦେଇ କହିଛନ୍ତି ଯେ ଭାରତରେ ଗଣତନ୍ତ୍ର ବିପଦରେ ଅଛି ଏହାକୁ ନେଇ କଂଗ୍ରେସ ତରଫରୁ ବିବୃତ୍ତି ଆସିଛି ଏହା ସହିତ ଉଣା ଅଧିକ ପ୍ରାୟ ସମସ୍ତ ରାଜନୈତିକ ଦଳ ଏହାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବି କରିଛନ୍ତି ଭାରତର ଇତିହାସରେ ଏମିତି କେବେ ବି ହୋଇନଥିଲା ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅନେକେ ମତ ଦେଉଛନ୍ତି
ସେ ଯା ହେଉ ଦେଶର ଅବସ୍ଥା ଆମକୁ ବ୍ୟଥିତ କରୁଛି ନିଶ୍ଚୟ ଲାଗୁଛି ସତେ ଯେମିତି କୌଣସି ଗୋଟିଏ ଉହ୍ୟ ଶକ୍ତିର ଇଙ୍ଗିତରେ ସମସ୍ତେ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ସାଂପ୍ରତିକ ସମୟରେ ଯେତେବେଳେ ଭାରତର ସ୍ଥିତି ବିଶ୍ବଦରବାରରେ ସୁଦୃଢ଼ ହେବାରେ ଲାଗିଛି ଏବଂ ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଦେଶାତ୍ମବୋଧ ଏବଂ ଦେଶପାଇଁ ଗର୍ବ ସୃଷ୍ଟି ହୋଇଛି ସେହି ସମୟରେ ଶାସକ ଦଳଙ୍କୁ ବିଭିନ୍ନ କାରଣ ଦର୍ଶାଇ ନିନ୍ଦା କରିବା ଏକ ପ୍ରକାର ଚଳଣୀ ହୋଇ ଯାଇଛି ସରକାରଙ୍କ ଅନେକ ପଦକ୍ଷେପ ଯାହା ଦ୍ବାରା ଦେଶର ଉନ୍ନତି ହେଉଛି ସେ ସବୁ କାହାକୁ ଦେଖାଯାଉନାହିଁ ଅନେକେ କହୁଛନ୍ତି ଯେ ସରକାର ଦେଶକୁ ପଛକୁ ନେଇ ଯାଉଛନ୍ତି ସେମାନଙ୍କୁ ପ୍ରଶ୍ନ ଭାରତର ସ୍ବାଧୀନ ହୋଇ ସତୁରି ବର୍ଷରେ କେତେ ଆଗକୁ ଯାଇଥିଲା ଯେ ଏବେ ପଛକୁ ଯାଉଛି
ଆମେ କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ମନ୍ତବ୍ୟ ଦେବା ସପକ୍ଷରେ ନୋହୁଁ ସାଂପ୍ରତିକ ସମୟର ଘଟଣାବଳୀକୁ ନେଇ ପାଠକମାନଙ୍କ ପାଇଁ ଉପସ୍ଥାପନ କରିବା ଆମର ମୂଳ ଉଦ୍ଦେଶ୍ୟ ଆପଣଙ୍କ ମତ ହୋଇପାରେ ଆମ ସହ ସମାନ ନ ହୋଇପାରେ, ତେଣୁ ଏହାକୁ ଆପଣ ନିଜ ମତାନୁସାରେ ଗ୍ରହଣ କରିବାକୁ ଅନୁରୋଧ
ବର୍ଷ ୨୦୧୮ର ଆହ୍ବାନ ଇ-ପତ୍ରିକାର ପ୍ରଥମ ସଂସ୍କରଣ ଆପଣ ମାନଙ୍କୁ ଭେଟି ଦେଉଥିବା ବେଳେ ଅତ୍ୟନ୍ତ ଆନନ୍ଦର ସହ ଜଣାଉଛି ଯେ ଗଳ୍ପସ୍ପର୍ଦ୍ଧାରେ ଚଳିତ ସଂସ୍କରଣରେ ବହୁତ ଅଧିକ ସଂଖ୍ୟକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ଏହା ଓଡ଼ିଆ ଗଳ୍ପ ଜଗତ ପାଇଁ ଏକ ଶୁଭ ଖବର ନିଶ୍ଚୟ
ଆଶା କରୁଛି ଆପଣଙ୍କୁ ଆହ୍ବାନ ଭଲ ଲାଗିବ
ଧନ୍ୟବାଦ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା-ସମ୍ପାଦକ, ଆହ୍ବାନ ଇ-ପତ୍ରିକା
ରୋଷେଇ ଖେଳର ବୋହୁ
ସରସୀ ଆଚାର୍ଯ୍ୟ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ